Search for:

ବନ୍ଧୁଙ୍କ ପାଇଁ ଦିନି ଟିଏ ।

Spread the love

Loading

ଭୁବନେଶ୍ୱର: ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତ୍ୱ ଦିବସ । ବନ୍ଧୁଙ୍କ ପାଇଁ ଦିନି ଟିଏ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସଟି ବହୁ ଆଡମ୍ବରେ ପାଳନ କରାଯାଉଛି । ବିଶେଷ କରି ଏହି ଦିନଟି ଯୁବପୀଢିଙ୍କ ପାଇଁ ବହୁତ ଖାସ୍ ଦିନ । ହାତରେ ହାତ ମିଶାଇ, ପରସ୍ପରକୁ ଆଲିଙ୍ଗନ କରି, ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ବନ୍ଧୁଙ୍କ ସହ ମନାଇଥାନ୍ତି ଫ୍ରେଣ୍ଡସିପ୍ ଡେ । ଏଥିପାଇଁ ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗର ଫ୍ରେଣ୍ଡସିପ୍ ବ୍ୟାଣ୍ଡ ମଧ୍ୟ ବିକ୍ରୀ କରାଯାଇଥାଏ ।
 ଜଣେ ବ୍ୟକ୍ତି ଜୀବନରେ ବନ୍ଧୁର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଓ ବନ୍ଧୁଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ବ୍ୟକ୍ତ କରିବାର ଉଦ୍ଦେଶ୍ୟରେ ଆମେରିକୀ କଂଗ୍ରେସ୍ ୧୯୩୫ରେ ଫ୍ରେଣ୍ଡସିପ୍ ଡେ ପାଳିବାକୁ ଘୋଷଣା କରିଥିଲେ । ଆମେରିକୀ କଂଗ୍ରେସର ଏହି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ପୃଥକ୍ ପୃଥକ୍ ଦିନରେ ଫ୍ରେଣ୍ଡସିପ୍ ଡେକୁ ପାଳନ କରାଗଲା । ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହର ପ୍ରଥମ ରବିବାର ‘ଫ୍ରେଣ୍ଡସିପ୍ ଡେ’ ଭାବେ ପାଳନ କରାଯାଏ ।

ବନ୍ଧୁତାର ମଧ୍ୟ ଏକ ଏଭଳି ସଂପର୍କ ରହିଛି ଯାହା ସଂପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଚାହୁଁଛୁ । ବନ୍ଧୁଙ୍କ ନିକଟରେ ଆମେ ଆମର ସବୁକଥା ଖୋଲି କହିପାରୁ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତା କୁହାଯାଏ । ବନ୍ଧୁତାର ସଂପର୍କ କୌଣସି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କି ଦେଶ ଦେଖି ନଥାଏ ।

ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି । ପ୍ରାୟ ୨୦୦୦ ମସିହା ପରେ ଆସ୍ତେ ଆସ୍ତେ ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଥିଲା । କଲେଜ ପଢୁଆ ଟିନ୍ ଏଜର୍ସ ନିଜ ନିଜ ଭିତରେ ପରସ୍ପରକୁ ବ୍ୟାଣ୍ଡ ବାନ୍ଧି ଏହାକୁ ଉତ୍ସବରେ ପରିଣତ କରିବା ପାଇଁ ଉଦ୍ୟମ କଲେ । ପରେ ନଜର ହେଲା, ଗଲା ୧୦ ବର୍ଷ ହେବ ଏହା ଭାରତୀୟଙ୍କ ସହ ଭାରି ସକ୍ରିୟ ଭାବେ ଜୋଡି ହୋଇଛି । କେବଳ ଯୁବବର୍ଗଙ୍କ ମଧ୍ୟରେ ସୀମିତ ନରହି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷଣ କରିବାରେ ସଫଳ ହୋଇଛି । ଏଥିପାଇଁ ଦେଶ ତଥା ରାଜ୍ୟରେ କର୍ମବର୍ଦ୍ଧିଷ୍ଣୁଂ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅନେକାଂଶରେ ସାବାସୀ ମିଳିବା କଥା । ବୋଧ ହୁଏ, ବିନା ସାମାଜିକ ଗଣମାଧ୍ୟମରେ ଫ୍ରେଣ୍ଡସିପ ଡେକୁ ଆଜି ଯେଉଁ ଆକାର ଓ ପ୍ରକାରରେ ଦେଖୁଛେ, ତାହା ଦେଖିବା ସମ୍ଭବପର ହୋଇ ନଥାନ୍ତା ।

Leave A Comment

All fields marked with an asterisk (*) are required