ରାଜ୍ୟ ଆଇନଜୀବୀ ପରିଷଦର ନୂତନ ସଦସ୍ୟଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ
ରାଜ୍ୟ ଆଇନଜୀବୀ ପରିଷଦର ନୂତନ ସଦସ୍ୟଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୮/୮ : ରାଜ୍ୟ ଆଇନଜୀବୀ ପରିଷଦର ନବ ନିର୍ବାଚିତ ୨୫ସଦସ୍ୟଙ୍କୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ । ଏଥିରେ ଅଧ୍ୟକ୍ଷତା କରଥିଲେ ସଂଘର ସଭାପତି ଧନେଶ୍ୱର ମହାନ୍ତି । ପରିଷଦର ନବ ନିର୍ବାଚିତ ସଦସ୍ୟ ପିତବାସ ପଣ୍ଡା,
ରାଜୀବକୁମାର ମହାନ୍ତି, ଦେବୀପ୍ରସାଦ ଧଳ, ସିତାଂଶୁମୋହନ ଦ୍ୱିବେଦୀ,ବିଭୁପ୍ରସାଦ ଦାସ, ଅକ୍ଷୟ କୁମାର ପତି, ଭକ୍ତଭୂଷଣ ବାରିକ, ଆତ୍ମପ୍ରକାଶ ମହାନ୍ତି,ସୌରଚନ୍ଦ୍ର ମହାପାତ୍ର, ଅରୂପାନନ୍ଦ ଦାସ, ଦିନେଶ ଚନ୍ଦ୍ର ରାୟ, ପ୍ରସନ୍ନ କୁମାର ପାଢ଼ୀ,
ସଞ୍ଜିତ୍ କୁମାର ପାଣିଗ୍ରାହୀ, ମାନସ କୁମାର ଚାନ୍ଦ, ଗିରିଧାରୀ ମହାପାତ୍ର,ନୃସିଂହ ଚରଣ ନାୟକ, ଲକ୍ଷ୍ମୀ ନାରାୟଣ ପଟେଲ, ବିଭୁପ୍ରସାଦ ତ୍ରିପାଠୀ, ଜ୍ଞାନରଞ୍ଜନମହାନ୍ତି, ଅକ୍ଷୟ କୁମାର ସାମନ୍ତରାୟ, ଧନଞ୍ଜୟ ମୁଣ୍ଡ୍ ଓ ତପନ କୁମାର ବିଶ୍ୱାଳଙ୍କୁ
ସମ୍ବାର୍ଦ୍ଧନା କରାଯାଇଥିଲା । ଏଥିରେ ଓକିଲ ସଂଘର କର୍ମକର୍ତା ସମେତ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ନିର୍ମଳ କିଶୋର ରଥ, ଶିବାନନ୍ଦ ରାୟ, ଜେହେଦୁର୍ ରେହେମାନ୍, ସଂଗ୍ରାମ କେଶୋରୀ ପ୍ରଧାନ, ମଧୁମାଧବ ଜେନା ପ୍ରମୁଖ
ରାଜ୍ୟ ଆଇନଜୀବୀ ପରିଷଦର ନୂତନ ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏଥିରେ ସମ୍ପାଦକ ତାପସ କୁମାର ଦାସ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ଅଞ୍ଜନ
କୁମାର ସାମନ୍ତରାୟ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାକୁ ଦୁଇ ଜଣ ପୂର୍ବତନ ସମ୍ପାଦକ ରାଜିବ ରାଉତ ଓ ଚିତ ରଞ୍ଜନ ବ÷ରିଶାଲ ସଭା ପରିଚାଳଣା କରିଥିଲେ ।
ସଂଘର ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ମନିଶ କୁମାର ନାୟକ,ସହ ସମ୍ପାଦକ ପୁଲିନ କୁମାର ମାର୍ଥା, କାର୍ଯ୍ୟକାରୀ କମିଟି ସଭ୍ୟ ସବ୍ୟସାଚ୍ଚି ସୂତାର,ଅଭିନାଶ ମହାନ୍ତି, ଅମିତ କୁମାର ବାରିକ୍, ଆନନ୍ଦ ଚନ୍ଦ୍ର ଜେନା, ବିମଳ
କେଶୋରୀ ଦାସ, ବିର କିଶୋର ବେହେରା, ଚିତ୍ରସେନ ଶ୍ରୀଚନ୍ଦନ, ବିଶ୍ୱନାଥଷଡ଼ଙ୍ଗୀ, ଜୌତ୍ରୀମୟୀ ପଣ୍ଡା, ପ୍ରୀତିଜୋତ୍ସ୍ନା ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳଣା କରିଥିଲେ ।