‘ଓଡ଼ିଶା ଲୋକସେବା ଆୟୋଗ’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ ‘ଓଡ଼ିଶା ଲୋକସେବା ଆୟୋଗ’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ବର: ୦୭.୦୭ ଓଡ଼ିଶା ଲୋକସେବା ଆୟୋଗର ୭୫ ବର୍ଷ ପୂର୍ତ୍ତି ସମାରୋହ ଭୁବନେଶ୍ବରଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ OPSCକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କି, ୭୫ବର୍ଷ ଧରି ସେବା କରିଆସୁଛି OPSC । ଏହାକୁ ସଶକ୍ତ କରିବା ପାଇଁ କାମ ଜାରି ରହିଛି । OPSCର ନୂଆ ବିଲ୍ଡିଂ ନିର୍ମାଣ ଚାଲିଛି । ଏଥିପାଇଁ ୧୪କୋଟି ଟଙ୍କା ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକସେବା ଆୟୋଗର କେତେକ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ସନତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।