Search for:
  • Home/
  • ରାଜ୍ୟ/
  • ମୃତ ଚାଷୀଙ୍କ ପରିବାରକୁ ସାହା ହେଲା ଓଡ଼ିଶା-ମୋ ପରିବାର

ମୃତ ଚାଷୀଙ୍କ ପରିବାରକୁ ସାହା ହେଲା ଓଡ଼ିଶା-ମୋ ପରିବାର

Spread the love

Loading

ମୃତ ଚାଷୀଙ୍କ ପରିବାରକୁ ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର:କ୍ଷେତରେ କାମ କଲେ ପରିବାର ଚଳୁଥିଲା । ହଠାତ୍ ଦୁଃଖର ପାହାଡ଼ ମାଡ଼ି ବସିଲା ଓ ଅକାଳରେ ଝରିପଡ଼ିଲେ ଚାଷୀ ରଞ୍ଜିତ୍ । ଶେଷକୃତ୍ୟ ସମ୍ପନ୍ନ ପାଇଁ ମୃତଶରୀର ଘରକୁ ନେବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନଥିଲେ ପତ୍ନୀ । ମୃତଦେହ ସ୍ଥାନାନ୍ତରଣ କରିବାକୁ ଆଗେଇ ଆସିଲା ଓଡ଼ିଶା- ମୋ ପରିବାର

ସୂଚନାନୁସାରେ, ଯାଜପୁର ଜିଲ୍ଲା ଜରି ଅଞ୍ଚଳର ଜଣେ କୃଷକ ରଞ୍ଜିତ କୁମାର ସାମଲ କ୍ଷେତରେ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । ପରିବାର କହିଲେ ତାଙ୍କର ଚାରି ଝିଅ ଏବଂ ପତ୍ନୀ । ଅଭାବ ଅନଟନରେ ପରିବାର ଚଳାଉଥିବା ରଞ୍ଜିତଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପରି ହଠାତ୍ ଦୁଃଖର ପାହାଡ଼ ମାଡ଼ି ଆସିଲା ଏବଂ କିଡ଼ନୀ ଜନିତ ରୋଗରେ ଅନେକ ଦିନ ଧରି ପୀଡ଼ିତ ରହିଲେ । ସମ୍ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରଞ୍ଜିତ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ, ସେ ଗତ ଅକ୍ଟୋବର ୨୬ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ । ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କର ମୃତ୍ୟୁରେ ସ୍ତ୍ରୀ ଏବଂ ଚାରି ଝିଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଆର୍ଥିକ ଚାପରେ ଥିବାରୁ ଶେଷକୃତ୍ୟ ନିମନ୍ତେ ରଞ୍ଜିତଙ୍କର ମୃତଶରୀର ନିଜ ଗାଁ’କୁ ନେଇ ପାରୁନଥିଲେ । ଅସହାୟ ହୋଇ ପରିବାରବର୍ଗ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ସାହାଯ୍ୟ ଲୋଡ଼ିଥିଲେ । ଶ୍ରୀ ସାମନ୍ତରାୟ ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟକୁ ସୂଚନା ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ରଞ୍ଜିତଙ୍କର ମୃତଶରୀର ଶେଷକୃତ୍ୟ ନିମନ୍ତେ ଯାଜପୁରସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବାକୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଶିବ ପ୍ରସାଦ ରାଉତ ସଂଯୋଜନା କରିଥିଲେ । ମୃତଶରୀର ସ୍ଥାନାନ୍ତରଣ ସମୟରେ ଓଡ଼ିଶା-ମୋ ପରିବାର ଟିମ୍ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିବା ସହିତ ପରିବାରବର୍ଗଙ୍କୁ ଆଶ୍ଵାସନା ଦେଇଥିଲେ ।
ପରିବାରର ଦୁଃଖ ସମୟରେ ବନ୍ଧୁ ପରି ସାହାଯ୍ୟ କରିବାକୁ ଓଡ଼ିଶା-ମୋ ପରିବାର ଆଗେଇ ଆସିଥିବାରୁ ମୃତ ରଞ୍ଜିତଙ୍କ ପତ୍ନୀ ଏବଂ ତାଙ୍କ ଚାରି ଝିଅ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Leave A Comment

All fields marked with an asterisk (*) are required