Search for:

ବାଇକ୍ ସହ ଗଞ୍ଜେଇ ଜବତ,୨ ଗିରଫ

Spread the love

Loading

ବାଇକ୍ ସହ ଗଞ୍ଜେଇ ଜବତ,୨ ଗିରଫ

କୋରାପୁଟ :  ମାଛକୁଣ୍ଡ  ପୁଲିସ୍ ଦ୍ୱାରା   ବଡ଼ସଗର ନିକଟରୁ ଏକ ମୋଟର ସାଇକଲ ସହ  ୩୦ କିଲୋ ୧୦୦ ଗ୍ରାମ  ଗଞ୍ଜେଇ   ଜବତ କରା ଯାଇଥିବାବେଳେ  ୨ଜଣ ଗିରଫ ହୋଇଥିବା ନନ୍ଦପୁର ଏସଡିପିଓ  ସଞ୍ଜୟ କୁମାର ମହାପାତ୍ର  ସୂଚନା ଦେଇଛନ୍ତି । ଗିରଫ ଅଭିଯକ୍ତମାନେ ଆନ୍ଧ୍ର ପ୍ରଦେଶ ଆଲୁରୁ ସୀତାରାମ (ଏ ଏସ ଆର୍) ଜିଲ୍ଲା ମୁଚିମପୁଟ ଥାନା ତୁମୁଡ଼ିପୁଟ ଗ୍ରାମର ସୁତି ଖିଲ (୩୨) ଏବଂ ହନ୍ତାଳ ଛୁରିଆ (୫୧ ) ବୋଲି ଜଣା ପଡିଛି । ଓଡି-୧୦-୭୦୧୭  ନମ୍ବର ବାଇକରେ ମୁଚିମାପୁଟ ଥାନା ଦୁର୍ଗମ ଅଂଚଳରୁ ଗଞ୍ଜେଇ ନେଇ ଆନ୍ଧ୍ର ପ୍ରଦେଶର ଆରୁକୁର ଜୈନିକ ବିହାରୀ ବ୍ୟକ୍ତିଙ୍କୁ ଦେବା ପାଇଁ ପାଡୁଆ ଯାଉଥିଲେ। ଏକ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ  ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ରଙ୍କ  ନିର୍ଦ୍ଦେଶ କ୍ରମେ  ମାଛକୁଣ୍ଡ ଥାନା ସବ ଇନ୍ସପକ୍ଟର ସୁରେନ୍ଦ୍ର କୁମାର ସେଠୀ,ଲମତାପୁଟ ଫାଣ୍ଡି ଅଧିକାରୀ ସବ-ଇନସପେକ୍ଟର  ଚିତ ରଂଜନ ପ୍ରଧାନୀଙ୍କ ନେତୃତ୍ୱରେ ଏକ  ଗଠିତ ଟିମ୍  ବଡ଼ସଗର ନିକଟରେ ଗାଡି ଚେକିଂ   କରିଥିଲେ । ଉକ୍ତ ବାଇକ ଆସିବା ମାତ୍ରେ ଚେକିଂ ଟିମ  ତାକୁ ଅଟକାଇ ଯାଂଚ୍ କରିବା ବେଳକୁ  ସେଥିରେ ଗଞ୍ଜେଇ    ଥିବା ଜଣା ପଡିଥିଲା । ପୁଲିସ ଟିମ୍  ବାଇକ ସହ ଗଞ୍ଜେଇ ଜବତ କରି  ୨ଜଣଙ୍କୁ ଗିରଫ କରି  ମାଛକୁଣ୍ଡ ଥାନାକୁ ଆଣି  ଓଜନ କରିବା ବେଳକୁ ତାହା  ୩୦ କିଲୋ ୧୦୦ ଗ୍ରାମ ହୋଇଥିଲା ।   ମାଛକୁଣ୍ଡ ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା(କେଶ୍ ନଂ-୧୦୯
/୨୦୨୩) ରୁଜୁ  ହୋଇଥିବାବେଲେ  ମାଛକୁଣ୍ଡ ଥାନା ଭାରପ୍ରାପ୍ର ଅଧିକାରୀ  ଡମ୍ବରୁଧର ବାତ୍ରିଆ ମାମଲାର ତଦନ୍ତ କରୁଥିବା ଏସ ଡି ପି ଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

Leave A Comment

All fields marked with an asterisk (*) are required