Search for:

ଶିଶୁଟି ଆହତ।

Spread the love

Loading

ଭୁବନେଶ୍ୱର:ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି ସମୟରେ ବେଲକଣା ଛକ ନିକଟରେ ଜଣେ ୪ବର୍ଷର ଶିଶୁ ରାସ୍ତା ପାର ହେବା ସମୟରେ ମନ୍ତ୍ରୀଙ୍କ ଗାଡ଼ି ସହ ଧକ୍କା ହୋଇଥିଲା। ଫଳରେ ଶିଶୁଟି ଆହତ ହୋଇଥିଲା। ଶିଶୁ ଜଣକ ବିଷମକଟକ ବ୍ଲକର ଭେଟାଗୁଡ଼ା ଗ୍ରାମର ସୁଧୀର ଗୁନାଲୁଙ୍କ ପୁଅ ନବୀନ (୪)। ସେ ବେଲକଣା ମାମୁଘରକୁ ଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ମନ୍ତ୍ରୀଙ୍କ ଗାଡ଼ି ସେଠାରୁ ଚାଲି ଆସିବା ସମୟରେ ଗ୍ରାମବାସୀ କାର୍‌କୁ ଅଟକାଇଥିଲେ। ଫଳରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ପୋଲିସ ଯବାନମାନେ ଓହ୍ଲାଇ ଗ୍ରାମବାସୀଙ୍କୁ ବନ୍ଧୁକ ଦେଖାଇଥିଲେ। ଯାହାଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏଥିରେ ଉତ୍ତେଜିତ ହୋଇ ଗ୍ରାମବାସୀ ମନ୍ତ୍ରୀ ଓ ଯବାନମାନଙ୍କୁ ଅଟକାଇଥିଲେ।

Leave A Comment

All fields marked with an asterisk (*) are required