Search for:
  • Home/
  • ରାଜ୍ୟ/
  • 5ଟି ଅଧୀନରେ ସମସ୍ତ ରୂପାନ୍ତୀକରଣ 6883 ସ୍କୁଲ ନିର୍ମାଣ କାର୍ଯ୍ୟର ତୃତୀୟ ପକ୍ଷ ଅଡିଟ କରିବା କରାଯାଉ

5ଟି ଅଧୀନରେ ସମସ୍ତ ରୂପାନ୍ତୀକରଣ 6883 ସ୍କୁଲ ନିର୍ମାଣ କାର୍ଯ୍ୟର ତୃତୀୟ ପକ୍ଷ ଅଡିଟ କରିବା କରାଯାଉ

Spread the love

Loading

5ଟି ଅଧୀନରେ ସମସ୍ତ ରୂପାନ୍ତୀକରଣ 6883 ସ୍କୁଲ ନିର୍ମାଣ କାର୍ଯ୍ୟର ତୃତୀୟ ପକ୍ଷ ଅଡିଟ କରିବା କରାଯାଉ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 21 ରିଖ  ଗତକାଲି ଅସ୍ତରଙ୍ଗର 5ଟି ସ୍କୁଲ ରେ ଛାତରୁ ପ୍ଲାଷ୍ଟର ଖସି ତିନି ଜଣ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି l ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟି ଛାତ୍ର ଛାତ୍ରୀ, ଶିକ୍ଷକ ମୃତାହତ ହୋଇ ସାରିଛନ୍ତି l ଭଗବାନ ଭରସାରେ ପିଲାମାନଙ୍କ ଜୀବନ ସୁରକ୍ଷିତ ହୋଇପାରିଛି l ରାଜ୍ୟରେ 5ଟି ଅଧୀନରେ ଥିବା ସମସ୍ତ 6883 ସ୍କୁଲ ଗୁଡିକର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ମଧ୍ୟ ବାରମ୍ବାର ଅଭିଯୋଗ ଆସିବାରେ ଲାଗିଛି l ତେଣୁ ନିର୍ମାଣ ହୋଇଥିବା ସମସ୍ତ 5ଟି ସ୍କୁଲର ନିର୍ମାଣ କାର୍ଯ୍ୟର ଓ ବ୍ୟୟ ଅଟକଳର ସ୍ୱତନ୍ତ୍ର ଓ ତୃତୀୟ ପକ୍ଷ ଅଡିଟି ଯେପରିକି AG ଅଡିଟ ହେବାର ଆବଶ୍ୟକ ରହିଛି ବୋଲି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଦାବୀ ଜଣାଇଛନ୍ତି l ତୁରନ୍ତ ମାସକ ମଧ୍ୟରେ ଅଡିଟ ରିପୋର୍ଟ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ପିଲାଙ୍କ ଜୀବନ ସୁରକ୍ଷିତ କରାଯାଉ l ବର୍ତମାନ ଯେଉଁ 5ଟି ସ୍କୁଲର ନିର୍ମାଣ କାର୍ଯ୍ୟ ଚାଲୁରହିଛି ତାକୁ ସ୍ୱତନ୍ତ୍ର ଅନୁଧ୍ୟାନ ହେଉ ଏବଂ ଆଗକୁ ନିର୍ମାଣ ହେବାକୁ ଥିବା ସ୍କୁଲ ଗୁଡିକର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ମଧ୍ୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ଏକ ବିଶେଷଜ୍ଞ କମିଟି ସରକାର ତୁରନ୍ତ ଗଠନ କରନ୍ତୁ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି l

Leave A Comment

All fields marked with an asterisk (*) are required