Search for:
  • Home/
  • ରାଜ୍ୟ/
  • କଂଗ୍ରେସ ହିଁ ରାଜ୍ୟର ଏକମାତ୍ର ବିକଳ୍ପ

କଂଗ୍ରେସ ହିଁ ରାଜ୍ୟର ଏକମାତ୍ର ବିକଳ୍ପ

Spread the love

Loading

କଂଗ୍ରେସ ହିଁ ରାଜ୍ୟର ଏକମାତ୍ର ବିକଳ୍ପ

ରାଜ୍ୟରେ ବିଜେଡ଼ି ହିଁ ବିଜେପିକୁ ଶକ୍ତିଶାଳୀ କରୁଛି

ଭୁବନେଶ୍ୱର, ତା. ୦୯/୦୯ : କଂଗ୍ରେସ ଦଳ ସର୍ବପୁରାତନ ଦଳ । କଂଗ୍ରେସ ଦଳ ଭାରତ ବର୍ଷକୁ ସ୍ୱାଧୀନତା ଆଣିଦେଇଛି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ଜାତୀୟ କଂଗ୍ରେସ ୧୯୨୧ ମସିହାରୁ ଜନତା ଜନାର୍ଦ୍ଦନଙ୍କର ସେବା କରିଆସୁଛି । କଂଗ୍ରେସ ଦଳ ଆଜି ପର୍ଯ୍ୟନ୍ତ ନିଜର କର୍ମୀ, ଶୁଭେଚ୍ଛୁ, ନେତାଗଣଙ୍କ ଅହରହ ପରିଶ୍ରମ, ନିଷ୍ଠା, କର୍ତବ୍ୟ ଓ ଦେଶ ସେବା ପ୍ରତି ସମର୍ପଣ ଭାବ ଯୋଗୁ ରାଜ୍ୟରେ କାର୍ଯ୍ୟ କରୁଛି । ଓଡ଼ିଶାର ଜନସାଧାରଣଙ୍କ ପାଖରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ଆଜି ରାଜ୍ୟରେ ଯାହାକିଛି ହୋଇଛି ତାହା କଂଗ୍ରେସ ହିଁ କରିଛି । ଦୀର୍ଘ ୨୩ ବର୍ଷ ଧରି ରାଜ୍ୟକୁ କେବଳ ପ୍ରତିଶ୍ରୁତି ଓ ପ୍ରତାରଣା ଛଡ଼ା ମିଳିଛି କ’ଣ? ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଥମ ଦିନରୁ ଆହ୍ୱାନ ଦେଇଛନ୍ତି, ଯେଉଁମାନେ କଂଗ୍ରେସ ଦଳରୁ ଛାଡ଼ି ଯାଇଛନ୍ତି, ସେମାନେ ଚାହିଁଲେ ଦଳକୁ ଫେରି ଆସିପାରିବେ ଏବଂ କଂଗ୍ରେସ ଦଳରେ ଯେଉଁମାନେ ଚାହୁଁଛନ୍ତି ଯୋଗଦାନ କରିପାରିବେ ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେବାଦଳର ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମରେ ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବାବଦରେ ଯେଉଁ ଉକ୍ତି ରଖିଥିଲେ ତାହାକୁ ସେ ସମର୍ଥନ କରିବା ସହିତ କହିଥିଲେ ଯେ କଂଗ୍ରେସ ଦଳ ଗଙ୍ଗାନଦୀ ଭଳି ପବିତ୍ର । ଏଠି ଯେଉଁମାନେ ଆସିବେ କାହାରିକି ମନାନାହିଁ । ବିଜୁ ଜନତା ଦଳର ନେତୃବର୍ଗ ଆଜି ହତଉତ୍ସାହ ହୋଇପଡ଼ିଛନ୍ତି । ରାଜ୍ୟର କଂଗ୍ରେସରେ ଜନାଦ୍ରୁତ ତାଙ୍କ ପାଇଁ କାଳ ସାଜିବାକୁ ବସିଲାଣି, ଜାଣିସାରିଲେଣି । ସେଥିପାଇଁ ଗଣମାଧ୍ୟମରେ ବାଉଳି ଚାଉଳି ହେଉଛନ୍ତି । ରାଜ୍ୟରେ କଂଗ୍ରେସ ବିଜେପିକୁ ଶକ୍ତିଶାଳୀ କରୁଛି ବୋଲି