Search for:
  • Home/
  • ରାଜ୍ୟ/
  • ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କାର ମେଡ଼ିସିନ।

ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କାର ମେଡ଼ିସିନ।

Spread the love

Loading

ଅସୁରକ୍ଷିତ ରାଜଧାନୀ କିଛି ନା କିଛି ଘଟୁଛି ସବୁ ଚୁପ କାହା ଚାପରେ ହେଉଛି ଏହି ଅସୁବିଧା:ସମାଜ ସେବି

ଭୁବନେଶ୍ୱର : ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଔଷଧ ଗୋଦାମରେ ଭୟବାହ ଅଗ୍ନିକାଣ୍ଡ ହୋଇଛି। ମଞ୍ଚେଶ୍ୱରରେ ମହିନ୍ଦ୍ରା ଶୋ ରୁମ ପାଖରେ ଥିବା ରାଜ୍ୟ ଔଷଧ ନିଗମ ଲିମିଟେଡ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି। ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି। ରାତି ପ୍ରାୟ ୧୦.୪୫ ରୁ ୧୧ଟା ଭିତରେ ନିଆଁ ଲାଗିଥିବା ଜଣାପଡିଛି।ନିଆଁର ବେଗ ଏତେ ପ୍ରଖର ଥିଲା କି ଅଗ୍ନିଶମ ବାହିନୀଙ୍କୁ ନିଆଁ ଆୟତ୍ତ କରିବାକୁ ଦୀର୍ଘ ସମୟ ଲାଗିଥିଲା । ପାଣିମାଡ଼ ପରେ ନିଆଁ ଆୟତ୍ତ ନ ହେବାରୁ ଏକ ହାଇଡ୍ରା ଓ ଆଉ ଗୋଟେ ଜେସିବି ସାହାଯ୍ୟରେ ଗୋଦାମର ଏକ ପାର୍ଶ୍ଵକୁ ଭଙ୍ଗା ଯାଇ ପାଣି ମାଡ଼ କରାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରାୟ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗୋଦାମରୁ ନିଆଁ ଲିଭାଯାଇ ଆୟତ୍ତ କରାଯାଇଥିଲା। ଅଗ୍ନିଶମ ବିଭାଗ ଓ କମିଶନରେଟ ପୋଲିସ ସହଯୋଗରେ ଏହି କାର୍ଯ୍ୟ ସଫଳ ହୋଇଥିଲା । ଯାହା ଫଳରେ ଅନ୍ୟ ଗୋଦାମ କୁ ନିଆଁ ଲାଗିବା ସମ୍ଭବ ହୋଇନଥିଲା। ଏହା ସହିତ ଆକ୍ସିଜେନ ସିଲିଣ୍ଡର ଖାଲି ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତୀ ଯାଇଛି । ଗୋଦାମରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଥିବା କାରଣରୁ ସ୍ଥାନୀୟ ଲୋକଙ୍କୁ ଗୋଦାମ ପାଖରୁ ଦୂରେଇ ରାଯାଇଥିଲା।

Leave A Comment

All fields marked with an asterisk (*) are required