Search for:
  • Home/
  • ରାଜ୍ୟ/
  • ରାଜ୍ୟରେ 1284 କୋଟି ଟଙ୍କାରେ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍ ଭିତ୍ତିଭୂମି ସଜଡ଼ା ଯାଇପାରିବ କି ନାହିଁ ?

ରାଜ୍ୟରେ 1284 କୋଟି ଟଙ୍କାରେ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍ ଭିତ୍ତିଭୂମି ସଜଡ଼ା ଯାଇପାରିବ କି ନାହିଁ ?

Spread the love

Loading

ରାଜ୍ୟରେ 1284 କୋଟି ଟଙ୍କାରେ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍ ଭିତ୍ତିଭୂମି ସଜଡ଼ା ଯାଇପାରିବ ନାହିଁ !

ଭୁବନେଶ୍ୱର :-୧୬.୦୭  ରାଜ୍ୟରେ ବିଦ୍ୟୁତ୍ ଗ୍ରାହକଙ୍କୁ ଉନ୍ନତ ମାନର ୨୪/୭ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇବା ପାଇଁ ଯେଉଁ ବିଦ୍ୟୁତ୍ ସଂସ୍କାର ୧୯୯୬ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି, ତାହା ସଂପୂର୍ଣ୍ଣ ବିଫଳ ହୋଇଛି । ବିଦ୍ୟୁତ୍ ଭିତ୍ତିଭୂମିରେ ଘରୋଇ କମ୍ପାନୀମାନେ ଅର୍ଥ ବିନିଯୋଗ କରିବାର ଯେଉଁ କାଯ୍ୟକ୍ରର୍ମ ଥିଲା ତାହା ହୋଇପାରିଲା ନାହିଁ l ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ୨୦୦୯ ମସିହାରେ OERC ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବ ବେଳେ ସୋଭେନ୍ କାନୁନଗୋ ରିପୋର୍ଟକୁ ଆଧାର କରି ୫୦୦୦ କୋଟି ଟଙ୍କା ବ୍ୟୟ ବରାଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାର ସେହି ପ୍ରସ୍ତାବ ଉପରେ ମାତ୍ର ୨୪୦୦ କୋଟି ଟଙ୍କା ଦେଇଥିଲେ ହେଲେ ଘୋରୋଇ କମ୍ପାନୀମାନେ ସେଥିପ୍ରତି କୌଣସି ଆଗ୍ରହ ପ୍ରକାଶ କରିନଥିଲେ । ଯାହାଫଳରେ ମାତ୍ର ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ତଥ୍ୟରୁ ମିଳିଛି । କାହିଁକି ଖର୍ଚ୍ଚ ହୋଇନାହିଁ ଏବଂ ଘୋରୋଇ କମ୍ପାନୀ Reliance ଯେଉଁ କମ୍ପାନୀ କୁ ରାଜ୍ୟର ତିନୋଟି ବିତ୍ତରଣ କମ୍ପାନୀ (Wesco, Nesco, Southco) ବିତ୍ତରଣ ଦାୟିତ୍ଵ ଦେଇଥିଲେ ତାର କାର୍ଯ୍ୟ ଦକ୍ଷତା ଓ ଭିତ୍ତିଭୂମିରେ କାହିଁକି ଅର୍ଥ ଖଟାଯାଇନାହିଁ ସେ ବିଷୟରେ ସମୀକ୍ଷା କରିବାକୁ ୨୦୧୦ ମସିହାରେ ଏକ ମନ୍ତ୍ରୀ ସ୍ତରୀୟ କମିଟି ଓ ତାଙ୍କୁ ସୋହଯୋଗ କରିବା ପାଇଁ ଏକ ସଚିବ ସ୍ତରୀୟ କମିଟି ରାଜ୍ୟ ସରକାର ଗଠନ କରିଥିଲେ । ହେଲେ କମିଟିର କାର୍ଯ୍ୟଦକ୍ଷତା