Search for:
  • Home/
  • ରାଜ୍ୟ/
  • ଭୂମିହୀନ ବସ୍ତିବାସିନ୍ଦାଙ୍କୁ ନକଲି ପଟ୍ଟା ବଣ୍ଟନ ପ୍ରସଙ୍ଗରେ

ଭୂମିହୀନ ବସ୍ତିବାସିନ୍ଦାଙ୍କୁ ନକଲି ପଟ୍ଟା ବଣ୍ଟନ ପ୍ରସଙ୍ଗରେ

Spread the love

Loading

ଭୁବନେଶ୍ୱରରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ନକଲି ପଟ୍ଟା ବଣ୍ଟନ ପ୍ରସଙ୍ଗରେ ବିଜେପିର କ୍ୟାପିଟାଲ ଥାନାରେ ଏତଲାରୁଜୁ।

ଭୁବନେଶ୍ୱର,ତା.୦୯.୦୯: ରାଜଧାନୀ ରେ ବସ୍ତିବାସିନ୍ଦାଙ୍କୁ ନକଲି ପଟ୍ଟା ବଣ୍ଟନ କରିଥିବାରୁ ବିଏମସି ମେୟର,କମିଶନର ଓ ସମ୍ପୃକ୍ତ ଅଫିସର ଙ୍କ ବିରୁଦ୍ଧରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ରାଜମହଲ ଛକ ନିକଟରୁ ସହ ସହ କର୍ମୀ ପଦଯାତ୍ରା ରେ ଜାଇ କ୍ୟାପିଟାଲ ଥାନାରେ ଏଫ୍.ଆଇ.ଆର୍(FIR) ଦାୟର କରିଥିଲେ। ପୂର୍ବରୁ ମଧ୍ୟ ବହୁବାର ଏହି ଜାଗା ମିଶନ ଦୁର୍ନୀତି ପ୍ରସଙ୍ଗ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଉଠାଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।ସହରାଂଚଳ ଗରୀବ ବସ୍ତିବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର। ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା । ରାଜ୍ୟରେ ଏକ ଜାଲିଆ ସରକାର ଚାଲିଛି । ଏମାନଙ୍କର ସବୁ ଜାଲି, ନକଲି । ସହରାଂଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି । ହେଲେ ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦର ଲେଖାନାହିଁ । ରାଜ୍ୟ ସରକାରଙ୍କର ଯେଉଁ ସମବାୟ ବ୍ୟାଙ୍କ ଅଛି ସେମାନେ ବି ଏହି କାଗଜକୁ ସ୍ୱୀକାର କରୁନାହାନ୍ତି ଓ ଅନ୍ୟପଟେ ସରକାରଙ୍କ ଏହି କାଗଜ ପାଇଲା ପରେ ମଧ୍ୟ ବିଏମସି ଘର ଭାଙ୍ଗୁଛି ଲୋକଙ୍କର। ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ,ରାଜ୍ୟ ସରକାର ଓ ବିଏମସି ବସ୍ତି ବାସିନ୍ଦାଙ୍କ ସହିତ ଛଳନା କରୁଛନ୍ତି ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି। ଶ୍ରୀ ସିଂ କହିଛନ୍ତି କେବଳ ପ୍ରତିଶୃତି ଦେଇ ଜାଣନ୍ତି ନବୀନ ବାବୁ, କିନ୍ତୁ ତାହା କେବେ ପୂରଣ କରନ୍ତି ନାହିଁ । ୨୦୧୩ ମସିହାରେ ପୌର ନିର୍ବାଚନ ଏବଂ ୨୦୧୪ର ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଆଣିଥିଲେ ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨ ରେ ପ୍ରତିଶୃତି ଦେଇଥିଲେ କି ବସ୍ତି ବାସିନ୍ଦାଙ୍କୁ ଯୋଗାଇଦେବେ ସ୍ଥାୟୀ ଜମି ପଟା ଓ ଘର । ହେଲେ ୨୦୧୨ରୁ ୨୦୧୭ ମଧ୍ୟରେ ସହରାଂଚଳର କେଉଁ ଗୋଟିଏ ଲୋକଙ୍କୁ ସ୍ଥାୟୀ ଜମି ପଟା ମିଳିନଥିଲା । ପୁଣି ୪ ବର୍ଷ ପରେ ୨୦୧୭ ମସିହାରେ ଆଉଥରେ ସେହି ବିଲ୍‌ର ଏକ ଅଧ୍ୟାଦେଶ ଆଣି ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ କି ଆମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟା ଏବଂ ଘର ଯୋଗାଇ ଦେବୁ । ତାହା ବି କେବଳ ପାଣିର ଗାର ପାଲଟିଲା । ପୁଣି ୨୦୨୨ରେ ଆଉ ଏକ ସଂଶୋଧିତ ଆଇନ ଆଣିଲେ । କେବଳ ଆଇନ ଆସୁଛି କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଦୁଃଖ ଯାଉନି । ଏବେ ପୁଣି ୨୦୨୩ରେ ସେହି ପୁରୁଣା ନାଟକର ପୁନ୍ନତାବୃତି । ବିଜୁ ଜନତା ଦଳର ସରକାର କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ନେଇ ସେମାନଙ୍କୁ ପ୍ରତାରଣା କରିଛନ୍ତି।ଦେଖନ୍ତୁ ବସ୍ତିଗୁଡ଼ିକରେ ଛୋଟ ଛୋଟ ଜମି ଦଲାଲ ମାନେ ବସ୍ତିରେ ସରକାରୀ ଜମିକୁ ଛୋଟ ଛୋଟ ଭାଗ କରି ବିକନ୍ତି ଓ ଲୋକଙ୍କଠାରୁ ତିରିଶ ହଜାର ପଚାଶ ହଜାର ନିଅନ୍ତି କାଗଜ ଖଣ୍ଡେ ଦେଇ। ସେହିଭଳି ସମାନ ଭାବରେ ଏ ସରକାର ଓ ବିଏମସି ମିଳିତ ଭାବେ ଏ ମହାଠକେଇ କରିଛନ୍ତି। ଜମି ଦଲାଲ ଙ୍କ ସାଙ୍ଗରେ ସାମିଲ ହୋଇଛନ୍ତି ଆଜି ରାଜ୍ୟ ସରକାର ଓ ବିଏମସି। ତେଣୁ କେଉଁଠି ନା କେଉଁଠି ଏମାନେ ପଇସା ଲୋକଙ୍କଠାରୁ ଆଣି ଫଲସ୍ କାଗଜ ତାଙ୍କୁ ଧରାଇଛନ୍ତି। ବସ୍ତି ବାସିନ୍ଦାଙ୍କୁ ଗୋଟେ ଜାଲି ପଟା ଦେଉଛନ୍ତି। ସେ ଜାଗାରେ ଜଣେ ହିତାଧିକାରୀ ନା ଘରଟିଏ ନା ଲୋନ ଟେ କରିପାରିବ ନା ଘର ପାଇଁ ଆପ୍ରୁଭାଲ ମିଳିପାରିବ। ଏଣୁ ଏଥିରେ ଜଡିତ ବିଏମସି ମେୟର, କମିଶନର,କନସଲ୍ଟ ଅଫିସର୍ ଯେଉଁ ମାନେ ଏଥିରେ ଜଡ଼ିତ ତାଙ୍କୁ IPC ୪୨୦,୩୪ ଦଫାରେ ଆମେ ଆଜି ଏଫ୍.ଆଇ.ଆର୍ ଦେଉଛୁ ଆଶା କରୁଛୁ ନିଶ୍ଚିତ ଭାବରେ ପ୍ରଶାସନିକ ପୋଲିସ ଅଧିକାରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନଚେତ୍ ଆମେ ଆଇନିର ଆଶ୍ରୟ ନେଇ ନ୍ୟାୟାଳୟ କୁ ଯିବୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଥିଲେ। ଯାହାର ନିଜସ୍ୱ ଜାଗା ନାହିଁ ସେହିି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । କୁଆଡେ ଗଲା ସେହି ପ୍ରତିଶୃତି ।