ବର୍ଷାରେ ଆଗ୍ରହ ବଢ଼ୁଛି ଅଜନ୍ତା ସର୍କସ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ରିହାତି
ବର୍ଷାରେ ଆଗ୍ରହ ବଢ଼ୁଛି ଅଜନ୍ତା ସର୍କସ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ରିହାତି
ଭୁବନେଶ୍ୱର,୧/୭ – ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଟିକଟର ମୂଲ୍ୟ ଶତକଡ଼ା ୫୦ ମୂଲ୍ୟ ଛାଡ଼ ପାଇଁ ଅଜନ୍ତା ସର୍କସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଦିର୍ଘ ୮ବର୍ଷ ପରେ ରାଜଧାନୀ ୟୁନିଟ୍ ୩ ପଦର୍ଶନୀ ପଡ଼ିଆରେ ଚିତାକର୍ଷକ ରୋମାଂକାରୀ ଅଜନ୍ତା ସର୍କସ ଦିନକୁ ଦିନ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ଖରା ପରେ ବର୍ଷା ଦିନରେ ଏହାକୁ ଦେଖିବାକୁ ଲୋକଙ୍କ ଉତ୍ସାହ ଅଧିକ ବୃଦ୍ଧି ପାଇଛି । ଆସନ୍ତା ୨ସପ୍ତାହ ଧରି ହେବାକୁ ଥିବା ଏହି ସର୍କସରେ ସଂଖ୍ୟାତ୍ମକ ଯୁବକଯୁବତୀମାନଙ୍କର ଚିତାକର୍ଷକ ବିପଦପୂଣ୍ଣ ଖେଳ ପ୍ରଦର୍ଶନ କରାଯାଉଛି । ସର୍କସ ଏକ ଅନ୍ତଃରାଷ୍ଟ୍ରୀୟ ଖେଳ । ବିଦେଶରୁ ଆସି ପୂର୍ବରୁ ଏହି ସର୍କସ ଓଡ଼ିଶାର ବିଭିନ୍ନ ସହରରେ ପ୍ରଦର୍ଶିତ ହେଉଥିଲା । ପ୍ରାକ୍ ଐତିହାସିକ କାଳରେ କର୍ମକ୍ଳାନ୍ତ ଜୀବନରେ ମନୋରଞ୍ଜନ ପାଇଁ ଏହି ସର୍କସକୁ ଦେଖି ମନୋରଞ୍ଜନ କରିଥିଲେ । ଲୁପ୍ତ ହେବାକୁ ବସିଥିବା ଏହି ଖେଳକୁ ଟିଭି ଓ ମୋବାଇଲରେ ନଦେଖି ସିଧା ସାମ୍ନାସାମ୍ନି ସର୍କସ ଦେଖିଲେ ଏହା ଅଧିକ ରୋମାଂଚକାରୀ । ଆଫ୍ରିକାନ୍, ରଷିଆନ୍, ମଣିପୁରର କଳାକାରମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଏଥିରେ ଫାୟାର ରିଂ, ଫ୍ଲାଇଂ, ଫାୟାର ଡ୍ୟାନ୍ସ, ସାଇକେଲ ଫ୍ଲାଏ, ରିଂ ବାଲାନ୍ସ, ଜୋକର କମେଡ଼ି ସହ ୩୦ପ୍ରକାର ଖେଳ ପଦର୍ଶନ କରାଯାଉଛି । ଏଥିରେ ଗ୍ଲୋବ ମଟର ସାଇକେଲ୍ ରାଇଡ଼୍ ଅଧିକ ଦର୍ଶକଙ୍କୁ ରୋମାନ୍ସ ଭରି ଦେଉଛି । ଏହାକୁ ଅଜନ୍ତା ସର୍କସର ମ୍ୟାନେଜର ବୈକୁଣ୍ଠ ପାତ୍ର ଓ ସଞ୍ଜିତ ଘୋଷାଲ ପରିଚାଳଣା କରୁଛନ୍ତି ।