Search for:
  • Home/
  • ରାଜ୍ୟ/
  • ଦାଦାବଟି ଦିଅ ହାଣିବୁ ଅପହରଣ କରିବୁ।

ଦାଦାବଟି ଦିଅ ହାଣିବୁ ଅପହରଣ କରିବୁ।

Spread the love

Loading

ଭୁବନେଶ୍ୱର: ଦାଦାବଟି ଦିଅ, ନଚେତ ଅପହରଣ । ଦାଦା ବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗରେ ୨ଜଣ ବାଉନସରକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୋଲିସ । ମାସକୁ ୫୦ ହଜାର ଟଙ୍କା ବଟି ମାଗି କର୍ମଚାରୀଙ୍କୁ କରିଥିଲେ ଅପହରଣ ।

ସୂଚନା ଅନୁସାରେ, କଟକ ରୋଡ୍‌ ମହାନ୍ତି ବାର୍‌ରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଦୁଇଜଣ ଅପହରଣ କରିଥିଲେ । ଫ୍ଲୋର ମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓରେ ଅପହରଣ କରିଥିଲେ ଦୁର୍ବୃତ୍ତ । ଟଙ୍କା ନଦେବାରୁ ମାଡ଼ ମାରି ଛାଡ଼ି ଦେଇଥିଲେ । ଓଲଡ ଟାଉନ ଅଂଚଳର ଆଶିଷ ସାହୁ ଓରଫ ପିନୁ ଓ ବାଲିପାଟଣା ବିଶ୍ୱନାଥପୁର ଅଂଚଳର ଆଦିତ୍ୟ ବରାଳ ଓରଫ ଆଦିକୁ ବାନ୍ଧିଛି ଏୟାରଫିଲଡ ଥାନା ପୁଲିସ । ପିନୁ ନାଁରେ ଢେଙ୍କାନାଳ, କ୍ୟାପିଟାଲ ଥାନା, ଖାରବେଳ ନଗର ଓ ଏୟାରଫିଲ୍ଡ ଥାନାରେ ମାଳ ମାଳ ମାମଲାର ରହିଛି । ଆଦି ନାଁରେ ଲିଙ୍ଗରାଜ ଥାନା ଅଂଚଳରେ ମାମଲା ରହିଛି । ଅପହରଣରେ ବ୍ୟବହୃତ ହୋଇଥିବା କାରକୁ ଜବତ କରିଛି ପୁଲିସ ।

Leave A Comment

All fields marked with an asterisk (*) are required