Search for:
  • Home/
  • ଅପରାଧ/
  • ଦିପାଳୀ ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବକି ??

ଦିପାଳୀ ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବକି ??

Spread the love

Loading

ଦିପାଳୀ ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବକି ??

ଭୁବନେଶ୍ବର : ତା ୦୯୵୦୮୵୨୩ – ଓଡିଶା ସରକାର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇ ଦେଇ ସଶକ୍ତୀ କରଣ କରୁଛନ୍ତି ବୋଲି ଖୁବ୍ ଜୋରରେ ଡେଙ୍ଗୁରା ପିଟି ପ୍ରଚାର ପ୍ରସାର କରୁଥିବା ବେଳେ, ଖୋଦ୍ ରାଜଧାନୀରେ ଦିନ ଦିପ୍ରହରରେ ଜଣେ କଲେଜ ପଢୁଆ ନାବାଳିକା ଝିଅର ଆତ୍ମହତ୍ୟାର ରହସ୍ୟ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ହାତ ଖାଲିକରି ବସିଛି। ମାର୍ ମାର୍ ଭଣ୍ଡାରିଆକୁ ମାର୍ ଭଳିଆ ଲକ୍ଷ୍ମୀସାଗର ପୋଲିସ୍ ପ୍ରକୃତ ଦୋଷୀକୁ ବଞ୍ଚାଇବାକୁ ଯାଇ ନିରିହ ହୋଟେଲ କର୍ମଚାରୀ ମାନଙ୍କୁ ଅଟକ ରଖି ବାହାବାଃ ନେଉଛି। ବାର୍ ରେ କାର୍ଯ୍ୟ କରୁଥିବା ବାର୍ ଗାର୍ଲ ମାନଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟ ଶୈଳୀର ହିସାବ କିତାବ ଗୋଟିଏ ରେଜିଷ୍ଟ୍ରର ଖାତାରେ ଲେଖାଯାଇ ପାରିଶ୍ରମିକ ପାଉଣା ଦିଆଯାଇଥାଏ। ଉକ୍ତ ରେଜିଷ୍ଟ୍ରର ଖାତା ଗଲା କୁଆଡେ ?? ସି ସି ଟି ଭି ଫୁଟେଜକୁ ପୋଲିସ୍ ଜବତ୍ କରିଛି କି ନାହିଁ ? ଯଦି କରିଛି ତାହେଲେ ୩ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀ ମାନେ ଧରାପଡୁନାହାନ୍ତି କାହିଁକି ? ଯଦି ପୋଲିସ୍ ସିସିଟିଭି ଫୁଟେଜ୍ ଏବଂ ରେଜିଷ୍ଟ୍ରର ଖାତାକୁ ଜବତ କରିନାହିଁ, କାହିଁକି କରିନାହିଁ ତାହା ବର୍ତ୍ତମାନ ପୋଲିସ୍ ର ପାରିବା ପଣିଆକୁ ଆଙ୍ଗୁଳି ନିର୍ଦ୍ଦେଶ ହେଉଛି । ୫ ଦିନ ପୁର୍ବରୁ ରାତ୍ରି ୧ ଘଟିକା ସମୟରେ ବାର୍ ମାଲିକ ଭାଷ୍କର ପଟ୍ଟନାୟକ ଜଣେ ରକ୍ଷିତା ବାର୍ ଗାର୍ଲ ଅସ୍ମିତା କୁ ନିସ୍ତୁକ ମାଡ଼ ମାରିଥିବା ଏବଂ ପରେ ପରେ ଘଟଣାଟି ପ୍ରଘଟକୁ ଡରି ୧ ଲକ୍ଷ ଟଙ୍କା ଦେଇ ଖବରକୁ ଚପାଇ ଦିଆଯାଇଥିଲା।
ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ଖବର ପାଇ ହୋଟେଲ ବାର୍ ର ମାଲିକ ପଟ୍ଟନାୟକ ହୋଟେଲରେ ଥିବା ଅନ୍ୟ ବାର୍ ଗାର୍ଲ ମାନଙ୍କୁ ଅନ୍ୟତ୍ର ପଠାଇ ଦେଇ ପ୍ରକୃତ ରେଜିଷ୍ଟ୍ରରକୁ ଗାଏବ୍ କରିଦେଇଥିଲେ। ଏମିତି କି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ,ପ୍ରମାଣ ନଷ୍ଟ କରିଦେଇଛନ୍ତି ବୋଲି ସନ୍ଦେହ ସୃଷ୍ଟି କରିଛି। ଦିପାଳୀ ବାର ମାଲିକଙ୍କ ଦୁଇ ବିଶ୍ୱସ୍ତ କର୍ମଚାରୀ ଜଣେ ରାମାକାନ୍ତ ରାଉତ୍ ( ଲୁଲୁ ) ଅନ୍ୟ ଜଣେ ମନୀଷ୍ ମିଶ୍ର (ମିଟୁ) ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି। ଯଦି ପୋଲିସ ପ୍ରଶାସନ ଉକ୍ତ ଘଟଣାକୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାନ୍ତି, ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକ ଲୋଚନକୁ ଆସିବା ସହିତ ପ୍ରକୃତ ଦୋଷୀ ମାନଙ୍କର ଅସଲ ପରିଚୟ ଲୋକ ଲୋଚନକୁ ଆସିପାରନ୍ତା।

Leave A Comment

All fields marked with an asterisk (*) are required