Search for:
  • Home/
  • ଅପରାଧ/
  • ଯୌତୁକ ଦାବିରେ ଗର୍ଭବତୀଙ୍କୁ ପିଟି ହତ୍ଯା 

ଯୌତୁକ ଦାବିରେ ଗର୍ଭବତୀଙ୍କୁ ପିଟି ହତ୍ଯା 

Spread the love

Loading

ଯୌତୁକ ଦାବିରେ ଗର୍ଭବତୀଙ୍କୁ ପିଟି ହତ୍ଯା

ଖୋର୍ଦ୍ଧା,୧୩।୮: ସଦରଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ଗର୍ଭବତୀଙ୍କୁ ହତ୍ଯା ଅଭିଯୋଗ। ଶ୍ବଶୁର ଘର ପରିବାରଙ୍କ ବିରୋଧ ହତ୍ଯା ଅଭିଯୋଗ ଆଣିଛନ୍ତି ମୃତାଙ୍କ ମାଆ ଭାନୁମତି ଦେଇ। ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ସ୍ବାମୀ ଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟ ଙ୍କ ଝିଅ ଅହଲ୍ଯା(୨୪) ନିଜିଗଡ ତାପଙ୍ଗ ର ରଘୁନାଥ ପାହାନ୍ତାସିଙ୍ଗ ପୁଅ ସର୍ବେଶ୍ୱର ଙ୍କ ଗତ ଫେବୃୟାରୀ ମାସ ୧୦ତାରିଖ ବାହାଘର ହୋଇଥିଲା। ସେ ୬ମାସ ର ଗର୍ଭବତୀ ଅଛନ୍ତି । ବାହାଘର ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା। ପରବତ୍ତି ସମୟରେ ଅଧିକ ଦାବି କରି ମାନସିକ ଶାରୀରିକ ନିର୍ଯାତନା ଦେଉଥିଲେ। ଗତକାଲି ଅପରାହ୍ନ ରେ ୫ଟା ବେଳେ ଜ୍ବାଇଁ ଫୋନ କରି କହିଥିଲେ ଝିଅର ଦେହ ଖରାପ ଅଛି, ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି କରାଯାଇଛି। ଖବରପାଇ ଆମେ ପହଞ୍ଚିବା ବେଳେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶ୍ବଶୁର ଘର ପରିବାର ଫେରାର ହୋଇଯାଇଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛୁ। ଝିଅ କୁ ହତ୍ଯା କରାଯାଇଛି। ଏଥିରେ ଶଶୁର, ଜ୍ବାଇଁ, ଶାଶୁ, ନଣଦ, ନଣଦେ ଦିଅର ଙ୍କ ନା ରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଉପରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Leave A Comment

All fields marked with an asterisk (*) are required