ଯେଉଁ ଉକ୍ତି ରଖିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ବାଚଳାମି ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସେ କହିଛନ୍ତି । ସୌମ୍ୟ ବାବୁଙ୍କର ଅବଦାସ ବହୁତ କିଛି ଅଛି । ହିମାଳୟକୁ ଟେକା ମାରିଲେ ହିମାଳୟ କିଛି କ୍ଷତି ହୁଏ ନାହିଁ । ଟେକା ମାରୁଥିବା ଲୋକଟି ହାସ୍ୟାସ୍ପଦ ହୁଏ । ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଉଭୟ ବିଜେପି ଓ ବିଜେଡ଼ି ରାଜ୍ୟରେ ଭାଗୁଆଳି ସରକାରରେ ଥିଲେ । ଏହି ସମୟ ମଧ୍ୟରେ ଉଭୟ ଦଳ ରାଜ୍ୟର ଜଙ୍ଗଲ, ଜମୀ, ଖଣି ଓ ପାଣିକୁ ଲୁଟ୍ କରିଛନ୍ତି ବୋଲି ୨୦୧୪ ମସିହା ପାଖରୁ ୨୦୨୩ ମସିହା ଭିତରେ କେନ୍ଦ୍ରରେ ବିଜେପି ସରକାରକୁ ବିଜେଡ଼ି ଦଳ ସବୁ ବିଲ୍‌କୁ ପାରିତ କରିବାରେ ସହାୟତା ପ୍ରଦାନ କରିଛି । ଏପରିକି କଳା କୃଷି ଆଇନ୍‌, ଏନ୍‌.ଆର.ସି. ପ୍ରସଙ୍ଗରେ ବିଜୁ ଜନତା ଦଳ ସଂସଦରେ ଏ ବିଲ୍ ବାବଦରେ ଥରୁଟିଏ ପ୍ରଶ୍ନ ମଧ୍ୟ କରିନଥିଲେ । ଉପରାଷ୍ଟ୍ରପତି ନିର୍ବାଚନ ଠାରୁ ଆରମ୍ଭ କରି ବିଜେପି ଦଳର ସଦସ୍ୟ ଶ୍ରୀ ଅଶ୍ୱନୀ ବୈଷ୍ଣବକୁ ରାଜ୍ୟସଭାକୁ ଭୋଟ ଦେଇ ନର୍ବାଚିତ କରିଥିଲେ । ମଣିପୁରର ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଗଲା । ଏପରିକି ତାଙ୍କୁ ଉଲଗ୍ନ କରି ରାଜରାସ୍ତାରେ ବୁଲାଗଲା । କିନ୍ତୁ ମହିଳାମାନଙ୍କୁ ସମ୍ମାନ କରୁଥିବା ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳ ଏ ପ୍ରସଙ୍ଗରେ ସଂପୂର୍ଣ୍ଣ ନୀରବ ରହିଲା । ସଂସଦରେ ଏ ଘଟଣାକୁ ମଧ୍ୟ ନିନ୍ଦା କଲେ ନାହିଁ । ଏ ହେଉଛି ବିଜୁ ଜନତା ଦଳର ମା’ ମାନଙ୍କୁ ସମ୍ମାନ । କଂଗ୍ରେସ ସରକାର ସମୟରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦିଆଯାଉ ବୋଲି ତୁମ୍ବି ତୋଫାନ କରୁଥିଲେ । କିନ୍ତୁ ଏ ଦଶ ବର୍ଷ ଭିତରେ ଏ ଦାବୀକୁ ପୂରଣ କରିବା ପାଇଁ କୌଣସି ତୁମ୍ବି ତୋଫାନ ହେଉନାହିଁ । ତେଣୁ ବିଜେଡ଼ି ଓ ବିଜେପି ଏକ । କେନ୍ଦ୍ର ଗୃହମନ୍ତ୍ରୀ ଆସୁଛନ୍ତି ମୁଖ୍ୟମନ୍ତୀଙ୍କ ବ୍ୟକ୍ତିଗତ ସଚୀବଙ୍କ ସହିତ ବସି ଆଲୋଚନା କରି ଯାଉଛନ୍ତି । ଏହା ପରେ ଆଉ କାହାକୁ କିଛି ଅଛପା ନାହିଁ । ଏ ସଂପର୍କ ଅତି ନିବିଡ଼ ବୋଲି ଏଥିରୁ ପ୍ରମାଣିତ ହେଲାଣି ।
