Search for:
  • Home/
  • ରାଜ୍ୟ/
  • ବିଜୁନଗର କମୁନିଟି ଗୃହ ଉଦଘାଟିତ।

ବିଜୁନଗର କମୁନିଟି ଗୃହ ଉଦଘାଟିତ।

Spread the love

Loading

ବିଜୁନଗର କମୁନିଟି ଗୃହ ଉଦଘାଟିତ

ଭୁବନେଶ୍ୱର,୨୭ା୭ : ଭୁବନେଶ୍ୱର ମହାନଗର ନିଗମର ୨ ନମ୍ବର ଓାର୍ଡ ଅନ୍ତର୍ଗତ ବିଜୁନଗର ଠାରେ କମୁନିଟି ଗୃହର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଇଜିଙ୍ଗ ଇଣ୍ଡିଆ ସିଟିଜେନ ଫୋରମର ସଭାପତି ସିଦ୍ଧାର୍ଥ ମିଶ୍ରଙ୍କ ଅଧ୍ୟକ୍ଷତାରେ

ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର
ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ୨ ନମ୍ବର ଓାର୍ଡ କର୍ପୋରେଟର ମୋନାଲିସା ବେହେରା, ୧ ନମ୍ବର
କର୍ପୋରେଟର ମିହିର କୁମାର ରାଉତ, ଯୁବନେତା ମନୋଜ କୁମାର ସାହୁ,ନାରୀନାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ପ୍ରଭାସ ରଞ୍ଜନ ଦାସ ସମାଜ ସେବୀ ମାନି ପଣ୍ଡା ପ୍ରମୁଖ ଯୋଗଦେଇ ରାଇଜିଙ୍ଗ ଇଣ୍ଡିଆ ସିଟିଜେନ ଫୋରମର ବୃକ୍ଷ ରୋପଣ ଓ ଏହାର ରକ୍ଷଣା ବେକ୍ଷଣ, ରକ୍ତଦାନ


ବିଭିନ୍ନ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କରାଯିବା ସହ ୨୫ ଜଣ ମହିଳାଙ୍କୁ ଶାଢୀ ବଣ୍ଟନ କରାଯାଇଥିଲା । ଫୋରମର ସମସ୍ତ ସଦସ୍ୟ ସହଯୋଗ କରିଥିଲା ବେଳେ ସମ୍ପାଦକ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required