Search for:
  • Home/
  • ରାଜ୍ୟ/
  • ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

Spread the love

Loading

ଘରୋଇ ମହିଳା ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ
ଘରୋଇ ମହିଳା ଶ୍ରମିକ ଲାଗି
ଆଇନ କରିବା ଦାବିରେ ଶ୍ରମ
କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ

ପ୍ରତିବାଦ

ଭୁବନେଶ୍ୱର, ୨୬.୯ : ଓଡ଼ିଶାର ବିଭିନ୍ନ ସହରରେ ଧନୀ ଲୋକମାନଙ୍କ ଘରେ ଶ୍ରମିକ
ଭାବରେ ପ୍ରାୟ ୭ ଲକ୍ଷରୁ ଉଦ୍ଧ୍ୱର୍ ମହିଳା କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ଅଧିକାର
ଲାଗି ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆଇନ ନଥିବା ଦୁଃଖଦାୟକ ବୋଲି
ଏ.ଆଇ.ସି.ସି.ଟି.ୟୁ.ର ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା କ୍ଷୋଭ ପ୍ରକାଶ କରିବା
ସହିତ ରାଜ୍ୟ ସରକାର ଏକ ନୀତି ପ୍ରସ୍ତୁତ କରିବା ଲାଗି ଆହ୍ୱାନ ଦେଇଛନ୍ତି । ସୋମବାର
ଦିନ ଓଡ଼ିଶା ଘରୋଇ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ଏଆଇସିସିଟିୟୁ, ସେବା,
ପିସିଡବ୍ଲୁଡ଼ି ଏକ ରାଜ୍ୟସ୍ତରୀୟ ପ୍ରତିବାଦ ଦିବସରେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ
ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଏ.ଆଇ.ସି.ସି.ଟି.ୟୁ.ର ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର
ପରିଡ଼ାଙ୍କ ନେତୃତ୍ୱରେ ଏକ ·ରିଜଣିଆ ପ୍ରତିନିଧି ଦଳ ଶ୍ରମ କମିଶନରଙ୍କୁ ୯ ଦଫା
ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ରାଜ୍ୟ ସରକାର ତୁରନ୍ତ ଘରୋଇ ମିହଳା ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ଦେଇ
ତାଙ୍କ ଲାଗି ରାଜ୍ୟ ନୀତି ପ୍ରସ୍ତୁତ କରିବା, ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିବା,
ସେମାନଙ୍କର ପିଲାମାନଙ୍କୁ ପାଠ ପଢିବା ଲାଗି ସହଯୋଗ କରିବା ସହିତ ରାଜ୍ୟ ସାମାଜିକ
ବୋଡର଼୍ରେ ଅନଲାଇନ ପଞ୍ଜିକରଣ ପରିବର୍ତ୍ତେ ଅଫଲାଇନରେ ପଞ୍ଜିକରଣ କରିବା, ସାମାଜିକ
ସୁରକ୍ଷା କଲ୍ୟାଣ ବୋଡର଼୍କୁ ପାଣ୍ଠି ଯୋଗାଇବା ଦାବିରେ ସ୍ମାରକ ପତ୍ର ପ୍ରଦାନ
କରାଯାଇଛି ।
ଆଜିର ଏହି ବିକ୍ଷୋଭରେ ଏଆଇସିସିଟିୟୁର ଉପସଭାପତି ବଂଶୀଧର ପରିଡ଼ା,
ସଭାପତି ରାଧାକାନ୍ତ ସେଠି, କେନ୍ଦ୍ରୀୟ ଅଣସଂଗଠିତ ଶ୍ରମିକ ସଂଗଠନର ନେତ୍ରୀ ରିଙ୍କି
ଦିଗଲ ପ୍ରମୁଖ ସେମାନଙ୍କ ଘରୋଇ ମହିଳା ଶ୍ରମିକଙ୍କୁ ସେମାନଙ୍କର ଅଧିକାର ଲାଗି ସରକାର
ରାଜ୍ୟରେ ତୁରନ୍ତ ଏକ ଆଇନ୍‌ ଆଣିବାକୁ ଦାବି କରିଥିଲେ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required