Search for:
  • Home/
  • ରାଜ୍ୟ/
  • ସଂଭାବନାର ବର୍ଷା ଆସର ଓ ହସ୍ତତନ୍ତ ପରିଧାନ ପ୍ରଦର୍ଶନ ଅନୁଷ୍ଠିତ।।

ସଂଭାବନାର ବର୍ଷା ଆସର ଓ ହସ୍ତତନ୍ତ ପରିଧାନ ପ୍ରଦର୍ଶନ ଅନୁଷ୍ଠିତ।।

Spread the love

Loading

।।ସଂଭାବନାର ବର୍ଷା ଆସର ଓ ହସ୍ତତନ୍ତ ପରିଧାନ ପ୍ରଦର୍ଶନ ଅନୁଷ୍ଠିତ।।

ଭୁବନେଶ୍ୱର ତା୦୮/୦୮-ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ବର୍ଷା ଉପରେ ଆଧାରିତ କବିତା ଓ ସଂଗୀତର ଯୁଗଳବନ୍ଦୀରେ ଗୀତଗୋବିନ୍ଦ ସଦନ ଠାରେ ବାହାରେ ପ୍ରବଳ ବର୍ଷା ସହ ତାଳ ଦେଇ ପ୍ରେକ୍ଷାଳୟ ମଧ୍ୟରେ ଅନୁଷ୍ଠିତ ହେଉଥିଲା,*”ବର୍ଷା ଆସର”*।
ସଂଭାବନା ଓଡ଼ିଆଣୀ ସମିତିର ସଭ୍ୟା ତଥା ସ୍ବତନ୍ତ୍ର ଆମନ୍ତ୍ରିତ କବି ମାନେ ସ୍ବରଚିତ ବର୍ଷା କବିତା ଆବୄତ୍ତି କରି ସ୍ବାଗତ କରୁଥିଲେ ବର୍ଷାକୁ। ସେହିଭଳି ଓଡ଼ିଆଣୀମାନେ ସୁଲଳିତ କଣ୍ଠରେ ପରଷୂଥିଲେ ଓଡ଼ିଆ ଭାଷାରେ ଥିବା ଜନପ୍ରିୟ ବର୍ଷା ସଂଗୀତ ।
ଏହା ସହ ଆସନ୍ତା ଅଗଷ୍ଟ ମାସରେ ପାଳିତ ହେବାକୁ ଥିବା ହସ୍ତତନ୍ତ ଦିବସ ପୂର୍ବରୁ ଓଡ଼ିଆଣୀମାନେ ଓଡ଼ିଶାର ସୁବିଖ୍ୟାତ ହସ୍ତତନ୍ତ ବସ୍ତ୍ର ପରିଧାନ କରି ମଞ୍ଚରେ ଚାଲୁଥିଲେ। ସେହି ସମୟରେ ବର୍ଷା ସଂଗୀତ ମଧ୍ୟ ପରିବେଷିତ ହେଉଥିଲା। ପ୍ରଥମଥର ପାଇଁ ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଏହି *ହସ୍ତତନ୍ତ ପରିଧାନ ପ୍ରଦର୍ଶନ* କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଆମର ଗର୍ବ ଓ ଗୌରବକୁ ପ୍ରଦର୍ଶନ କରି ନିଜକୁ ଗୌରବାନ୍ବିତ ମନେ କରିବା ପାଇଁ।
ଏହି କବିତା,ସଂଗୀତ ଓ ହସ୍ତତନ୍ତ ପ୍ରଦର୍ଶନରେ ରେଖା ସାହୁ,ସଂଧ୍ୟା ରଥ,ପଦ୍ମାଳୟା ଶତପଥି,ରତ୍ନମଞ୍ଜରୀ ସାମନ୍ତରାୟ, ଜ୍ୟୋସ୍ନାମୟୀ ସେନାପତି,ବିଦୁଲତା ବେହେରା, ମୀନାକ୍ଷୀ ପଟ୍ଟନାୟକ, ମଧୁସ୍ମିତା ସା,ବେବିରାଣୀ ସାହୁ,ମାନସୀ ରାଉତରାୟ,ସୁପ୍ରିୟା ମହାନ୍ତି,ରଶ୍ମିତା ରଥ, ମମତା ଦାସ,ଲକ୍ଷ୍ମୀପ୍ରିୟା ତ୍ରିପାଠୀ,ଜୟଶ୍ରୀ ମିଶ୍ର,ଶ୍ବେତପଦ୍ମା ମିଶ୍ର,ମନ୍ଦାକିନୀ ବାଗ୍,ବୈଜୟନ୍ତୀ ଦାସ,ତୁଳସୀ ମହାନ୍ତି, ବିଜୟଲକ୍ଷ୍ମୀ ପତି ପ୍ରମୁଖ ଭାଗ ନେଇଥିଲେ।
ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବର୍ଷା ଆସରରେ ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା,ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ସୌଦାମିନୀ ସାମଲ,ମୀନା ପାଣିଗ୍ରାହୀ,ଡ.ସୁଜାତା ମହାନ୍ତି,ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ।

Leave A Comment

All fields marked with an asterisk (*) are required