Search for:
  • Home/
  • ରାଜ୍ୟ/
  • ଘରେ ପଶୁଛି ନର୍ଦ୍ଦମା ପାଣି ସମାଧାନ ଦାବିରେ ବାରିପଦା-ଉଦଳା ରାସ୍ତାରୋକ

ଘରେ ପଶୁଛି ନର୍ଦ୍ଦମା ପାଣି ସମାଧାନ ଦାବିରେ ବାରିପଦା-ଉଦଳା ରାସ୍ତାରୋକ

Spread the love

Loading

ଘରେ ପଶୁଛି ନର୍ଦ୍ଦମା ପାଣି
ସମାଧାନ ଦାବିରେ ବାରିପଦା-ଉଦଳା ରାସ୍ତାରୋକ

ଭୁବନେଶ୍ୱର:ବାରିପଦା: ରାସ୍ତାରେ ଲହଡି ଖେଳି ଘରେ ପଶୁଛି ନର୍ଦ୍ଦମା ପାଣି। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଗୁରୁବାର ରାସ୍ତାରୋକ କରିଛନ୍ତି। ବାରିପଦା-ଉଦଳା ରାସ୍ତାର ପୋଡାଅସ୍ତିଆ ନିକଟସ୍ଥ ନୁରୁଡ଼ିହି ଛକ ଠାରେ ରାସ୍ତାରୋକ କରିଛନ୍ତି। ଯାହାକୁ ନେଇ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ସଂଖ୍ୟକ ଗାଡି ମୋଟର ଅଟକି ରହିଥିଲା। ସ୍ଥାନୀୟ ୱାର୍ଡ ନମ୍ବର ୧୨ ନୁରୁସାହିର ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ନାଳ ଗୁଡିକରେ ନିଷ୍କାସନ ହେଉନାହିଁ। ଯାହା ଫଳରେ ସେଠାରେ ନାଳ ନର୍ଦମା ପାଣି ଜମିଥିବାରୁ ରାସ୍ତାରେ ଉପରେ ଛିଡା ହୋଇରହୁଛି। ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ଯାତାୟାତରେ ଅସୁବିଧା ହେଉଥିବା ସହ ଲୋକଙ୍କ ଘରେ ନାଳ ନର୍ଦମା ପାଣି ପଶୁଛି। ଯାହାକୁ ନେଇ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲା ପରିଷଦ, ବିଡ଼ିଓଙ୍କୁ ଭେଟି ଦାବି ଜଣାଇଥିଲେ। କିନ୍ତୁ ୪ମାସ ବିତି ଯାଇଥିଲେ ମଧ୍ୟ କୋଣସି ସମାଧାନ ହେଲାନାହିଁ। ସମସ୍ୟା ଆହୁରି ଜଟିଳ ହେଲା। ରାସ୍ତା ନିର୍ମାଣ ଓ ଡ୍ରେନ ସମସ୍ୟାର ସମାଧାନ ନେଇ ନୁରୁଡ଼ିହି ଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ରୋକ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ବାରିପଦା-ଉଦଳା ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଯଥାଶୀଘ୍ର ସମାଧାନ ନେଇ ସମସ୍ତେ ଜିଦରେ ଅଡ଼ି ବସିଥିଲେ। ତେବେ ଘଟଣାସ୍ଥଳରେ ଶ୍ୟାମାଖୁଣ୍ଟା ବିଡ଼ିଓ ମଳୟ ନାୟକ ଓ ବାରିପଦା ଟାଉନ୍ ଥାନା ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ସମସ୍ୟାର ତଦାରଖ କରିବା ସହ ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା।

Leave A Comment

All fields marked with an asterisk (*) are required