Search for:
  • Home/
  • ରାଜ୍ୟ/
  • ଇନଫୋସିସ୍‌ ଫାଉଣ୍ଡେସନ୍‌ ଏବଂ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୁଲ୍ୟରେ ୫ରୁ ୧୧ ନଭେମ୍ବର ୨୦୨୩ ସାଂସ୍କୃତିକ ଉତ୍ସବ

ଇନଫୋସିସ୍‌ ଫାଉଣ୍ଡେସନ୍‌ ଏବଂ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୁଲ୍ୟରେ ୫ରୁ ୧୧ ନଭେମ୍ବର ୨୦୨୩ ସାଂସ୍କୃତିକ ଉତ୍ସବ

Spread the love

Loading

ଇନଫୋସିସ୍‌ ଫାଉଣ୍ଡେସନ୍‌ ଏବଂ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୁଲ୍ୟରେ ୫ରୁ ୧୧ ନଭେମ୍ବର ୨୦୨୩ ସାଂସ୍କୃତିକ ଉତ୍ସବ

ଭୁବନେଶ୍ୱର:ଇନଫୋସିସ୍‌ ଫାଉଣ୍ଡେସନ୍‌ ଏବଂ ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ନଭେମ୍ବର ୫ରୁ
୧୧ ପର୍ଯ୍ୟନ୍ତ ଓଡ଼ିଶାର ସମୃଦ୍ଧ ଏବଂ ଦିପ୍ତୀମାନ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଉପଲକ୍ଷେ ଏକ ସାଂସ୍କୃତିକ
ଉତ୍ସବର ଆୟୋଜନ କରାଯାଉଅଛି । ଏହି ସପ୍ତାହ ବ୍ୟାପି ସାଂସ୍କୃତିକ ଉତ୍ସବ ସହିତ ଓଡ଼ିଶାର ହଜି ଯାଉଥିବା କଳା
ଏବଂ ଐତିହ୍ୟକୁ ପୁନରୁଦ୍ଧାର କରିବା ପାଇଁ ପ୍ରତି ମାସ ପ୍ରଥମ ଓ ତୃତୀୟ ସୋମବାର ଦିନ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ
ଆୟୋଜନ କରାଯାଉଅଛି । ଏହି ଉତ୍ସବ ପାଳନ କରିବା ଅବସରରେ, ନଭେମ୍ବର ୫ ତାରିଖ ଠାରୁ ୧୦ ତାରିଖ
ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ କଳାଭୂମି, ପୋଖରୀପୁଟ ଠାରେ ଆର୍ଟ-ଇନ୍‌-
ଆକ୍ସନ (କାରିଗରମାନଙ୍କର କର୍ମଶାଳା) ଏବଂ ନଭେମ୍ବର ୧୧ ତାରିଖ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୪
ଘଟିକା ପର୍ଯ୍ୟନ୍ତ, ଭବନ୍ସ ସେଣ୍ଟର୍‌ ଫର କମ୍ୟୁନିକେସନ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ, ଖାରବେଳ ନଗର, ଭୁବନେଶ୍ୱରଠାରେ
ଏକ କଳା ପ୍ରଦର୍ଶନୀର ଆୟୋଜନ କରାଯାଉଅଛି । କଳାଭୂମିରେ ଆୟୋଜିତ ହେବାକୁ ଥିବା କାରିଗରମାନଙ୍କର
କର୍ମଶାଳାରେ ପଟ୍ଟଚିତ୍ର, ପ୍ରସ୍ତର ଭାସ୍କର୍ଯ୍ୟ, ବ୍ରାସ୍‌ ଏବଂ ବେଲ୍‌ ମେଟାଲ କ୍ରାଫ୍ଟ, ଟୋରାକୋଟା, ଡୋକ୍ରା, ରୁପା
ତାରକସୀ କାମ, ଆପ୍ଲିକ୍‌ କାମ ଇତ୍ୟାଦି ସହିତ ଓଡ଼ିଶାର ଅନ୍ୟାନ୍ୟ ହସ୍ତଶିଳ୍ପର କାରୁକାର୍ଯ୍ୟ ମଧ୍ୟ ଜୀବନ୍ତ ପ୍ରଦର୍ଶିତ
ହେବ । ନଭେମ୍ବର ୫ ତାରିଖରେ ଜିକେସିଏମ୍‌ ଓଡ଼ିଶି ରିସର୍ଚ୍ଚ ସେଣ୍ଟର୍‌ରେ ଉଦ୍‌ଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ
ହେବା ସହିତ ନଭେମ୍ବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସଂନ୍ଧ୍ୟା ୬.୩୦ ଘଟିକା ଠାରୁ ଭଞ୍ଜକଳା
ମଣ୍ଡପରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଓଡ଼ିଶାର ଲୋପ ପାଇଯାଉଥିବା କଳାକୃତି
ଉପରେ ପର୍ଯ୍ୟବେସିତ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ, କାରିଗରମାନଙ୍କ କର୍ମଶାଳାରେ ୩୦ରୁ ଅଧିକ –
ଦକ୍ଷ କାରିଗର ଅଂଶଗ୍ରହଣ କରିବା ସହିତ ୪୦୦ ରୁ ଅଧିକ କୌଶଳ ପ୍ରଦର୍ଶନକାରୀ କାରିଗର, ୩୦ ଟି କୌଶଳ
ପ୍ରଦର୍ଶନକାରୀ କାର୍ଯ୍ୟକ୍ରମ ମାଧ୍ୟମରେ, ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ । ରାଜ୍ୟ ଭିତର ଏବଂ ବାହାରର ବହୁତ
ପ୍ରଖ୍ୟାତ ବ୍ୟକ୍ତି ଏହି ଉତ୍ସବରେ ଯୋଗଦାନ କରିବେ । ସମସ୍ତ କାର୍ଯ୍ୟକ୍ରମରେ ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱରର
ଚେୟାରମ୍ୟାନ୍‌ ଲେଫ୍ଟନାଣ୍ଟ ଜେନେରାଲ ଭେଟେରାନ୍‌ ଜେ.କେ.ମହାନ୍ତି ପିଭିଏସ୍‌ଏମ୍‌, ୟୁୱାଇଏସ୍‌ଏମ୍‌, ଏସ୍‌ଏମ୍‌,
ଭିଏସ୍‌ଏମ୍‌ ସଭାପତିତ୍ୱ କରିବେ ।

Leave A Comment

All fields marked with an asterisk (*) are required