Search for:
  • Home/
  • ମହାନଗର/
  • ବିଜେବି କଲେଜରେ ର‍୍ୟାଗିଙ୍ଗ୍‌ ଓ ହିଂସା ବନ୍ଦ ଦାବୀରେ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଜେବି କଲେଜରେ ର‍୍ୟାଗିଙ୍ଗ୍‌ ଓ ହିଂସା ବନ୍ଦ ଦାବୀରେ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

Spread the love

Loading

ବିଜେବି କଲେଜରେ ର‍୍ୟାଗିଙ୍ଗ୍‌ ଓ ହିଂସା ବନ୍ଦ ଦାବୀରେ
ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର, ତା. ୦୭/୦୮/ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ
ୟାସିର ନୱାଜ ଆହ୍ୱାନ କ୍ରମେ ର‍୍ୟାଗିଙ୍ଗ ଓ ହିଂସା ବନ୍ଦ ଦାବିରେ ଭୁବନେଶ୍ୱର
ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିଜେବି ଜୁନିୟର କଂଲେଜ ସମ୍ମୁଖରେ ଏକ
ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ
କୁହାଯାଇଛି ଯେ, ବିଜେବି କଲେଜରେ ଏଭଳି ର‍୍ୟାଗିଙ୍ଗ ଓ ହିଂସାତ୍ମକ କାର୍ଯ୍ୟ
ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ।
ଜଣେ +୨ ଛାତ୍ରୀଙ୍କୁ କିଛି ଦିନ ତଳେ ର‍୍ୟାଗିଙ୍ଗ କରିବା ଏବଂ ଏହାକୁ
ପ୍ରତିବାଦ କରିବାରୁ ଛାତ୍ରୀଙ୍କୁ ଏସିଡ଼ି ଫିଙ୍ଗିବା ପାଇଁ ଧମକ ଦେବା ଘଟଣା
ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ଅଭିଭାବକଙ୍କୁ ଆତଙ୍କିତ କରିଛି ।
ଯେଉଁମାନେ ଏହି ର‍୍ୟାଗିଙ୍ଗକୁ ବିରୋଧ କରୁଛନ୍ତି ସେମାନଙ୍କୁ ସେହି କଲେଜର
ଏକ ନିର୍ଦ୍ଧିଷ୍ଟ ଗୋଷ୍ଠିର ଛାତ୍ର ସଂଘବଦ୍ଧ ହୋଇ ବାରମ୍ବାର ଆକ୍ରମଣ କରୁଛନ୍ତି ।
ଏପରିକି କଲେଜ ପରିସରରୁ ୨ ଜଣ ଛାତ୍ରଙ୍କୁ ଉଠାଇ ନେଇ ହଷ୍ଟେଲ ଭିତରେ
ଅମାନବୀୟ ଅତ୍ୟାଚାର କରିଛନ୍ତି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ
ପ୍ରଶାସନ ବିଫଳ । ବିଜେବି କଲେଜରେ ର‍୍ୟାଗିଙ୍ଗର ଶିକାର ହୋଇ ରୁଚିକା
ମହାନ୍ତିର ଆତ୍ମହତ୍ୟା ଘଟଣା ଏବଂ ଏହି ଘଟଣାକୁ ଚପାଇବାରେ ପ୍ରଶାସନର
କାରସାଦି କଥା ସାରା ରାଜ୍ୟ ଜାଣିଛି ।
ଆଜି ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ଏବଂ ଏହି କଲେଜର
ଛାତ୍ର/ଛାତ୍ରୀମାନେ କଲେଜ ଫାଟକ ବାହାରେ ବିକ୍ଷୋଭ କରୁଥିବାବେଳେ ବିଜୁ
ଛାତ୍ର ଜନତା ଦଳର କର୍ମକର୍ତାମାନେ କଲେଜ ଭିତରେ ପ୍ରବେଶ କରିଥିଲେ ।
ସେଠାରେ ପୁଲିସ ଏବଂ ପ୍ରିନସ୍‌ପାଲ ଉପସ୍ଥିତ ଥାଇ ମଧ୍ୟ ବିଜୁ ଛାତ୍ର ଜନତା ଦଳର
ସଭ୍ୟମାନେ ଯେଉଁମାନେ କି ଅଣଛାତ୍ର ସେମାନେ କଲେଜ ଭିତରେ ପଶିଲେ ।
ସେଠାରେ ହିଂସା କରୁଥିବା ଛାତ୍ର ମାନଙ୍କ ସପକ୍ଷରେ ବିଜୁ ଛାତ୍ର ଜନତା ଦଳର
ସଭ୍ୟମାନେ ବାହାରିଥିଲେ । ଛାତ୍ର କଂଗ୍ରେସର ବିକ୍ଷୋଭ ଉପରେ ଆକ୍ରମଣ
କରିବା ଥିଲା ସେମାନଙ୍କ ଉଦ୍ଦେଶ୍ୟ । ଅର୍ଥାତ ବିଜେବି କଲେଜରେ ଯାହା କିଛି
ହିିଂସାତ୍ମକ ଘଟଣା ଘଟୁଛି ବା ର‍୍ୟାଗିଙ୍ଗ ହେଉଛି ସେଥିରେ ବିଜୁ ଛାତ୍ର
ଜନତା ଦଳର ସଂପୃକ୍ତି ରହିଛି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।
ବିଜୁ ଛାତ୍ର ଜନତା ଦଳ ବିଜେବି କଲେଜକୁ ନିଜସ୍ୱ ସଂପତି ବୋଲି ମନେ
କରୁଛନ୍ତି । ନବୀନ ସରକାର ଅମଳରେ କ୍ୟାମ୍ପସ ଅସୁରକ୍ଷିତ ଏବଂ ଅଣଛାତ୍ର
ଯେଉଁମାନେ କି ବିଜୁ ଛାତ୍ର ଜନତା ଦଳର ସଭ୍ୟ ସେମାନେ କ୍ୟାମ୍ପସର ପରିବେଶକୁ
ନଷ୍ଟ କରୁଛନ୍ତି ।
ଛାତ୍ର କଂଗ୍ରେସ କ୍ୟାମ୍ପସରେ ଶାନ୍ତି ଚାହୁଁଛି । କ୍ୟାମ୍ପସ ଭିତରେ
ଅଣଛାତ୍ର ପ୍ରବେଶ ବନ୍ଦ, ବିଜେବି କଲେଜ ସଂପୂର୍ଣ୍ଣ ର‍୍ୟାଗିଙ୍ଗ ମୁକ୍ତ, କଲେଜରେ

