Search for:
  • Home/
  • ରାଜ୍ୟ/
  • ସାହିତ୍ୟ ସମାଜ ପରିବର୍ତ୍ତନର ବାର୍ତ୍ତାବହ ହେଉ : ପୂର୍ତ୍ତ ମନ୍ତ୍ରୀ

ସାହିତ୍ୟ ସମାଜ ପରିବର୍ତ୍ତନର ବାର୍ତ୍ତାବହ ହେଉ : ପୂର୍ତ୍ତ ମନ୍ତ୍ରୀ

Spread the love

Loading

ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ୨୩ତମବା ର୍ଷିକ ଉତ୍ସବ

 

ଭୁବନେଶ୍ୱର, ୬.୭ : ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେଇ ସାମାଜିକ ପରିବର୍ତ୍ତନର ବାର୍ତ୍ତାବାହ ସାଜିଥାଏ । ସମାଜକୁ ପରିବର୍ତ୍ତନ କରିବାରେ ସାହିତ୍ୟିକ ଓ କବିମାନଙ୍କ ଉପରେ ଈଶ୍ୱରଙ୍କ ଆଶ୍ରିବାଦ ରହିଛି ବୋଲି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ
କରିଛନ୍ତି ।ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନଠାରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ୨୩ତମ ବାର୍ଷିକ ଉତ୍ସବ ଏବଂ ପୂଜ୍ୟପୂଜା ସମ୍ମାନ ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, ସ୍ୱାଧୀନତା ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାରେ
କବିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଲେଖକ ଓ କବିମାନଙ୍କୁ ବିଭିନ୍ନ ଉପାୟରେ ଉତ୍ସାହିତ କଲେ ସେମାନେ ଭବିଷ୍ୟତ ବଂଶଧରକୁ ଏକ ସୁସ୍ଥ ସମାଜ ଗଢିବାରେ ଉତ୍ସାହିତ କରିବେ ବୋଲି ଶ୍ରୀ ମଲ୍ଲିକ କହିଥିଲେ ।ରାଜ୍ୟ ଯୋଜନା ବୋଡର଼୍ର ସଦସ୍ୟ ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଅର୍ଥ ବ୍ୟୟରେ ଶିକ୍ଷାଦାନ, ·କିରି ଓ ବିଭିନ୍ନ ପଦ ପଦବୀ
ଆଦି ହାସଲ କରାଯାଇପାରେ, କିନ୍ତୁ ଅର୍ଥ ବଳରେ କବିଟିଏ ହେବା ଅସମ୍ଭବ । ସାଧନାରୁ ସିଦ୍ଧି ମିଳେ ଏବଂ ସିଦ୍ଧିରୁ ସାହିତ୍ୟ ସୃଷ୍ଟି ହୁଏ ବୋଲି ସେ କହିଥିଲେ ।ବିଧାନସଭା ସଚିବ ଦାଶରଥୀ ଶତପଥୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଲେ ଯେ, ସାହିତ୍ୟ ସମାଜକୁ ଛାଡ଼ି ତିଷ୍ଠିପାରିବ ନାହିଁ ଏବଂ ବ୍ୟକ୍ତି ସମାଜକୁ ଛାଡ଼ି ପାରିବ ନାହିଁ । ସମାଜର ଭାବାବେଗକୁ କଲମମୁନରେ ପ୍ରକାଶ କରିବାର କ୍ଷମତା କବିର ଥାଏ । ଏଭଳି ସୃଜନଶୀଳ ପ୍ରତିଭା ସମସ୍ତଙ୍କ ଠାରେ ସୃଷ୍ଟି ହୋଇପାରେ ନାହିଁ । ସାହିତ୍ୟ ମାଧ୍ୟମରେ କବି ଠାରୁ ଅନେକ କିଛି ଶିଖିବାକୁ ମିଳିଥାଏ ଏବଂ ସାହିତ୍ୟିକ ସମାଜରେ ଏକ ପ୍ରତିଛବି ବୋଲି ଶ୍ରୀ ଶତପଥୀ କହିଥିଲେ ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ଉତ୍ସବରେ ସମ୍ମାନିତ
