Search for:
  • Home/
  • ରାଜ୍ୟ/
  • ପରମ୍ପରାରେ ପୁରାତନ ଜୀବନଶୈଳୀର ଅଂଶବିଶେଷ

ପରମ୍ପରାରେ ପୁରାତନ ଜୀବନଶୈଳୀର ଅଂଶବିଶେଷ

Spread the love

Loading

ଯୋଗ ଭାରତୀୟ ପରମ୍ପରାରେ ପୁରାତନ ଜୀବନଶୈଳୀର ଅଂଶବିଶେଷ

ଭୁବନେଶ୍ୱର, ୧୧.୭ : ଯୋଗ, ବ୍ୟାୟାମ, ଧ୍ୟାନ ଓ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ଓ ନିରୋଗ ରଖିବାରେ ସାହାଯ୍ୟ କରିଥାଏ । ଏହା ଭାରତୀୟ ପରମ୍ପରାରେ ବହୁ ପୁରାତନ ଜୀବନଶୈଳୀର ଏକ ଅଂଶବିଶେଷ । ଯୋଗ, ପ୍ରାଣାୟମ ମନୁଷ୍ୟକୁ ଅଧିକ ସଂଯମୀ, ଶକ୍ତିଶାଳୀ ତଥା ସମାୟନୁବର୍ତ୍ତୀ ହେବାରେ ସାହାଯ୍ୟ କରିଥାଏ । ଧ୍ୟାନ ଆମର ମନ ଆଉ ମସ୍ତିଷ୍କକୁ ନିୟନ୍ତ୍ରଣ କରି ପରମାତ୍ମାଙ୍କ ସହ ଏକ
ହେବାରେ ସହାୟକ ହୁଏ ।ଈଶା ଫାଉଣ୍ଡେସନ ନାମକ ଏକ ଅଣଲାଭକାରୀ ଅଗ୍ରଣୀ ଯୋଗ ଅନୁଷ୍ଠାନ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଏମ୍ବାଟୁରଠାରେ
ପ୍ରତିଷ୍ଠିତ । ଏହି ଆଶ୍ରମଟି ତାମିଲନାଡୁର କୋଏମ୍ବାଟୁର ସହର ଠାରୁ ଅନତି ଦୂରରେ ସବୁଜିମା ଭରା ଭେଲିଆନଗିରି ପାହାଡ଼ର ପାଦ ଦେଶରେ ଅବସ୍ଥିତ ।ଏଠାରେ ବିଭିନ୍ନ ଯୋଗ, ହଟଯୋଗ ଏବଂ ଆୟୁର୍ବେଦ ଚିକିତ୍ସା କରାଯାଏ ।ଆମ ଶରୀରରୂପକ ଯନ୍ତ୍ର ସର୍ବଦା ଆମ ନିୟନ୍ତ୍ରଣରେ ରଖିବା ଏବଂ ଏହାକୁ ଉପଯୁକ୍ତ
ଭାବରେ ଗତିଶୀଳ ସୁସ୍ଥ ଏବଂ ସନ୍ତୁଳିତ ରଖିବା ପାଇଁ ତଥା ସମୃଦ୍ଧଶାଳୀ କରିବା ନିମନ୍ତେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ଯୋଗର ବିଭିନ୍ନ ଉପାୟମାନ ପ୍ରସ୍ତୁତ କରିଛନ୍ତି । ଇନର ଇଞ୍ଜିନିୟରିଂ ବା ଅଭ୍ୟନ୍ତରୀର ରୂପାନ୍ତର ତନ୍ମଧ୍ୟରୁ ପ୍ରମୁଖ । ଏହା
ଏପରି ଏକ କୌଶଳ ଯାହାକୁ ସଦ୍‌ଗୁରୁ ବୈଜ୍ଞାନିକ ପଦ୍ଧତି ଦ୍ୱାରା ବିଭିନ୍ନ ଉଦାହରଣ ଓ ପରୀକ୍ଷଣ ପରେ ଅତ୍ୟନ୍ତ ସହଜ ତଥା ସରଳ ଭାବରେ ପ୍ରସ୍ତୁତ କରିଛନ୍ତି ।ଆମେ ଏହି ସହଜ ସରଳ ମାତ୍ର ଯଥେଷ୍ଟ ଶକ୍ତିଶାଳୀ ଯୋଗବିଦ୍ୟାକୁ ଆମ ନିକଟରେ ପାଇବାକୁ ଯାଉଛୁ । ଆସନ୍ତା ଅଗଷ୍ଟ ମାସ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ସୁଯୋଗ ଉପଲବ୍ଧ ହେବାକୁ ଯାଉଛି । କାର୍ଯ୍ୟକ୍ରମ ସ୍ଥଳତେରାପନ୍ଥ ଭବନ, ପୁରୀ-କଟକ ରୋଡ଼, ଭୁବନେଶ୍ୱରଠାରେ ଅଗଷ୍ଟ ମାସ ୯ ତାରିଖ
ସନ୍ଧ୍ୟା ୬.୩୦ରୁ ୭.୩୦ ମିନିଟ ପର୍ଯ୍ୟନ୍ତ ଏକ ନିଶୁଳ୍କ ଆରମ୍ଭିକ ସତ୍ର ରହିଛି ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ ।

Leave A Comment

All fields marked with an asterisk (*) are required