Search for:
  • Home/
  • ରାଜ୍ୟ/
  • ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍‌” ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍‌” ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

Spread the love

Loading

ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍‌” ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ସମସ୍ତେ ମିଳିମିଶି ଆମର ମହାନ ଓ ଅନନ୍ୟ ସଂସ୍କୃତିକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା- ଧର୍ମେନ୍ଦ୍ର ପ୍ରଧାନ

ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ
“ସମ୍ବଲପୁରୀ ଦିନ୍‌” ଏବେ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଛି
ଏହି ସାଂସ୍କୃତିକ ଆନ୍ଦୋଳନରେ ନୂଆପିଢିର ପିଲାମାନେ ଉତ୍ସାହର ସହ ଯୋଡି ହେଉଛନ୍ତି
 ଆଜିର ଦିନ ସମ୍ବଲପୁର ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା ପାଇଁ ବାର୍ତ୍ତା ଦେଉଛି

ଭୁବନେଶ୍ୱର, ଅଗଷ୍ଟ ୦୧ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ପଶ୍ଚିମ ଓଡ଼ିଶାବାସୀଙ୍କୁ “ସମ୍ବଲପୁରୀ ଦିନ୍‌” ର ଶୁଭେଚ୍ଛା ଜଣାଇବା ସହ ଆଜିର ଅବସରରେ ସମସ୍ତେ ମିଳିମିଶି ଆମର ମହାନ ଓ ଅନନ୍ୟ ସଂସ୍କୃତିକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ଆଜି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ । ଏହି ମହାପୁରୁଷଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା “ସମ୍ବଲପୁରୀ ଦିନ୍‌” ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ସେହି ମହାନ ବିଭୂତିଙ୍କ ଶ୍ରଦ୍ଧାଞ୍ଜଳି । ଦୀର୍ଘ ଦଶ ବର୍ଷ ଧରି “ସମ୍ବଲପୁରୀ ଦିନ୍‌” ପାଳନ ହେବା ଖୁସିର ବିଷୟ । ଏହା ଏବେ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଛି ଏବଂଏହି ସାଂସ୍କୃତିକ ଆନ୍ଦୋଳନରେ ନୂଆପିଢିର ପିଲାମାନେ ଉତ୍ସାହର ସହ ଯୋଡି ହେଉଛନ୍ତି ।  

ସମ୍ବଲପୁର ଅଞ୍ଚଳର ଜୀବନଶୈଳୀରେ ଅନ୍ୟକୁ ଆପଣାଇବାର ଭାବଟି ଗଭୀର ଭାବରେ ଅନାଦିକାଳରୁ ରହିଆସିଛି । ଏହି ଅଞ୍ଚଳର ଭାଷା ବହୁତ ମଧୁର । ଏଠାକାର ହାତବୁଣା କପଡା, ଗୀତ, ନାଚ, ଖାଦ୍ୟପେୟ ସମଗ୍ର ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ସମ୍ବଲପୁର୍ ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା ପାଇଁ “ସମ୍ବଲପୁରୀ ଦିନ୍‌” ବାର୍ତ୍ତା ଦେଉଛି । ମାଁ ସମଲେଇ ସମସ୍ତଙ୍କ ଜୀବନକୁ ନିରାମୟ କରି ରଖିଥାଆନ୍ତୁ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

Leave A Comment

All fields marked with an asterisk (*) are required