ଜାଗେଶ୍ୱରି ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବର୍ଷ ପୁର୍ତ୍ତୀ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର:ଜାଗେଶ୍ୱରି ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବର୍ଷ ପୁର୍ତ୍ତୀ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଚି। କାର୍ଯ୍ୟକ୍ରମଟି ଟ୍ରଷ୍ଟର ମ୍ଯାନେଜିଂ ଟ୍ରଷ୍ଟୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଜୟ ଓଡିଶାଙ୍କ ବିହିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଦିଲ୍ଲିପ ରାଉତରାୟ ( ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ), ଶ୍ରୀମତୀ ସାଧନା ମିଶ୍ର ( ପ୍ରତିଷ୍ଠାତା, ସଖା), ଶ୍ରୀ ରାମଚନ୍ଦ୍ର ରାଉତ(ନର୍ସିଂ,ନିର୍ଦ୍ଦେଶକ), ମନୋରଞ୍ଜନ ମହାନ୍ତି (ସମାଜ ସେବୀ)
ଓ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ( ସଭାପତି, ଜୟ ଓଡ଼ିଶା) ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢାଇବା ସହ ନିଜର ମୂଲ୍ୟବାନ୍ ବକ୍ତବ୍ଯ ଦ୍ଵାରା ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ। ଶ୍ରୀ କାମେଶ୍ୱର ପଣ୍ଡାଙ୍କ ଲିଖିତ”ମହାତୀର୍ଥ – ବିରଜା କ୍ଷେତ୍ର” ନାମକ ଏକ ପତ୍ରିକା ଉନ୍ମୋଚନ କରିବା ସହ ନିରନ୍ତର ନିଜକୁ ସମାଜ ସେବାରେ ନିଯୋଜିତ କରିଥିବା କିଛି ସମାଜ ସେବୀ ତଥା ମହିଳା ଆସୋସିଏସନ ଗୁଡିକୁ ସମ୍ମାନିତ କରି ଆଗକୁ ବଢିବାକୁ ଉତ୍ସାହିତ କରାଯାଇଥିଲା।ସୁନ୍ଦର ଓଡିଶୀ ନୃତ୍ୟ ଦ୍ଵାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଓ ଟ୍ରଷ୍ଟ ଦ୍ଵାରା ଦୃଷ୍ଟିହୀନ, ମୂକ ଓ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମ୍ୟୁଜିକ୍ ଚେୟାର,ଚିତ୍ରାଙ୍କନ,ସଙ୍ଗୀତ ପ୍ରତିଯୋଗୀତା ତଥା ଜାଗେଶ୍ୱରି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନଙ୍କ ମଧ୍ୟରେ ଆୟୋଜିତ ଝୋଟି, ହୁଳହୁଳି ଓ ସଙ୍ଗୀତ ଆଦି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଜୟ ଓଡ଼ିଶା ର ସମସ୍ତ ସଦସ୍ୟ ମାନଙ୍କର ସହାୟତାରେ କାର୍ଯ୍ୟକ୍ରମ ଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା।