Search for:
  • Home/
  • ରାଜ୍ୟ/
  • ଥାନାପୋଡ଼ି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ – କଂଗ୍ରେସ

ଥାନାପୋଡ଼ି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ – କଂଗ୍ରେସ

Spread the love

Loading

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ

ଥାନାପୋଡ଼ି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ – କଂଗ୍ରେସ

ଭୁବନେଶ୍ୱର, ତା. ୦୭/୦୮ ରିଖ : ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ ପୋଲିସର ଅମାନୁଷିକ ଅତ୍ୟାଚାରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ କହିଥିଲେ ଯେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି । ତା’ର ଏକ ଜ୍ୱଳନ୍ତ ଉଦାହାରଣ ଫିରିଙ୍ଗିଆ ଥାନା ପୋଡ଼ି ।
କେଉଁ ପରିସ୍ଥିତିରେ ସାଧାରଣ ଜନତା ଥାନା ପୋଡ଼ିଭଳି ପଦକ୍ଷେପ ନେଲେ ତା’ର ବିଚାର ବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି । ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ, ଘଟଣା ଘଟିବା ବିଷୟ ଜିଲ୍ଲା ପୁଲିସର ଇଂଟେଲିଜେନ୍ସ ବିଭାଗ ଜାଣି ପାରିଲା ନାହିଁ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ନାମରେ ପୁଲିସ୍ ଯେଉଁ ଆତଙ୍କରାଜ ସୃଷ୍ଟି କରିଛି ତାହାକୁ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରିଛି । କଲ୍ୟାଣ ସିଂପୁରର ଡଙ୍ଗରିଆ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ନିନ୍ଦା କରାଯିବା ସହ ରାଜ୍ୟ ସରକାର ଆଦିବାସୀମାନଙ୍କ ମାନସିକତାକୁ ନ ବୁଝି ଯେଭଳି କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ତା’ର ପରିଣତି ପାଇଁ ସରକାର ହିଁ ଦାୟୀ ରହିବେ ବୋଲି କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଶାସକ ପଂଚାନନ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ,କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାସ, ରଶ୍ମି ମହାପାତ୍ର, କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required