Search for:
  • Home/
  • ରାଜ୍ୟ/
  • ‘ମୋ ବସ୍’ ଓ ବାଇକ ଚାଳକଙ୍କ ମଧ୍ୟରେ ଗାଡି ସାଇଡମରାକୁ ଉତ୍ତେଜନା

‘ମୋ ବସ୍’ ଓ ବାଇକ ଚାଳକଙ୍କ ମଧ୍ୟରେ ଗାଡି ସାଇଡମରାକୁ ଉତ୍ତେଜନା

Spread the love

Loading

ଭୁବନେଶ୍ବର: ସିଆରପି ଛକରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଗାଡି ସାଇଡ଼ ମରାକୁ ନେଇ ମାରପିଟ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ‘ମୋ ବସ୍’ ଓ ବାଇକ ଚାଳକଙ୍କ ମଧ୍ୟରେ ଗାଡି ସାଇଡମରାକୁ ଉତ୍ତେଜନା ଦେଖିବାକୁ ମିଳିଛି। ବାଇକ ଚାଳକଙ୍କୁ ମୋ ବସ ଡ୍ରାଇଭର ଗାଳିଗୁଳଜ କରିବାରୁ ସେ ବାଇକକୁ ସାଇଡରେ ରଖି ‘ମୋ ବସ୍’ ଡ୍ରାଇଭରଙ୍କ ପାଖକୁ ଆସିଥିଲେ। କାହିଁକି ଗାଳିଗୁଳଜ କରୁଛ ବୋଲି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ‘ମୋ ବସ୍’ ଚାଳକ ଜଣଙ୍କ ବାଇକ ଚାଳକଙ୍କୁ ମାରପିଟ କରିଥିବା ଜଣାପଡ଼ିଛି। ଘଟଣାର ଖବର ପାଇଁ ପିସିଆର ପହଞ୍ଚିଛି। ବସ କର୍ମଚାରୀ ଓ ବାଇକ ଚଳାକ ଉଭୟଙ୍କୁ ଅଟକ ରଖିଥିବା ସୂଚନା । ପ୍ରତିବାଦରେ ସିଆରପି ଛକରେ ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବସ୍ ଥୋଇ ଗଣ୍ଡଗୋଳ ନେଇ ଅଭିଯୋଗ ହୋଇଛି। ଫଳରେ ଟ୍ରାଫିକ ସମସ୍ୟା ଉପୁଜିଛି। ଉକ୍ତ ରୋଡରେ ଯାତାୟତ କରୁଥିବା ଗାଡିଗୁଡିକ ମଧ୍ୟ ଅଟକି ରହିଛି। ଘଟଣାସ୍ଥଳରେ ନୂୟାପଲ୍ଲୀ ପୁଲିସ ଓ ଖଣ୍ଡଗିରି ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛନ୍ତି।

Leave A Comment

All fields marked with an asterisk (*) are required