Search for:
  • Home/
  • ରାଜ୍ୟ/
  • ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ “ଗ୍ରୀନ୍‌ ହିରୋ ଅଫ୍‌ ଓଡ଼ିଶା”ସମ୍ମାନ

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ “ଗ୍ରୀନ୍‌ ହିରୋ ଅଫ୍‌ ଓଡ଼ିଶା”ସମ୍ମାନ

Spread the love

Loading

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ
“ଗ୍ରୀନ୍‌ ହିରୋ ଅଫ୍‌ ଓଡ଼ିଶା”ସମ୍ମାନ

ଭୁବନେଶ୍ୱର, ୬.୯ : ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ଜୈବ ବିବିଧତା ସୁରକ୍ଷା,ଚିଲିକାର ପକ୍ଷୀ ସୁରକ୍ଷା ଆଦି ବହୁବିଧ କାର୍ଯ୍ୟକ୍ରମ ଯାହାକି ପରିବଶେ ସୁରକ୍ଷା, ଉତ୍ତାପ
ହ୍ରାସ, ଜଳବାୟୁ ପରିବର୍ତ୍ତନ ଆଦିର ପ୍ରଭାବକୁ ରୋକିବା ପାଇଁ ଉଦ୍ଦିଷ୍ଟ ସେହିସବୁ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ଧରି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍‌ ଆର୍ମିର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କରି ଆସୁଥିବାରୁ
‘ସେଭନ୍ଥ ଏଭେନିଉ” ସଂସ୍ଥା ପକ୍ଷରୁ ସେକୁଆର ଆଦି ବହୁ ସଂସ୍ଥାର ସହଯୋଗରେ ଆୟୋଜିତ ଗ୍ରୀନାଥୋନ କାର୍ଯ୍ୟକ୍ରମ ଉଦ୍‌ଯାପନ ଉତ୍ସବରେ ଭୁବନେଶ୍ୱର ମେୟର
ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିିଥି ଭାବରେ ଯୋଗଦେଇ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ଗ୍ରୀନ୍‌ ହିରୋ ଅଫ୍‌ ଓଡ଼ିଶା” ସମ୍ମାନ ପ୍ରଦାନ କରିଛନ୍ତି ।ପ୍ରକାଶଥାଉକି, ଡକ୍ଟର ଶ୍ରୀଚନ୍ଦନ କମା ଗୁରୁ କଲେଜ ପରିସରରେ ଅଧ୍ୟକ୍ଷ ସୁଧାଂଶୁ ମହାନ୍ତିଙ୍କ ସହଯୋଗରେ ପ୍ରାୟ ୨୦୦ରୁ ଅଧିକ ବୃକ୍ଷରୋପଣ ଓ ସୁରକ୍ଷା ସହ ବିଭିନ୍ନ
ପ୍ରକାରର ଜୀବଜନ୍ତୁଙ୍କ ପାଣି ପିଇବା ପାଇଁ ଏକ ପୋଖରୀ ଖୋଳି ଜୈବ ବିବିଧତା କେନ୍ଦ୍ର, ଭାରତର ସମସ୍ତ ରାଷ୍ଟ୍ରପତି ସମସ୍ତ ପ୍ରଧାନମନ୍ତ୍ରୀ, ଓଡ଼ିଶାର ସମସ୍ତ ରାଜ୍ୟପାଳ, ସମସ୍ତ
ମୁଖ୍ୟମନ୍ତ୍ରୀ, ମହାତ୍ମା ଗାନ୍ଧୀ, ସରୋଜିନୀ ନାଇଡୁ ଆଦି ମହାମନୀଷି ମାନଙ୍କ ନାମରେ ଗୋଟିଏ ଗୋଟିଏ ଆମ୍ବ ଗଛ ଲଗାଇ, ତା’ର ନାମ ‘ମହାତ୍ମାଗାନ୍ଧୀ ଆମ୍ର କାନନ’
ଦେଇଛନ୍ତି । ସେଠି ମଧ୍ୟ ୬୦ ପ୍ରକାର ଗଛର ମଞ୍ଜିକୁ ନେଇ ସିଡ୍‌ବ୍ୟାଙ୍କ ସ୍ଥାପନ କରିଛନ୍ତି । ରଣପୁର ନିକଟବର୍ତ୍ତୀ ନାକିଠଣା, ଖଣ୍ଡିଆବନ୍ଧ ରାମ ମନ୍ଦିରକୁ ଲାଗିଥିବା ପାହାଡ଼ରେ ଥିବା ବିଭିନ୍ନ କିସମର ଗଛକୁ ଗ୍ରାମବାସୀ ମାନଙ୍କ ସହଯୋଗରେ ସୁରକ୍ଷିତ
ରଖିବା ସହ ଚଳିତବର୍ଷ ୫ ହଜାରରୁ ଅଧିକ ବୃକ୍ଷରୋପଣ କରି ଏକ ଅକ୍ସିଜେନ ଉଦ୍ୟାନ
(ଙଙ୍ଘଚ୍ଚଶରଦ୍ଭ ଏବକ୍ସୟରଦ୍ଭ) ସୃଷ୍ଟି କରିବା, କାଇପଦର କଲେଜରେ ଅଧ୍ୟାପକ ଅଧ୍ୟାପିକା, ଛାତ୍ର-ଛାତ୍ରୀ ମାନଙ୍କୁ ନେଇ ୧୦ ହଜାର ବୃକ୍ଷରୋପଣ କରିବା, ନିଜ ଗାଁ ଗୟାବନ୍ଧରେ ୫୦୦
ଏକର ଜଙ୍ଗଲ ସୁରକ୍ଷା ତଥା ବିଭିନ୍ନ ସ୍ଥାନରେ ହଜାର ହଜାର ବୃକ୍ଷରୋପଣ, ଭୁବନେଶ୍ୱରରେଟ୍ରିବ୍ୟାଙ୍କ ସ୍ଥାପନ କରିବା, ବିନା ମୂଲ୍ୟରେ ବୃକ୍ଷ ବଣ୍ଟନ ପାଇଁ ଡଃ ଶ୍ରୀଚନ୍ଦନ ଆଗରୁ
‘ଟ୍ରି ମ୍ୟାନ୍‌ ଅଫ ଇଣ୍ଡିଆ’, ‘ଭାରତର ଗଛ ପୁରୁଷ’ ତଥା ‘ଗଛ ସାର୍‌’, ‘ଗଛ ମଣିଷ’ଆଦି ବହୁ ସମ୍ମାନ ପାଇଛନ୍ତି । ଏହି ଗ୍ରୀନାଥୋନ କାର୍ଯ୍ୟକ୍ରମରେ ଉଦ୍‌ଯାପନ ଉତ୍ସବରେ
‘ସେଭନ୍ଥ ଏଭେନିଉ’ର ପ୍ରତିଷ୍ଠାତା ଆଶୁତୋଷ ପଣ୍ଡା ପ୍ରମୁଖ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required