Search for:
  • Home/
  • ରାଜ୍ୟ/
  • ଲକ୍ଷ୍ୟ ନୃତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହେଲେ ବିଶିଷ୍ଟ ନୃତ୍ୟ ଓ ସଂଗୀତ କଳାକାର

ଲକ୍ଷ୍ୟ ନୃତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହେଲେ ବିଶିଷ୍ଟ ନୃତ୍ୟ ଓ ସଂଗୀତ କଳାକାର

Spread the love

Loading

ଲକ୍ଷ୍ୟ ନୃତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହେଲେ ବିଶିଷ୍ଟ ନୃତ୍ୟ ଓ ସଂଗୀତ କଳାକାର

ଭୁବନେଶ୍ୱର ତା 12/05 ଓଡିଶାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ୟ ଡ୍ୟାନସ ଏକାଡେମୀର ବାର୍ଷିକ ନୃତ୍ୟ ଓ ସଙ୍ଗୀତ ସମାରୋହ ଭୁବନେଶ୍ବର ଭଞ୍ଜ କଳାମଣ୍ଡପ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜଣାଶୁଣା କଣ୍ଠଶିଳ୍ପୀ ଡ. ଶ୍ରୀମତୀ ଜୟଶ୍ରୀ ଧଳଙ୍କୁ ଲକ୍ଷ୍ୟ ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଛି। ଗୁରୁ ଶ୍ରୀମତୀ ସିକତା ଦାସଙ୍କୁ ଲକ୍ଷ୍ୟ ନୃତ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି। ସେହିପରି ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ଲକ୍ଷ୍ୟ ବାଦ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶାର ପ୍ରିନସପାଲ ଆକାଉଣ୍ଟାଣ୍ଟ ଜେନେରାଲ ଶ୍ରୀ ରାଜ କୁମାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଓ ସମାଜସେବୀ ତଥା ବି ଜେ ଏଜୁକେଶନ ସୋସାଇଟିର ସମ୍ପାଦକ ପ୍ରତାପ ଜେନା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡିଶୀ ନୃତ୍ୟ, ସଙ୍ଗୀତ ଓ ବାଦ୍ୟକୁ ବିଶ୍ବସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଲକ୍ଷ୍ୟ ଡ୍ୟାନସ ଏକାଡେମୀର ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଲକ୍ଷ୍ୟ ଡ୍ୟାନସ ଏକାଡେମୀର ପ୍ରତିଷ୍ଠାତା ସମ୍ପାଦିକା କ୍ଷଣପ୍ରଭା ପରୀଡାଙ୍କ ସଭାପତିତ୍ବରେ ଏହା ଆୟୋଜିତ ହୋଇଥିଲା। ଉତ୍ସବର ସଂଯୋଜନା କରିଥିଲେ ସରୋଜ ବାରିକ ଓ କୁମାର ସାଗର। ଏହି ଉତ୍ସବରେ ସ୍ବନାମଧନ୍ୟ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।

Leave A Comment

All fields marked with an asterisk (*) are required