ଶ୍ରୀରାମ ଓ ହନୁମାନ ମନ୍ଦିର ରେ କଳାକନା ବୁଲାଇଲେ ଚୋର
ଶ୍ରୀରାମ ଓ ହନୁମାନ ମନ୍ଦିର ରେ କଳାକନା ବୁଲାଇଲେ ଚୋର
ଭଦ୍ରକ: ଶେଷରେ ଠାକୁର ଙ୍କୁ ଛାଡିଲେ ନାହିଁ ଦୃବୁର୍ତ୍ତ, ବିଳମ୍ବିତ ରାତିରେ ମନ୍ଦିରରେ କଳା କନା ବୁଲାଇଲେ ଚୋର, ଠାକୁର ଙ୍କର ବ୍ୟବହୃତ ବିଭିନ୍ନ ଅଳଙ୍କାର ସହ ହୁଣ୍ଡୀ ବାକ୍ସ ଭାଙ୍ଗି ଟଙ୍କା ପଇସା ନେଇଗଲେ ଚୋର । ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ୧ନମ୍ବର ୱାର୍ଡ ଅଧୀନ ବରାଳ ପୋଖରୀ ଅଞ୍ଚଳରେ ହନୁମାନ ଓ ରାମ ମନ୍ଦିର ରେ ଚୋରଙ୍କର ଏଭଳି କାଣ୍ଡ ଦେଖିବାକୁ ମିଳିଛି । ସବୁଦିନ ଭଳି ଗତକାଲି ମଧ୍ଯ ଠାକୁରଙ୍କର ରୀତିନୀତି ଅନୁଯାୟୀ ପୂଜା ସରିବା ପରେ ପୂଜକ ପହୁଡ଼ ପକାଇ ଗେଟ ରେ ତାଲା ପକାଇ ଯାଇଥିଲେ । ଆଜି ସକାଳ ସମୟରେ ଠାକୁର ଙ୍କର ପୂଜା କରିବା ପାଇଁ ଆସିଥିବା ପୂଜକ ମନ୍ଦିର ସମ୍ମୁଖ ଗେଟ ତାଲା ଭଙ୍ଗାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ମନ୍ଦିର ଭିତର କୁ ଯାଇ ଦେଖନ୍ତି, ଠାକୁର ଙ୍କର ସୁନା, ରୂପା ଅଳଙ୍କାର ସହ ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା କୌଣସି ଦୃବୁର୍ତ୍ତ ନେଇ ଯାଇଛନ୍ତି । ସଙ୍ଗେ ସଙ୍ଗେ ଏହି ଖବର ପ୍ରଚାର ହେବା ପରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ.. ବରାଳପୋଖରୀ ଅଞ୍ଚଳର ହନୁମାନ ମନ୍ଦିର ଓ ରାମ ମନ୍ଦିର କେବଳ ସ୍ଥାନୀୟ ଅଞ୍ଚଳ ବାସୀ ନୁହେଁ, କାହିଁ କେତେ ଦୂରରୁ ଭକ୍ତ ମାନେ ଭଗବାନ ଙ୍କ ଆଶିଷ ନେବା ପାଇଁ ଛୁଟି ଆସିଥାନ୍ତି। କିନ୍ତୁ ଆଜି ଏଭଳି ଘଟଣା ଭକ୍ତ ମାନଙ୍କ ମନରେ ବେଶ ଆଘାତ ଦେଇଛି । ଘଟଣା ସ୍ଥଳରେ ଭଦ୍ରକ ଟାଉନ ପୋଲିସ ପହଞ୍ଚି ତଦନ୍ତ। ଆରମ୍ଭ କରିଛି । ସିସିଟିଭି ଫୁଟେଜ ରେ ଚୋରି ବେଳର ଦୃଶ୍ୟ କୟଦ ହୋଇଛି ।