Search for:
  • Home/
  • ରାଜ୍ୟ/
  • ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ  ଖୁବ ଶୀଘ୍ର ଡାକ ଟିକଟ ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ  ଖୁବ ଶୀଘ୍ର ଡାକ ଟିକଟ ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

Spread the love

Loading

ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମରେ  ଖୁବ ଶୀଘ୍ର ଡାକ ଟିକଟ ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

·        ଏ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିବା କହିଲେ

·        ଜନ୍ମମାଟିରେ ମୋ ମାଟି ମୋ ଦେଶ ଅଭିଯାନ ସହ କଳସ ଯାତ୍ରାରେ ସାମିଲ ହୋଇ ମୁଁ କୃତଜ୍ଞ

·        ମୋ ମାଟି ମୋ ଦେଶ ଅଭିଯାନକୁ ସଫଳ କରିବା ପାଇଁ ଯୁବ ସମାଜକୁ ଆହ୍ୱାନ କଲେ

ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’ । ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’ । ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’ ଓ ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା

ଏହି ଅଭିଯାନର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାରଙ୍ଗଧରଙ୍କ ହରେକୃଷ୍ଣପୁର ସ୍ଥିତ ପବିତ୍ର ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା’ ସୃଷ୍ଟି ପାଇଁ ଏହି ସ୍ମୃତି ସ୍ତମ୍ଭ ପରିସରରୁ ଅମୃତ କଳସ’ ରେ ପ୍ରଥମ ମାଟି ସଂଗ୍ରହ କରିବା ପରେ ଗାଁ ବୁଲି ଘରୁ ଘରୁ ମାଟି ସଂଗ୍ରହ କରିଥିଲେ । ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ହରେକୃଷ୍ଣପୁର ସରକାରୀ ପ୍ରାଥମିକ ହାଇସ୍କୁଲରେ ଏକ ଶହୀଦ ସ୍ମାରକୀ ଫଳକର ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ଏହି ଅଭିଯାନରେ ବସୁଧା ବନ୍ଦନା କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ମଧ୍ୟ କରିଥିଲେ । ଢେଙ୍କାନାଳର ବୀର ଶହୀଦଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦେଶ ପ୍ରେମୀ ଶହୀଦ ମାନଙ୍କର ବଳିଦାନ କେବେ ବି ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ । 

ଯେ ଆଜି ମାଆ, ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବାର ଏକ ପବିତ୍ର ଅବସର । ବିପ୍ଳବୀ ସାରଙ୍ଗଧର ସମାଜର ନିରାଶ୍ରୟ, ବଞ୍ଚିତ ଓ ନିଷ୍ପେସିତ ଲୋକଙ୍କ ଉନ୍ନତି ଲାଗି ଜୀବନବ୍ୟାପୀ ଉଦ୍ୟମ କରିଥିଲେ । ତାଙ୍କ ବ୍ୟତିତ ପବିତ୍ର ମୋହନ ପ୍ରଧାନ, ବୀର ବୈଷ୍ଣବ ପଟ୍ଟନାୟକ, ଶହୀଦ ବାଜି ରାଉତ, ମହେଶ ଚନ୍ଦ୍ର ସୁବାହୁ ସିଂ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଣୁଧର ପଣ୍ଡା, ହରମୋହନ ପଟ୍ଟନାୟକ ଓ ଲକ୍ଷ୍ମୀଧର ସାହୁଙ୍କ ଭଳି ଅନେକ ସଂଗ୍ରାମୀ ଢେଙ୍କାନାଳ ମାଟିକୁ ମହନୀୟ କରିଛନ୍ତି ।

ଶ୍ରୀ  ପ୍ରଧାନ କହିଛନ୍ତି ଯେ ବୀର ଭୂମି ହରେକୃଷ୍ଣପୁରର ବୀର ପୁତ୍ର ସାରଙ୍ଗଧରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏକ ଡାକ ଟିକଟ ଆରମ୍ଭ କରିବା ପାଇଁ ସେ କେନ୍ଦ୍ର ରେଳ, ଯୋଗଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗତକାଲି ପତ୍ର ଲେଖିଛନ୍ତି । ସାରଙ୍ଗଧରଙ୍କ ଜୟନ୍ତୀ ସୁଦ୍ଧା ଏହି ଡାକ ଟିକଟ ପ୍ରଚଳନ ପାଇଁ ନିବେଦନ କରାଯାଇଛି । ଏହାବ୍ୟତିତ ସ୍ଥାନୀୟ ଲୋକଙ୍କର ଅପେକ୍ଷା କ୍ରମେ ହରେକୃଷ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ରାଜ୍ୟ ସରକାର ଭାରତ ସରକାରଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଲେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ଦାୟିତ୍ୱ ନିଆଯିବ । ଏହାବ୍ୟତିତ ସ୍ଥାନୀୟ ଯୁବ ବନ୍ଧୁଙ୍କର ତଥା ଗ୍ରାମରେ ସାରଙ୍ଗଧରଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧ୍ୟ ଭାରତ ସରକାର ସହଯୋଗୀ ହେବେ । ବିଶେଷ ଭାବରେ ଯୁବବର୍ଗଙ୍କ ସହଯୋଗରେ ଗାଁରେ ଗାଁରେ ନେହରୁ ଯୁବ କେନ୍ଦ୍ର ସଂଗଠନ ମାଧ୍ୟମରେ ଏହି ଅଭିଯାନକୁ ସଫଳ କରିବା ଆମର ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।    

ଏହି ଅଭିଯାନ ଅନ୍ତର୍ଗତ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜନ୍ମମାଟି ହରେକୃଷ୍ଣପୁର ଠାରେ ସମବେତ ଛାତ୍ରଛାତ୍ରୀ ଓ ନାଗରିକଙ୍କ ସହ ପଞ୍ଚ ପ୍ରାଣର ଶପଥ ନେଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ପଞ୍ଚ ପ୍ରାଣ ହେଉଛି – ୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’ । ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’ । ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’ ଓ ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା

ଏହି ଅଭିଯାନର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାରଙ୍ଗଧରଙ୍କ ହରେକୃଷ୍ଣପୁର ସ୍ଥିତ ପବିତ୍ର ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା’ ସୃଷ୍ଟି ପାଇଁ ଏହି ସ୍ମୃତି ସ୍ତମ୍ଭ ପରିସରରୁ ଅମୃତ କଳସ’ ରେ ପ୍ରଥମ ମାଟି ସଂଗ୍ରହ କରିବା ପରେ ଗାଁ ବୁଲି ଘରୁ ଘରୁ ମାଟି ସଂଗ୍ରହ କରିଥିଲେ । ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ହରେକୃଷ୍ଣପୁର ସରକାରୀ ପ୍ରାଥମିକ ହାଇସ୍କୁଲରେ ଏକ ଶହୀଦ ସ୍ମାରକୀ ଫଳକର ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ଏହି ଅଭିଯାନରେ ବସୁଧା ବନ୍ଦନା କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ମଧ୍ୟ କରିଥିଲେ । ଢେଙ୍କାନାଳର ବୀର ଶହୀଦଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦେଶ ପ୍ରେମୀ ଶହୀଦ ମାନଙ୍କର ବଳିଦାନ କେବେ ବି ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ । 

Leave A Comment

All fields marked with an asterisk (*) are required