୨୬ କିଲୋ ମାଛ ର ଦାମ୍ ୫ ଲକ୍ଷ ୩୩ ହଜାର ଟଙ୍କା।
୨୬ କିଲୋ ମାଛ ର ଦାମ୍ ୫ ଲକ୍ଷ ୩୩ ହଜାର ଟଙ୍କା।
ଭୁବନେଶ୍ୱର:ଚାନ୍ଦବାଲି : ଧାମରା ମଝି ସମୁଦ୍ରରୁ ଏକ ଧୀବର ଙ୍କ ଜାଲରେ ପଡ଼ିଛି ବିରଳ ମାଛ, ମାଛ ଗୋଟିକର ଦାମ ଆପଣ ଶୁଣିଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ ନିଶ୍ଚିତ । ଏ କଥାଟି କାହାରିକୁ ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ । ତେବେ ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ଏକ ଧୀବର ଏହି ବିରଳ ମାଟିଆ ତେଲି ମାଛ ଟିକୁ ଧରି ଥିବା ଜଣାପଡିଛି ।
ତେବେ ମାଛଟିର ଓଜନ ମାତ୍ର ୨୬ କିଲୋ ହୋଇଥିବା ବେଳେ ଏହାର କେଜି ପ୍ରତି ୨୦ ହଜାର ୫୦୦ ଟଙ୍କା ମୂଲ୍ୟ ରହିଛି । ତେବେ ଏହି ୨୬ କିଲୋ ମାଛର ମୂଲ୍ୟ ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି । ଏହି ମାଛକୁ ଧାମରା ଚନ୍ଦିନୀପାଳ କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇଥିବା ବେଳେ ଏହାକୁ ବିଦେଶୀ କମ୍ପାନୀକୁ ସେ ବିକ୍ରି କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ଏମିତି ଅନେକ ତେଲିଆ ମାଛ ଧୀବରଙ୍କ ଜାଲରେ ପଡ଼ିଛି ସବୁ ମାଛ ଠାରୁ ଏହି ଲେଲିଆ ମାଛର ଚାହିଦା ଅଧିକ ଥିବା ବେଳେ ଏଭଳି ମାଛ ବହୁତ କମ୍ ମିଳିଥାଏ ତେଣୁ ଏହି ଭଳି ତେଲିଆ ମାଛର ମୂଲ୍ୟ ଅଧିକ ରହିଥିବା କହିଛନ୍ତି ମସ୍ୟଜୀବୀ ।