ଏପରି ହେଲା ଯେ, ୨୦୧୫ ମସିହା ସୁଧା Reliance କମ୍ପାନୀ ଉପରେ ୪୨୩୪ କୋଟି ଟଙ୍କା ବାକି ରଖିଥିବା ବେଳେ OERC ତାର ଲାଇସେନ୍ସ ରଦ୍ଧ କରିବାକୁ ବାଧ୍ୟ ହୋଇଥିଲେ। ୨୦୧୦ ମସିହାରୁ ୨୦୨୦ ମସିହା ଦୀର୍ଘ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ରାଜ୍ୟରେ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କାର୍ଯ୍ୟ ଠିକଣା ହେଉଛି କି ନାହିଁ, ତାକୁ କେହି ଦେଖିନାହାନ୍ତି। ଏ ସଂକ୍ରାନ୍ତରେ CAG ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ହେଲେ ରାଜ୍ୟ ସରକାର ଏହା ଉପରେ ତଦନ୍ତ କରିବା ତ ଦୂରର କଥା ଅହେତୁକ ଅନୁକମ୍ପା ଦେଖାଇଥିବା ଠିକାଦାର ମାନଙ୍କଠାରୁ ଏହି ଅର୍ଥ ଆଦାୟ କରିବାକୁ କୌଣସି ପଦକ୍ଷେପ ନେଇନାହାନ୍ତି । ଟାଟା ପାୱାର ବିଦ୍ୟୁତ୍ ବିତ୍ତରନ ଦାୟିତ୍ଵ ୨୦୨୦ ମସିହାରେ ନେଲାପରେ କେବଳ ପୂର୍ବ ସେସୁ ବର୍ତ୍ତମାନ Tpcodl ରେ ଭିତ୍ତିଭୂମି ସଜାଡ଼ିବା ପାଇଁ ୨୬୦୦ କୋଟି ଟଙ୍କା ବିନିଯୋଗ କଲେ ସୁଧାର ଆସିବ ବୋଲି OERC ପାଖରେ ପ୍ରସ୍ତାବ ରଖିଥିବା ବେଳେ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇନଥିଲେ । ଆଜି ସାରା ଓଡ଼ିଶା ପାଇଁ ଭିତ୍ତିଭୂମିର ସୁଧାର ପାଇଁ 1284.5 କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବକୁ ଆମ ବିଦ୍ୟୁତ୍ ଗ୍ରାହକଙ୍କ ପ୍ରତି ଏକ ପ୍ରତାରଣା ବୋଲି ଆମ ଜନତା ଅଧିକାର ଓ ଓଡିଶା ଉପଭୋକ୍ତl ମହାସଂଘ ଅଭିଯୋଗ କରିଛି l ଏକ ପ୍ରେସ୍ର ବିଜ୍ଞପ୍ତି ରେ ମହାସଂଘ ର ସଭାପତି ରମେଶ ଶତପଥୀ, ଆମ ଜନତା ଅଧିକାର ର ଆବାହକ ମନୋଜ ଜେନା ଓ ମିଶନ ଓଡିଶା @2036 ଆବାହକ ବାସୁଦେବ ଭଟ୍ଟ, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, କୋର ସଭ୍ୟ ଅଶୋକ ଜେନା ପ୍ରମୁଖ କହିଛନ୍ତି ଯେ, ଅତି କମରେ ୧୦୦୦୦ କୋଟି ଟଙ୍କା ରାଜ୍ୟ ସରକାର ଭିତ୍ତିଭୂମି ସଜାଡ଼ିବାରେ ବ୍ୟୟବରାଦ କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ନକଲେ ବର୍ଷା, ଶୀତ ଦିନେ ମଧ୍ୟ ବର୍ତ୍ତମାନର ପରିସ୍ଥିତି ଆସିବ ବୋଲି ଆମ ଜନତା ଅଧିକାର ତରଫରୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

 

Leave A Comment

All fields marked with an asterisk (*) are required