ହିଂସା ଏବଂ ର‍୍ୟାଗିଙ୍ଗ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଛାତ୍ର କଂଗ୍ରେସ ଦାବି କରୁଛି । ବିଜୁ ଛାତ୍ର ଜନତା ଦଳ ଯେପରି ଭାବରେ
ବିଜେବି କଲେଜ ଏବଂ ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଶାନ୍ତ
ପରିବେଶ ସୃଷ୍ଟି କରୁଛି ତାହାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା
କରୁଛନ୍ତି । ଆଜିର କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ
ପ୍ରକାଶ ମିଶ୍ର, ରଣଜିତ ପାତ୍ର , ଆଲୋକ ଲେଙ୍କା, ବିରଂଚି ବାରିକ, ଅମେରଶ
ପରିଡ଼ା, ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କାର୍ତିକ କାଣ୍ଡି, ଉଦିତ୍‌
ପ୍ରଧାନ, ସାହାରୁଖ୍‌ ଖାନ, ନିୟାଜ୍ୟୁଲି ଇସ୍‌ଲାମ୍‌, ସ୍ପନ୍ଦନ ସ୍ୱାଇଁ, ଚିନ୍ମୟ ସାହୁ,
ସୁବାଷ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Comment

All fields marked with an asterisk (*) are required