ଯାହାଙ୍କ ପାଖରେ ଦୁଇ ଗୁଣ୍ଠ ଜମିନାହିଁ ସେ ଏଠି ଦୁଇଶହ ଏକର ବିକିବା ପାଇଁ ଫର୍ମ ଛାପିଲେ। ଜମି ହେଉଛି ଜିଏ ଡିପାଟମେଣ୍ଟ ର ବିଏମସି ର ନିଜସ୍ଵ ଜମି ନାହିଁ। ରାଜ୍ୟ ସରକାରଙ୍କ ଚାପରେ ହୁଏତ ପୋଲିସ କାର୍ଯ୍ୟାନୁଷ୍ଠନ ଗ୍ରହଣ ନକରି ପାରନ୍ତି। ଆମେ ଭାରତ ବର୍ଷ ର ନ୍ୟାୟପାଳିକା ଉପରେ ପୁରା ଭରଷା ରଖିଛୁ। ଯଦି ପୋଲିସ କୌଣସି ପଦକ୍ଷେପ ନେବ ନାହିଁ ତେବେ ଆମେ ନ୍ୟାୟପାଳିକା କୁ ଯିବୁ। ଆମର ବିଶ୍ବାସ ହେଉଛି ମାନ୍ୟବର ଅଦାଲତ ଏହି କଥାକୁ ଗ୍ରହଣ କରିବେ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଥିଲେ।
ଏହା ଆମକୁ ଓ ବସ୍ତି ବାସିନ୍ଦାଙ୍କୁ ମଧ୍ଯ ଆଚାର୍ଯ୍ୟ ଲାଗିଲାଣି। ଥରେ ମୁଖ୍ୟମନ୍ତ୍ରୀ ଙ୍କ ହାତରେ ଏକ କାଗଜକୁ ପଟା କହି ବାଣ୍ଟିଲେ ପୁଣି ତାକୁ ଫେରେନେଇ ପୁଣି ଏକ କାଗଜ କୁ ପଟା କହିଦଉଛନ୍ତି। ଏଠି ବୁଝାପଡୁନି କୋଉଟା ପଟ୍ଟା କୋଉଟା କାଗଜ। ବସ୍ତି ବାସିନ୍ଦାଙ୍କୁ ଘର ଦେବାକୁ ଘୋଷଣା କରିଦେଇକି ମୁଖ୍ୟମନ୍ତ୍ରୀ ଶୋଇପଡିଲେ ପୁଣି ଏବେ ଉଠିଛନ୍ତି ଠିକ ୨୦୨୪ ନିର୍ବାଚନ ପୂର୍ବରୁ । ତେଣୁ ବସ୍ତି ବାସିନ୍ଦାଙ୍କୁ ତୁରନ୍ତ ନଠକି ସତ ପଟା ଦିଅନ୍ତୁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା, ବିଜେପି କର୍ପୋରେଟର ସୁଜାତା ଛୋଟରାୟ, ଯଶୋଧାରା ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ,ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ,ଦାମୋଦର ବେହେରା ସୁଶାନ୍ତ ଦାସ,ଅମରଜ୍ଵଜି ଜଗଦ୍ଦେବ, ବିଜୟ କୁମାର ରାଉତ, ଜିତେନ୍ଦ୍ର ମହାନ୍ତି,ସଶିପ୍ରଭା ରଥ, ସ୍ଵଂୟଭୁ ପଟ୍ଟନାୟକ, ଜଗନ୍ନାଥ ବେହେରା,ଜିଲ୍ଲା ଉପ ସଭାପତି ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ମନୋରଞ୍ଜନ ସ୍ବାଇଁ, ବିନ୍ଦୁଲତା ବଳିୟାର ସିଂହ,ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଆଶିଷ ମହାପାତ୍ର, ଜିଲ୍ଲା କାର୍ଯ୍ୟକର୍ତ୍ତା ସୁନିଲ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି,ସୁଭାଷିନୀ ପୃଷ୍ଟି,ଆଲୋକ ସେଠୀ, ଅଶୋକ ସେଠୀ, ଇଦିସ ଭୁଇଆ, ତୃପ୍ତିମଇ ମକଦ୍ଦମ,ଲିପା ଦାସ, ବନ୍ଦନା କାନୁନଗୋ,ଯୋତ୍ରିମଇ ଅଗରୱାଲ,ସସ୍ମିତା ପରିଡ଼ା , ଶାଶ୍ଵତ ନାୟକ, ତୁଳସୀ ବିଶୋଇ,ସାନ୍ତୁନୁ ଦାସ,ଦିବ୍ୟଭାରତୀ ଜେନା , ସୁଚିଶ୍ମିତା ପାତ୍ର, ଜୟା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required