Search for:
  • Home/
  • ରାଜ୍ୟ/
  • ସାମ୍ବାଦିକଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ।

ସାମ୍ବାଦିକଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ।

Spread the love

Loading

ୟୁଏସ କନସୁଲେଟ ଜେନେରାଲହାଇଦ୍ରାବାଦ ଏବଂ ଭିଉଜ ଦ୍ବାରା ଓଡିଆ ଏବଂ ତେଲଗୁ ଭାଷା ସାମ୍ବାଦିକଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର 
ଭୁବନେଶ୍ୱର:ହାଇଦ୍ରାବାଦରେ ଥିବା ୟୁଏସ୍ କନସୁଲେଟ୍ ଜେନେରାଲ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ “ଭିଉଜ” ସହଭାଗିତାରେ ଶୁକ୍ରବାର ଦିନ ଭୁବନେଶ୍ୱରରେ ଜଳବାୟୁ ପରିବର୍ତ୍ତନ କର୍ମଶାଳା ଆୟୋଜିତ ହୋଇଯାଇଛି। ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଓଡିଶାଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଅବସ୍ଥିତ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷିତ କରାଯାଇଛି 
 
ଭୁବନେଶ୍ୱରବିଶାଖାପାଟନମ୍ ଏବଂ ହାଇଦ୍ରାବାଦରେ ଆୟୋଜିତ ହେଉଥିବା 10 ଟି କର୍ମଶାଳାର କ୍ରମରେ ଏହି କର୍ମଶାଳା ହେଉଛି ପଞ୍ଚମ | କନସୁଲ୍ ଜେନେରାଲ୍ ଜେନିଫର୍ ଲାରସନ ଏକ ବିବୃତ୍ତିରେ କହିଛନ୍ତି ଯେଓଡିଆ ଏବଂ ତେଲୁଗୁ ଭାଷା ସାମ୍ବାଦିକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରାଯିବା ସହିତ ସେମାନଙ୍କର ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସାମ୍ବାଦିକତା ଦକ୍ଷତା ତଥା ବିଶ୍ଳେଷଣାତ୍ମକ ଦକ୍ଷତା ବୃଦ୍ଧି କରାଯାଇପାରିବ।ସାମ୍ବାଦିକମାନେ ତଥ୍ୟ ଏବଂ ଆକଳନ ସହିତ ଗଭୀର ବିଶ୍ଳେଷଣ ଏବଂ ଅନୁସନ୍ଧାନକାରୀ କାହାଣୀ ପ୍ରଦାନ କରିପାରିବେ ଯାହା ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଜନସାଧାରଣଙ୍କ ପାଇଁ ସୂଚନା ବ୍ୟବଧାନକୁ ଦୂର କରିଥାଏ ବୋଲି ସେ କହିଛନ୍ତି।
 
ଡାଉନ୍ ଟୁ ଆର୍ଥ ପରିଚାଳନା ସମ୍ପାଦକ ରିଚାର୍ଡ ମହାପାତ୍ର, “ଆର୍ଥ ଜର୍ଣ୍ଣାଲିଜମ୍ ନେଟୱାର୍କ ଷ୍ଟେଲା ପାଉଲ୍ ଏହାସହ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ ଏବଂ ସାମ୍ବାଦିକମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଏକାଧିକ ଅଧିବେଶନ କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ,  ତଥ୍ୟଯାଞ୍ଚ ଏବଂ ଦର୍ଶକଙ୍କ ଯୋଗଦାନର ଅନେକ ଦିଗ ଅନ୍ତର୍ଭୁକ୍ତ କରାଯାଇଥିଲା |
 
 ଏହି ସ୍ବତନ୍ତ୍ର କର୍ମଶାଳାକୁ ସଫଳ କରିବା ପାଇଁ ହାଇଦ୍ରାବାଦରେ ଥିବା ‘ୟୁଏସ୍ କନସୁଲେଟ୍ ଜେନେରାଲ୍ ଅନେକ ସହଯୋଗ ମିଳିଥିବାରୁ ଆମେ ଆନନ୍ଦିତ ବୋଲି “ଭିୟୁଜ ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍ ଭୀମା ରାଓ କହିଛନ୍ତି, ଏହି କର୍ମଶାଳାଗୁଡ଼ିକ ଜଳବାୟୁ ପ୍ରସଙ୍ଗରେ ଖବର ସଂଗ୍ରହ କରିବା ସହ ଏସମ୍ପର୍କରେ ସାମ୍ବାଦିକଙ୍କ ଜଳବାୟୁ ପରିବର୍ତ୍ତନ ବିଷୟରେ ଜ୍ଞାନ ବୃଦ୍ଧି କରିବାକୁ ଗଣମାଧ୍ୟମକୁ ସମ୍ବେଦନଶୀଳ କରିବାରେ ସାହାଯ୍ୟ କରିବଜଳବାୟୁ ସମସ୍ୟା ବିଷୟରେ ଅଧିକ ଜନସଚେତନତା ସୃଷ୍ଟି କରୁଛି।
 
ଉଦ୍ଘାଟନୀ ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ ବିଭିନ୍ନ ଗଣମାଧ୍ୟମର ସମ୍ପାଦକଙ୍କ ସହ ଏକ ପ୍ୟାନେଲ ଆଲୋଚନା କରି ଜଳବାୟୁ ପରିବର୍ତ୍ତନ ଖବରକୁ ଗୁରୁତ୍ବ ଦେବା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥିଲେ।
 
ଏହା ପରେ ଶ୍ରୀ ରିଚାର୍ଡ ମହାପାତ୍ରଙ୍କ ଦ୍ୱାରା “ସର୍ବାଧିକ ଆନ୍ତର୍ଜତୀୟ ସ୍ତରୀୟ ଆଞ୍ଚଳିକ ପ୍ରସଂଗ
ଉପରେ ରିପୋର୍ଟ କରିବା ଉପରେ ଏକ ଅଧିବେଶନ ଏବଂ ଏଡ୍ ଏଟ୍ ଆକ୍ସନ  ନିର୍ଦ୍ଦେଶକ ଉମି ଡାନିଏଲ୍ ଙ୍କ ଦ୍ୱାରା ‘ଜଳବାୟୁ ପରିବର୍ତ୍ତନପ୍ରାକୃତିକ ବିପର୍ଯ୍ୟୟ ଏବଂ ସ୍ଥାନାନ୍ତରଣ’ ଉପରେ ଏକ ଅଧିବେଶନ କରାଯାଇଥିଲା।

Leave A Comment

All fields marked with an asterisk (*) are required