Search for:

ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ଗିରଫ

Spread the love

Loading

ଗିରଫ ହେଲେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ବିଜେପି କର୍ମୀ, ଅଭିଯୁକ୍ତଙ୍କ ଘରେ ଚାଲିବ ବୁଲଡୋଜର।

ଭୁବନେଶ୍ୱର:ଭୋପାଳ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ଏହା ସହ ତାଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୨୯୪, ୫୦୪ ଓ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି । ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ । ଏପରିକି ନ୍ୟାସନାଲ୍‌ ସିକ୍ୟୁରିଟି ଆକ୍ଟ- NSA ଲଗାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ଭୟରେ ଅଭିଯୁକ୍ତ ପ୍ରବେଶ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଉଥିଲେ । ଶେଷରେ ରାତି ୨ଟା ବେଳେ ସେ ଧରା ପଡ଼ିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଜଣେ ବିଜେପି କର୍ମୀ ମଦ ନିଶାରେ ଜଣେ ମାନସିକ ଭିନ୍ନକ୍ଷମ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବାର ଭିଡିଓ ଭାଇରାଲ ହୋଇଥିଲା । ବିଜେପି କର୍ମୀ ଜଣକ ବିଜେପି ନେତା ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଳା ବୋଲି ଜଣାପଡିଛି । ହାତରେ ସିଗାରେଟ ଧରି ଜଣେ ମାଫିଆ ଭଳି ସେ ଜଣେ ଆଦିବାସୀ ଯୁବକଙ୍କ ଉପରେ ଯେଭଳି ପରିଶ୍ରା କରୁଛନ୍ତି ତାହା ସଭ୍ୟ ସମାଜ ଓ ଏକ ଗଣତନ୍ତ୍ର ରାଷ୍ଟ୍ରର ସରକାରଙ୍କ ଚରିତ୍ରକୁ କଳଙ୍କିତ କରିଛି ।

Leave A Comment

All fields marked with an asterisk (*) are required