ଓଡ଼ିଶାର ଜନସାଧାରଣ ବୁଜି ସାରିଲେଣି । ସେ କହିଥିଲେ ଯେ, ରାଜ୍ୟରେ ଏକ ବିକଟାଳ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶା ହେଉଛି ଭାରତବର୍ଷର ଏଭଳି ଏକ ରାଜ୍ୟ ଯେଉଁ ରାଜ୍ୟରେ ଜଣେ ବେତନଭୋଗୀ ସରକାରୀ କର୍ମଚାରୀ ଯେ କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଏ ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ବିଜେଡ଼ି ନେତୃବର୍ଗଙ୍କୁ ଉଠବସ୍ କରୁଛନ୍ତି । ବ୍ୟକ୍ତିଗତ ସଚୀବ ସାରା ରାଜ୍ୟ ଗ୍ରସ୍ତ କରୁଛନ୍ତି କିନ୍ତୁ ସାଂସଦ, ବିଧାୟକ, ମନ୍ତ୍ରୀ ଓ ବିଜେଡ଼ିର ନେତୃବର୍ଗମାନେ ଚେୟାର ପକାଇବା ଠାରୁ ଆରମ୍ଭ କରି ତମ୍ବୁ ଟାଣିବା ପର୍ଯ୍ୟନ୍ତ କାମ କରୁଛନ୍ତି । କିନ୍ତୁ ସଭାରେ ଏମାନଙ୍କ ମୁହଁ ଦେଖାଯାଉନାହିଁ । ଏ ସମସ୍ତେ ଆଜି ନିଜ ନିଜର ପଦବୀଟିକୁ ବଂଚାଇବା ପାଇଁ ନିଜର ପଦମର୍ଯ୍ୟଦାକୁ ଭୁଲିଯାଇଛନ୍ତି । ରାଜ୍ୟରେ ଏ ଅସହାୟ ପରିସ୍ଥିତି ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ଓ ବିଜୁ ଜନତା ଦଳର ସମସ୍ତ ନେତୃବର୍ଗ ହିଁ ଦାୟୀ । ଏମାନେ ସମସ୍ତେ ମେରୁଦଣ୍ଡ ବିହୀନ ପ୍ରାଣି । ଲୋକଙ୍କର ଆଶା ଓ ଭରଷାକୁ ସଂପୂର୍ଣ୍ଣ ଧୂଳିସାତ୍ କରିଛନ୍ତି । ଯଦି ରାଜ୍ୟରେ ଜିଲ୍ଲାପାଳ, ସବ୍‌କଲେକ୍ଟର, ତହସିଲଦାର, ବିଡ଼ିଓ, ଏସ୍‌ପି, ଏସ୍‌ଡ଼ିପିଓ କେହି ଲୋକଙ୍କ କଥା କିଛି ଶୁଣୁନାହାନ୍ତି ବା ସମସ୍ୟା ସମାଧାନ କରୁନାହାନ୍ତି, ତାହାଲେ ଏମାନଙ୍କ ବିରୁଦ୍ଧରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଏହାର ଜବାବ ମୁଖ୍ୟମନ୍ତ୍ରୀ ନତୁବା ମୁଖ୍ୟ ଶାସନ ସଚୀବ ରଖନ୍ତୁ । ରାଜ୍ୟ ରାଜକୋଷରୁ କାହିଁକି ଏମାନଙ୍କୁ ଦରମା ଦିଆଯାଉଛି । ରଜ୍ୟବାସୀ ନିଶ୍ଚିତ ଏହାର ଜବାବ ଉପଯୁକ୍ତ ସମୟରେ ଦେବେ । ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, ରାଜ୍ୟରେ ଏକ ଅରାଜକତା ବିଜୁ ଜନତା ଦଳ ସୃଷ୍ଟି କରୁଛି । ନିର୍ବାଚିତ ପ୍ରତିନିଧିମାନଙ୍କ ଗୌଣ କରି ଅଧିକାରୀମାନଙ୍କୁ ଅଧିକ କ୍ଷମତାଶାଳୀ କରିବା ଆମ ଗଣତାନ୍ତ୍ରୀକ ବ୍ୟବସ୍ଥା ସଂପୂର୍ଣ୍ଣ ପରିପନ୍ଥି ।

Leave A Comment

All fields marked with an asterisk (*) are required