Search for:
  • Home/
  • ମହାନଗର/
  • ରାଜଧାନୀ ରେ ଖୋଲିଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍”

ରାଜଧାନୀ ରେ ଖୋଲିଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍”

Spread the love

Loading

ରାଜଧାନୀ ରେ ଖୋଲିଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍”

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ମଧ୍ୟ ଭାଗ ଖାରବେଳ ନଗର ଠାରେ ଶୁଭାରମ୍ଭ ହେଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍” l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ଓ ଛାତ୍ର ବ୍ୟାପାର ବିଜେଡି ର “ସାଧାରଣ ସମ୍ପାଦକ” ତଥା ଧର୍ମଶାଳା ର ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ୱାର୍ଡ ନମ୍ବର ୩୬ ର କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ ଏବଂ ୱାର୍ଡ ନମ୍ବର ୪୧ ର କର୍ପୋରେଟର ଶ୍ରୀମତୀ କବିତା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ lଯେ କୌଣସି ସ୍ଥାନରୁ ଜଣେ ଗ୍ରାହକ ସୁବିଧା ରେ ଯାତାୟାତ କରି ଏହି ରେସ୍ତୋରାଁ ରେ ଖାଦ୍ୟ ଗ୍ରହଣ କରିବା ସହଜ ହେବ ଏବଂ ଏହି ରେସ୍ତୋରାଁ ର ଖାଦ୍ୟ ପରଷିବା ଶୈଳୀ ସମସ୍ତ ଗ୍ରାହକ ଙ୍କୁ ଆକୃଷ୍ଟ କରିବ ବୋଲି ରାଜଧାନୀ ର ମଧ୍ୟ ସ୍ଥାନରେ

ରେସ୍ତୋରାଁ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କ ରେ “ଫିଲିଙ୍ଗ ଷ୍ଟେସନ୍” ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଯୁକ୍ତ ଆଦିତ୍ୟ ପାଢ଼ୀ ମତ ଦେଇଥିଲେ l ଉଭୟ ଇଣ୍ଡିଆନ ଏବଂ ଚାଇନିଜ୍ ସହିତ ତନ୍ଦୁର ଇତ୍ୟାଦି ପ୍ରସ୍ତୁତ ଖାଦ୍ୟ ଥାଳି ଗ୍ରାହକ ସୁଲଭ ମୂଲ୍ୟରେ ପାଇପାରିବେ l ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇ ଖାଦ୍ୟ ପ୍ରସ୍ତୁତ ହେଉଥିବା କଥା ଶ୍ରୀଯୁକ୍ତ ପାଢ଼ୀ କହିଥିଲେ l ତେଣୁ ଗ୍ରାହକ ଙ୍କ ପ୍ରଥମ ପସନ୍ଦ ନିଶ୍ଚିତ ଭାବେ “ଫିଲିଙ୍ଗ ଷ୍ଟେସନ୍” ହେବ ବୋଲି ରେସ୍ତୋରାଁ କର୍ତ୍ତୃପକ୍ଷ ଆଶା ପ୍ରକଟ କରିଛନ୍ତି l
ନୁଆଁ ନାଁ ସାଙ୍ଗକୁ ନିଆରା ଢଙ୍ଗରେ ଖାଦ୍ୟ ପରଷୁଥିବା ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍” ଗ୍ରାହକ ଙ୍କ ପ୍ରଥମ ପସନ୍ଦ ହେବ ବୋଲି ରେସ୍ତୋରାଁ ର ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର ର ମୁଖ୍ୟ ପ୍ରଣୟ ଜେଠୀ ମତ ଦେଇଛନ୍ତି l

Leave A Comment

All fields marked with an asterisk (*) are required