ଅତିଥି ରୂପେ ଯୋଗଦେଇ ସାହିତ୍ୟ ସୃଷ୍ଟିକୁ ଏକ କଠୋର ସାଧନା ଭାବେ ବର୍ଣ୍ଣନା କରିଥିଲେ । ତେଣୁ ଅଗ୍ରଜମାନଙ୍କ ସାହିତ୍ୟକୁ କବି ପଢିବା ଉଚିତ ଓ ଅନୁଜମାନଙ୍କ ସାହିତ୍ୟକୁ ପଢି ସେମାନଙ୍କୁ ଉତ୍ସାହିତ କରାଯିବା ଆବଶ୍ୟକ । ଉତ୍ସାହ ପାଇଲେ ସାହିତ୍ୟର ବୃଦ୍ଧି ଘଟେ ବୋଲି ଶ୍ରୀ ଦାଶ କହିଥିଲେ ।
ନିଖିଳ ଓଡ଼ିଶା ପ୍ରଗତିଶୀଳ ମହାସଂଘ ଟ୍ରଷ୍ଟର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଉତ୍ସବରେ ଅଧ୍ୟକ୍ଷତା କରି କବିମାନେ କାଳଜୟୀ ସାହିତ୍ୟ ସୃଷ୍ଟି କଲେ ସମାଜରେ ପରିବର୍ତ୍ତନ ଆସିଥାଏ ବୋଲି କହିଥିଲେ ।ଟ୍ରଷ୍ଟର ସମ୍ପାଦକ କଣ୍ଡୁରୀ ଚରଣ ଦାସ ସମ୍ପାଦକୀୟ ବିବରଣୀ ପାଠ କରିବା ସହ କବିତାର ବିଶ୍ଲେଷଣ କରିି ନିଜର ସାରସ୍ୱତ ସୃଷ୍ଟି ନିଜକୁ ଭଲ ଲାଗିଲେ ଅନ୍ୟକୁ ମଧ୍ୟ ଭଲ ଲାଗିଥାଏ ବୋଲି କହିଥିଲେ । ଟ୍ରଷ୍ଟ
ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉତ୍ସବରେ ସମ୍ମାନିତ ଅତିଥି ଭାବେଯୋଗଦେଇ ମହାସଂଘର ବିଭିନ୍ନ ସମୟରେ ଦେଇଥିବା ପରବିର୍ତ୍ତନର ସୂଚନା ଦେଇଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କବି ସୌଦାମିନୀ ବେହେରା ଉତ୍ସବ ସଂଯୋଜନା କରିଥିଲେ ।ଏହି ଅବସରରେ କବି ଡଃ ନୃସିଂହାନନ୍ଦ ମହାପାତ୍ରଙ୍କ ‘ତତ୍ତ୍ୱବୋଧ ଓ ଆତ୍ମବୋଧ’ ଶୀର୍ଷକ ଆଧ୍ୟାତ୍ମିକ ପୁସ୍ତକ ଏବଂ ଇଂ ଅଜୟ କୁମାର ପଣ୍ଡାଙ୍କ ‘ଆକାଶର ରଙ୍ଗ’ ପୁସ୍ତକ ଦୁଇଟିକୁ ମନ୍ତ୍ରୀ ମଲ୍ଲିକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଜୟଦେବ ବିହାର ବିକାଶ ପରିଷଦର ସମ୍ପାଦକ ରବୀନ୍ଦ୍ର କୁମାର ପଲେଇ,ରାଇଜିଂ ଇଣ୍ଡିଆ ସିଟିଜେନର ସଭାପତି ସିଦ୍ଧାର୍ଥ ମିଶ୍ର, ଶ୍ରମିକ ନେତା ରମେଶ ଶତପଥୀ, ଗଣେଶ ଶତପଥୀ, ଜୟଶ୍ରୀ ଦାସ, ମନୀସା ରାୟ,ଇଂ ଲଡୁକିଶୋର ପଢିଆରୀ, ଅରବିନ୍ଦ ତ୍ରିପାଠୀ, ନରେନ୍ଦ୍ରନାଥଦାଶ, ବେଜୟନ୍ତୀ ସାହୁ, ଡଃ ନୃସିଂହାନନ୍ଦ ମହପ।।ତ୍ର, ଇଂ ଅଜୟ କୁମାର ପଣ୍ଡା ଓ ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ୧୩ଜଣଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ କବୟିତ୍ରୀ ପ୍ରତିମାରାଣୀ ମିଶ୍ରଙ୍କ ପୌରହିତ୍ୟରେ ଶତାଧିକ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବି ଗୋଲକ ବିହାରୀ
ନାୟକ ଓ କବୟିତ୍ରୀ ସୌଦାମିନୀ ବେହେରା ସଂଯୋଜନା କରିଥିଲେ ।

Leave A Comment

All fields marked with an asterisk (*) are required