Search for:
  • Home/
  • ରାଜ୍ୟ/
  • ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର  ବିଭିନ୍ନ ମନ୍ଦିର ରେ ପହଞ୍ଚିଲା

ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର  ବିଭିନ୍ନ ମନ୍ଦିର ରେ ପହଞ୍ଚିଲା

Spread the love

Loading

ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର  ବିଭିନ୍ନ ମନ୍ଦିର ରେ ପହଞ୍ଚିଲା

ଭୁବନେଶ୍ୱର:ପୁରୀ ୨୭/୧୨ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିର ମାନଙ୍କ ରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି।ଏହି ବଣ୍ଟନ କାର୍ଯ୍ୟ ଗତକାଲି ଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି।
ଦ୍ୱିତୀୟ ଦିନ ରେ ଆଜି ଓଡିଶା ବାହାରେ କେରଳର ପଦ୍ମନାଭସ୍ବାମୀ ମନ୍ଦିର, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଅହମଦାବାଦର ଜଗନ୍ନାଥ ମନ୍ଦିର, କାଳୀଘାଟର କାଳୀ ମନ୍ଦିର ଓ ଖିଦିରପୁର ଜଗନ୍ନାଥ ମନ୍ଦିର, ରାମେଶ୍ଵରମ୍ ଶ୍ରୀ ରାମନାଥସ୍ଵାମୀ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର, ମହୀଶୁର ଚାମୁଣ୍ଡେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମଭୂମି ସ୍ଥଳ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିର, ତିରୁମାଳା ତିରୁପତି, ମଧ୍ୟପ୍ରଦେଶର ଓଁକାରେଶ୍ୱର ଜ୍ୟେର୍ତିଲିଙ୍ଗ, ବିଜୟୱାଡା କନକଦୁର୍ଗା ମନ୍ଦିର, ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ମୁଖ୍ୟ ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ରାଜ୍ୟ ମଧ୍ୟରେ କନ୍ଧମାଳ ଫୁଲବାଣୀର ଶ୍ରୀ ଜଗନ୍ନାଥ ମନ୍ଦିର,ଦଧିବାମନଜୀଉ ମନ୍ଦିର,ଯାଜପୁର ର ବିରଜା ମନ୍ଦିର ଓ ବରାହ ମନ୍ଦିର, କଟକ ସାଲେପୁର ର ରାମକୃଷ୍ଣପୁର ଦାରୁସ୍ଥଳୀ, ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ମନ୍ଦିର ଓ ବଳଦେବଜୀ ମନ୍ଦିର, କଳାହାଣ୍ଡି ର ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦା ର ଦାରୁକ୍ଷେତ୍ର,ସାକ୍ଷୀ ଗୋପାଳ ସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା ସମଲେଶ୍ବରୀ ମନ୍ଦିର, ରେଢାଖୋଲ ଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର, ବୌଦ୍ଧ ର ଚନ୍ଦ୍ରଚୁଡ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର,ଆଠଗଡ ଶରଣ କ୍ଷେତ୍ର,ଖଲ୍ଲିକୋଟ ଚକ୍ର ତୀର୍ଥ, ଅନୁଗୋଳ ର ଜଗନ୍ନାଥ ମନ୍ଦିର ଓ ମା ହୀଙ୍ଗୁଳା ମନ୍ଦିର,ଜଗତସିଂହପୁର ଅଡଙ୍ଗଗଡ ଦାରୁ କ୍ଷେତ୍ର,ଖଡିପଡିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା ତାରାତାରିଣୀ ମନ୍ଦିର, ନବରଙ୍ଗପୁର ର ମା ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକ ର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣୀ ମନ୍ଦିର ରେ ନିମନ୍ତ୍ରଣ ଦେବା ପାଇଁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ସମ୍ପୃକ୍ତ ମନ୍ଦିର ର ମୁଖ୍ୟ ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁଙ୍କ ଏହି ଅନନ୍ୟ କାର୍ଯ୍ୟ ରେ ସାମିଲ ହେବା ଏକ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ।ସମସ୍ତ ସ୍ଥାନରେ ନିମନ୍ତ୍ରଣ ପ୍ରଦାନ କରିବାକୁ ଯାଇଥିବା ଟିମ କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ଓ ହରିବୋଲ,ହୁଳହୁଳି ପକାଇ ସମସ୍ତେ ସ୍ୱାଗତ କରିଥିଲେ।

Leave A Comment

All fields marked with an asterisk (*) are required