Search for:
  • Home/
  • ରାଜ୍ୟ/
  • ଟାଟା ଏସି ସମେତ ୫ କାଠ ଗଣ୍ଡି ଜବତ

ଟାଟା ଏସି ସମେତ ୫ କାଠ ଗଣ୍ଡି ଜବତ

Spread the love

Loading

ଟାଟା ଏସି ସମେତ ୫ କାଠ ଗଣ୍ଡି ଜବତ

ଭୁବନେଶ୍ୱର:ଠାକୁରମୁଣ୍ଡା/ମହୁଲଡିହା: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧୀନ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଗୋଡ଼ଭଙ୍ଗା ଗେଟ ନିକଟରୁ ୫ଟି ବିଶାଳ କାଠ ଗଣ୍ଡି ବୋଝେଇ ନମ୍ବର ବିହୀନ ଏକ ଟାଟା ଏସି ଜବତ ହୋଇଛି । ରବିବାର ସକାଳ ୮.୧୦ ସମୟରେ କେନ୍ଦୁଝର ଜିଲ୍ଲା ଅଧୀନ ଗୟଳମୁଣ୍ଡାରୁ ଆନନ୍ଦପୁର (ବରପଦା) ଆଡ଼କୁ ଯାଉଥିବା ସମୟରେ ବନବିଭାଗ ଖବର ପାଇ ଥିଲା। ପାଞ୍ଚଟି କାଠଗଣ୍ଡି ୪୨.୭୬ ସିପ୍ଟ ଆନୁମାନିକ ମୂଲ୍ୟ ପଚାଶ ହଜାର ଆକଳନ କରାଯାଇଛି। ଗାଡ଼ିର ଡ୍ରାଇଭର ଫେରାର ହୋଇଥିବା ବେଳେ ହେଲପର ଅରବିନ୍ଦ ଘଡେ଼ଇଙ୍କୁ ବନବିଭାଗ ଗିରଫ କରିଛି। ଗୋଡଭଙ୍ଗା ଫରେଷ୍ଟ ସେକ୍ସନର ଫରେଷ୍ଟର ବିଜୟ ମହାନ୍ତ, ଫରେଷ୍ଟ ଗାର୍ଡ ଯୋଗେଶ୍ୱର କୁଲଡି ଓ ସମୀର ମହାନ୍ତଙ୍କ ସହିତ ଟିପିଏଫ ମହେଶ୍ୱର ଦାସ, ନାରଣ ମହାକୁଡ଼ ଓ ପିତାମ୍ବର ମହାନ୍ତ ଚଢ଼ାଉ ରେ ସାମିଲ ଥିଲେ।

Leave A Comment

All fields marked with an asterisk (*) are required