Search for:
  • Home/
  • ରାଜ୍ୟ/
  • ଏକାମ୍ର ବିଜେପି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ଜନ ସମ୍ପର୍କ ଯାତ୍ରା।

ଏକାମ୍ର ବିଜେପି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ଜନ ସମ୍ପର୍କ ଯାତ୍ରା।

Spread the love

Loading

ଏକାମ୍ର ବିଜେପି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ଜନ ସମ୍ପର୍କ ଯାତ୍ରା।

ଭୁବନେଶ୍ୱର,ତା ୭/୦୮: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ଏକାମ୍ର ବିଜେପି ତାର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ୱାର୍ଡ଼ ଓ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନ ସମ୍ପର୍କ ପଦଯାତ୍ରା କରୁଛି।କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏକାମ୍ର ବିଜେପି ତାର ପ୍ରୟାସ ଜାରି ରଖିଛି। ଏହି ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବିରାଟ କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା।

ଏକାମ୍ର ନିର୍ବାଚନ ମଣ୍ଡଳୀ ଜାଗମରା ମେଲଣ ପଡିଆ ଠାରେ ବିଶାଳ କର୍ମୀ ସମ୍ମିଳନୀ ହୋଇଛି।
ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଙ୍କୁ କର୍ମୀମାନେ ସ୍ୱାଗତ କରିବା ପରେ ଜାଗମରା ତଳ ସାହି ଠାରୁ ପଦଯାତ୍ରାରେ ଏକ ବିରାଟ ପଟୁଆରରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ। ସଭା ମଞ୍ଚରେ ଉଭୟ ନେତାଙ୍କ ସହିତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ। ମଞ୍ଚ ଉପରେ ଉଭୟ ସାଂସଦ ଓ ଜିଲ୍ଲା ସଭାପତି
ରାଜ୍ୟରେ ରାଜ୍ୟ ସରକାର ୨୩ବର୍ଷ ଶାସନ କରିବା ମଧ୍ୟରେ କଣ ବିକାଶ ହୋଇଛି ରାଜ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବିଜେଡି ୨୩ ବର୍ଷ ମଧ୍ୟରେ ଯାହା କରିନାହିଁ ବିଜେପି କୁ ୫ବର୍ଷ ସୁଯୋଗ ଦିଅନ୍ତୁ, ବିଜେପି ୫ବର୍ଷ ମଧ୍ୟରେ ତାହା କରିଦେଖାଇବ। ଏକାମ୍ର ନିର୍ବାଚନ ମଣ୍ଡଳୀ କୁ ଲୁଟୁଥିବା ସ୍ଥାନୀୟ ନେତା ଓ ବିଜେଡି ଦଳକୁ ଆଗାମୀ ନିର୍ବାଚନ ରେ ଉଚିତ ଜବାବ ଦେବାପାଇଁ କର୍ମୀମାନେ ଅଣ୍ଟାଭିଡନ୍ତୁ । ସଂକୀର୍ଣ୍ଣ ସ୍ବାର୍ଥକୁ ଜଳାଞ୍ଜଳି ଦେଇ, ବିଜେଡିର ଶସ୍ତା କ୍ଷଣିକ ଯୋଜନାରେ ପ୍ରଭାବିତ ହୋଇ ଭୁଲ କରନ୍ତୁ ନାହିଁ । ତେଇଶ ବର୍ଷର ଶାସନ ଅଙ୍ଗେନିଭାଇ ସାରିଛେ । ଏକାମ୍ର ନିର୍ବାଚନ ମଣ୍ଡଳୀର କଣ ଉନ୍ନତି ହୋଇଛି , ତାହା ଦେଖିବାକୁ ବାକି ନାହିଁ ।
ପଦ୍ମଫୁଲ କୁ ଜିତାଇ ଆଣିଲେ ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରଗତି ଶୁନିଶ୍ଚିତ । ଏହି ଲକ୍ଷନେଇ କାର୍ଯ୍ଯ କରିବାପାଇଁ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରିଥିଲେ।ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ,ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ,ଏକାମ୍ର ନିର୍ବାଚନ ମଣ୍ଡଳୀର ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂ, ଅରୁଣ ପୁରହିତ, ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦ୍ଦେବ,ବିଜେପି କର୍ପୋରେଟର ସୁଜାତା ଛୋଟରାୟ, ସୁଚିତ୍ରା ପାତ୍ର, ମଧୁସ୍ମିତା ପ୍ରଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ ପ୍ରମୁଖଙ୍କ ସହିତ ହଜାର ହଜାର ବିଜେପି କର୍ମୀ ଏହି ସମ୍ମିଳନୀ ରେ ଯୋଗଦେଇଥିଲେ।

Leave A Comment

All fields marked with an asterisk (*) are required