Search for:
  • Home/
  • ରାଜ୍ୟ/
  • କଂଗ୍ରେସ ସେବାଦଳ ପକ୍ଷରୁ ବଳରାମ ସିଂ ଭାଦୁରିଆଙ୍କୁ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ କରାଯିବ

କଂଗ୍ରେସ ସେବାଦଳ ପକ୍ଷରୁ ବଳରାମ ସିଂ ଭାଦୁରିଆଙ୍କୁ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ କରାଯିବ

Spread the love

Loading

କଂଗ୍ରେସ ସେବାଦଳ ପକ୍ଷରୁ ବଳରାମ ସିଂ ଭାଦୁରିଆଙ୍କୁ

ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ କରାଯିବ

ଭୁବନେଶ୍ୱର ତା. ୧୨.୯- ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ
ପୂର୍ବବର୍ଷ ମାନଙ୍କ ପରି ଓଡ଼ିଶାର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳ ଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ,
ଭାରତବର୍ଷରେ କଂଗ୍ରେସ ସେବାଦଳ ଓ ଗାନ୍ଧୀ ବିଚାରଧାରାର ପ୍ରଚାର
ପ୍ରସାର କରୁଥିବା ବିଶିଷ୍ଟ ସମାଜସେବୀ ଶ୍ରୀ ବଳରାମ ସିଂ
ଭାଦୁରିଆଙ୍କୁ ଚଳିତ ବର୍ଷର ଗାନ୍ଧୀ ଗୌରବ ସମ୍ମାନ-୨୦୨୩, ଆସନ୍ତା
ତା. ୧୬.୦୯.୨୦୨୩ ରିଖ ଶନିବାର ପୂର୍ବାହ୍ନ ୧୦ ଘଂଟା ସମୟରେ ପ୍ରଦେଶ
କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ, ବରିଷ୍ଠ କଂଗ୍ରେସ ନେତା
ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ
କାହ୍ନୁ ଚରଣ ଲେଙ୍କା ପ୍ରଦାନ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ
ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ଜଣାଇଛନ୍ତି ।
ଡ. ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ସେବାଦଳର କାର୍ଯ୍ୟକ୍ରମକୁ
ଆଗକୁ ନେଉଥିବା ୧୦୦ ଜଣ ସେବାଦଳ କର୍ମକର୍ତାଙ୍କୁ ଶ୍ରୀ ଲେଙ୍କା
ପ୍ରମାଣପତ୍ର ସହ ସମ୍ମାନୀତ କରିବେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ
କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ
ସମ୍ମାନୀତ ଅତିଥି ଓ ପ୍ରଫେସର ଡ. ବୁଦ୍ଧଦେବ ମିଶ୍ର ମୁଖ୍ୟ ବକ୍ତାଭାବେ
ଯୋଗଦେବେ ।

Leave A Comment

All fields marked with an asterisk (*) are required