Search for:
  • Home/
  • ରାଜ୍ୟ/
  • ହାତୀ ଆକ୍ରମଣରେ ଫରେଷ୍ଟର ସମେତ ୨ଗୁରୁତର ଆହତ

ହାତୀ ଆକ୍ରମଣରେ ଫରେଷ୍ଟର ସମେତ ୨ଗୁରୁତର ଆହତ

Spread the love

Loading

ହାତୀ ଆକ୍ରମଣରେ ଫରେଷ୍ଟର ସମେତ ୨ଗୁରୁତର ଆହତ

ଭୁବନେଶ୍ୱର:ବାରିପଦା,ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବେଣାପୁରା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।କିଛି ଦିନ ଧରି ହାତୀ ଉପଦ୍ରବ ପାଇଁ ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଜନସାଧାରଣ ଓ ଜନବସତିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ରବିବାର ରାତିରେ ହାତୀଙ୍କୁ ବାଟ କଢାଉଥିବା ବେଳେ ହାତୀ ଆକ୍ରମଣରେ ବଡାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ବାରିପଦା ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଛି ।

Leave A Comment

All fields marked with an asterisk (*) are required