Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ !

ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ !

Spread the love

Loading

ଶିକ୍ଷା ଅଧିକାର ଆଇନରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ବହି, ସ୍କୁଲଡ୍ରେସ, ଜୋତା କିଣା ଅର୍ଥ ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ !

ଭୁବନେଶ୍ୱର:୦୧.୦୭  ଶିକ୍ଷା ଅଧିକାର ଆଇନରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପୋର୍ଟାଲ ମାଧ୍ୟମରେ ଆଡ଼ମିସନ କରି ପାଠ ପଢୁଛନ୍ତି l ଆରଟିଇରେ ନିଃଶୁଳ୍କ ପାଠ ପଢ଼lଉ ଥିବା ଅଭିଭାବକ ମାନେ ବିଭିନ୍ନ ଘରୋଇ ସ୍କୁଲରେ 5-7 ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ବହି କିଣିଛନ୍ତି l ତା ଛଡା ସ୍କୁଲ ୟୁନିଫର୍ମ, ଜୋତା ମଧ୍ୟ ହଜାର ହଜାର ଟଙ୍କା ଦେଇ ନେଇଛନ୍ତି l ପ୍ରାୟତଃ 10-12 ହଜାର ଟଙ୍କା ଖର୍ଚ୍ଚ କରି ଜଣେ ଅଭିଭାବକ ଏହାକୁ ସ୍କୁଲରୁ ଆଣିଛନ୍ତି l ଶିକ୍ଷା ଅଧିକାର ଆଇନରେ ମାଗଣାରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲ ଫିସ ସହିତ ପଢ଼ା ବହି, ସ୍କୁଲ ୟୁନିଫର୍ମ, ଜୋତା ଏବଂ ଯେଉଁଠି ମଧ୍ୟାହ୍ନ ଭୋଜନ ଥିବ ସେଠାରେ ପ୍ରଦାନ ପାଇଁ ସ୍ୱତନ୍ତ୍ର ନିୟମ ରହିଛି l ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ମାଗଣା ପାଠ ପଢିବା ବ୍ୟବସ୍ଥା କରିଛନ୍ତି l ହେଲେ ଏହି ଆର୍ଥିକ ଦୁର୍ବଳ ଶ୍ରେଣୀର ଅଭିଭାବକ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି କିପରି ଓ କେଉଁଠୁ ପୁଣି ଆଣି ଦେବେ l ଯେହେତୁ ସ୍କୁଲ ମାନେ ପାଠ ପଢ଼ା ଆରମ୍ଭ କରି ସାରିଲେଣି ତେଣୁ ବାଧ୍ୟ ହୋଇ ପ୍ରାଇଭେଟ ସ୍କୁଲ ଚାପରେ ବହି, ଜୋତା, ସ୍କୁଲ ଡ୍ରେସ ଆଦି କିଣିଛନ୍ତି l ପ୍ରାଇଭେଟ ସ୍କୁଲ ମାନଙ୍କ ଏହି ନିୟମ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କୁ ବହୁବାର ଅଭିଯୋଗ କଲା ପରେ କାର୍ଯ୍ୟକାରୀ ନହେବାରୁ ଆଜି ପ୍ରାୟ ତିନି ଶହରୁ ଅଧିକ ଅଭିଭାବକ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ସେହି ଅର୍ଥ ଫେରସ୍ତ ପାଇଁ ପ୍ରଥମେ ପ୍ରାଥମିକ ନିର୍ଦେଶାଳୟ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଅଭିଯୋଗ କାର୍ଯ୍ୟାଳୟରେ ଜଣ ଜଣ କରି ଦରଖାସ୍ତ ସହ ବିଲର କପି ସହ ଅର୍ଥ ଫେରେଇବାକୁ ଦାବୀ ଜଣାଇଛନ୍ତି l ଏହି ସମସ୍ୟା ଉପରେ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଆଗକୁ ହଜାର ହଜାର ଅଭିଭାବକ ଆସି ଦୁର୍ବାର ଆନ୍ଦୋଳନ ହେବ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, କଳ୍ପନା ସାହୁ କହିଛନ୍ତି l ଏହି ଆନ୍ଦୋଳନରେ ଅନୁକୂଳ ସାହୁ, ମିଲ୍ଲୀ ସାହୁ, ବବିନା ମହାରଣା, ସ୍ୱପ୍ନା ସାହୁ, ପୂଜା, ମିନା ଦାସ, ଜଗନ୍ନାଥ ଦାସ, ତନୁଜା ସାହା, ରାଜେଶ ଜେନା, ରଶ୍ମିତାରାଣୀ ରାଉତ, ବାବୁଲା ସାହୁ ପ୍ରମୁଖ ଅଭିଭାବକ କର୍ମକର୍ତା ଯୋଗଦାନ କରିଥିଲେ l

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required