Search for:

ଗୁଳିମାଡ଼ରେ ପୋଲିଂ ଏଜେଣ୍ଟ ମୃତ।

Spread the love

Loading

କୋଲ୍‌କାତା:ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଯବାନ ମୁତୟନ ହୋଇଛନ୍ତି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନବେଳେ ହିଂସାକାଣ୍ଡ; ଗୁଳିମାଡ଼ରେ ପୋଲିଂ ଏଜେଣ୍ଟ ମୃତ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୨ ଜିଲ୍ଲାର ୬୪ ହଜାର ୮୭୪ ଆସନରେ ଭୋଟିଂ ଚାଲିଛି । କିନ୍ତୁ ନିର୍ବାଚନ ସମୟରେ ହିଂସାକାଣ୍ଡ ଲାଗିରହିଥିବାବେଳେ ଫୁଟିଛି ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ ।ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନବେଳେ ହିଂସାକାଣ୍ଡ; ଗୁଳିମାଡ଼ରେ ପୋଲିଂ ଏଜେଣ୍ଟ ମୃତ କୋଲ୍‌କାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୨ ଜିଲ୍ଲାର ୬୪ ହଜାର ୮୭୪ ଆସନରେ ଭୋଟିଂ ଚାଲିଛି । କିନ୍ତୁ ନିର୍ବାଚନ ସମୟରେ ହିଂସାକାଣ୍ଡ ଲାଗିରହିଥିବାବେଳେ ଫୁଟିଛି ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ ।ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ । ସେପଟେ ସିତାଇ ବିଧାନସଭାର ଦିନହାଟରେ ବାଲଟ ବାକ୍ସ ପୋଡ଼ିଦେଲେ ଦୁର୍ବୃତ୍ତ । ଏଯାବତ ପଞ୍ଚାୟତ ନିର୍ବାଚନ ପାଇଁ ହିଂସା ବେଳେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

Leave A Comment

All fields marked with an asterisk (*) are required