Search for:
  • Home/
  • ଅପରାଧ/
  • ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

Spread the love

Loading

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

ଭୁବନେଶ୍ୱର:କଟକ ତା ୧୮.୦୮.୨୦୨୩ – ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ୤ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ୤ ଏହି ଅବସରରେ ପୋଲିସ ମୁଖ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶରେ ସଦ୍‌ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ଯ୍ୟ କରିବା ସହ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ୱିଧାନିକ ବିଧି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବାକୁ ଶପଥ କରିଥିଲେ ୤ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ରାଜେଶ କୁମାର, ଏ.ଆଇ.ଜି (ମୁଖ୍ୟାଳୟ) ଶ୍ରୀ ଜୁଗୋଳ କିଶୋର କୁମାର ବନୋଥଙ୍କ ସମେତ ପୋଲିସ ମୁଖ୍ୟାଳୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ପଙ୍କଜ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

Leave A Comment

All fields marked with an asterisk (*) are required