Search for:
  • Home/
  • ରାଜ୍ୟ/
  • ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ

ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ

Spread the love

Loading

ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ

ଭୁବନେଶ୍ୱର:୫| ୭ : ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ଶିକ୍ଷକ ଦିବସ ଉପଲକ୍ଷେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ” ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ ” ଓ ପୁରସ୍କାର ବିତରଣ ମହୋତ୍ସବ ପାଳନ କରାଯାଇଛି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ୭ ଜଣ ପ୍ରତିଭା ଯଥା ପଣ୍ଡିତ ଦେବେନ୍ଦ୍ର କୁମାର ମିଶ୍ର ( ଶିକ୍ଷା ), ଡ଼. ଦିଲୀପ ପରିଡା ( ସ୍ୱାସ୍ଥ୍ୟ ), ବିଷ୍ଣୁ ପ୍ରସାଦ ପାତ୍ର ( କର୍ତ୍ତବ୍ୟ ଓ ପୋଲିସ ସେବା ), ଦୁର୍ଗାଶିଷ ( ସାମ୍ବାଦିକତା ), ଶ୍ରୀ ନାରାୟଣ ଓଝା ( ସମାଜସେବା )ଙ୍କୁ ସମ୍ମାନିତ କରାଯାଇଥିଲା l ଏହା ବ୍ୟତୀତ ଚିତ୍ରାଙ୍କନ ଓ ଓଡିଶୀ ନୃତ୍ୟ ପ୍ରତିଯୋଗିତାର ବିଚରାକ ରୂପେ ଶ୍ରୁତକୀର୍ତ୍ତି ତ୍ରିପାଠୀ ଯୋଗ ଦେଇଥିଲେ l ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ ଶ୍ରୀ ସୁରେଶ ମନ୍ତ୍ରୀ, ଆର୍ତ୍ତତ୍ରାଣ ମିଶ୍ର, ଶ୍ରୀ ଆର୍ଯ୍ୟ ଜ୍ଞାନେନ୍ଦ୍ର ଏବଂ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ l ଏଥିରେ ଅନୁଷ୍ଠାନର ସଦସ୍ୟ ଶୁଭେଦିତା ରାୟ, ଦୀପ୍ତି ବେହେରା, ସରିତା ପଟ୍ଟନାୟକ, କାଜଲ ମହାପାତ୍ର, ଲଷ୍ମୀପ୍ରଭା ମିଶ୍ର, ଗୋବିନ୍ଦ ପାତ୍ର, ଅବିନାଶ ରାୟ ଚୌଧୁରୀ, ନିହାରିକା ମହାପାତ୍ର, ବିଦୁ, ରତ୍ନପ୍ରଭା, ଆରାଧନା ସାହୁ l କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଆଙ୍କର ଲିଜା ଓ ଶେଷରେ ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Comment

All fields marked with an asterisk (*) are required