Search for:
  • Home/
  • ରାଜ୍ୟ/
  • ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୧ ତମ ବାର୍ଷିକ ଉତ୍ସବ ମହାସମାରୋହ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୧ ତମ ବାର୍ଷିକ ଉତ୍ସବ ମହାସମାରୋହ

Spread the love

Loading

ଭୁବନେଶ୍ୱର:ଗତ କାଲି ତା ୧୧.୨.୨୦୨୪ ରିଖ ସନ୍ଧ୍ୟାରେ ଭୁବନେଶ୍ଵରର ୟୁନିଟ -୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆଇ ଏ ଏସ ତଥା ଓଡିଶା ସରକାରଙ୍କ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଖ୍ୟାତ ସ୍ତମ୍ଭକାର ଓ ବାଗ୍ମୀ ଶ୍ରୀଯୁକ୍ତ ନିରଞ୍ଜନ ପାଢ଼ୀ ମୁଖ୍ୟବକ୍ତା ଓ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପୁଷ୍ପା ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ବିଦ୍ୟାଳୟର ସଭାପତି ଶ୍ରୀ ଆଶୁତୋଷ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସଭ୍ୟ ଶ୍ରୀ ନିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଶ୍ରୀ ରବିଶଙ୍କର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମାନସ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯୁଗ୍ମ ସମ୍ପାଦକ ଶ୍ରୀ ରଜତ ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ମହାନ୍ତି ତଥା ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିଚାଳନା କରାଯାଇଥିଲା।

Leave A Comment

All fields marked with an asterisk (*) are required