Search for:
  • Home/
  • ରାଜ୍ୟ/
  • ଆଜି ଲୋକ ସେବା ଭବନ ରେ ଗୁରୁତ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକ।

ଆଜି ଲୋକ ସେବା ଭବନ ରେ ଗୁରୁତ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକ।

Spread the love

Loading

ଭୁବନେଶ୍ୱର:  ଭୁବନେଶ୍ୱରରେ ପହଞ୍ଚିଛନ୍ତି ସାହା । ତାଙ୍କ ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଛନ୍ତି । ବିମାନବନ୍ଦରଠାରେ ଦଳୀୟ କର୍ମୀମାନଙ୍କ ପକ୍ଷରୁ ଗୃହମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିମାନବନ୍ଦରରୁ ବାହାରି ସେ ସିଧାସଳଖ ମେ ଫେୟାର ହୋଟେଲ ଯିବେ । ସେଠାରେ ରାତ୍ରୀ ଯାପନ କରିବେ (ଶନିବାର) ପୂର୍ବାହ୍ନରେ ଶ୍ରୀ ଶାହାଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ଘଣ୍ଟାଏ ଧରି ଚାଲିବାକୁ ଥିବା ଏହି ବୈଠକରେ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଏହାପରେ ସେହି ଲୋକସେବା ଭବନରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ମଧ୍ୟ ଉଭୟ ଯୋଗଦେବେ ।
ଦିନ ଗୋଟାଏରେ ଶ୍ରୀ ଶାହା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ । ସେଠାରେ ମନମୋହନ ସାମଲଙ୍କ ନୂଆ ଟିମ୍ ସହ ତାଙ୍କର ପରିଚୟ ପର୍ବ ହେବ । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ସଂଧ୍ୟାରେ ୬ଟାରେ ଶ୍ରୀ ଶାହା ଭୁବନେଶ୍ୱର ଛାଡ଼ିବେ ।

Leave A Comment

All fields marked with an asterisk (*) are required