Search for:
  • Home/
  • ରାଜ୍ୟ/
  • ଜନ ଶୁଣାଣି କରିବା ସହ ପଦ୍ମଗିରି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା କଲେ ବିଡିଓ ।

ଜନ ଶୁଣାଣି କରିବା ସହ ପଦ୍ମଗିରି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା କଲେ ବିଡିଓ ।

Spread the love

Loading

ଜନ ଶୁଣାଣି କରିବା ସହ ପଦ୍ମଗିରି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା କଲେ ବିଡିଓ ।

 

ଭୁବନେଶ୍ୱର:ପଦ୍ମଗିରି, ୧୧।୯: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଓ ଉଡୁପା ପଞ୍ଚାୟତକୁ ଯାଇ ଜନ ଶୁଣାଣି କଲେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡିଆ | ଅଞ୍ଚଳରେ ଏପରି କାର୍ଯ୍ୟକ୍ରମ କେବେ ହେଉନଥିବା ବେଳେ ଶ୍ରୀମତି ଝଡିଆଙ୍କ ଏପରି ପ୍ରୟାସକୁ ଅଞ୍ଚଳବାସୀ ବେସ ପ୍ରଶଂସା କରିବା ସହ ନିଜ ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଅଞ୍ଚଳର ବିଭିନ୍ନ ସମସ୍ୟା ପ୍ରତି ଦ୍ରୁଷ୍ଟି ଦେଇ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରକାଶ କରିଥିଲେ । ଏହାପରେ ପରେ ପଦ୍ମଗିରି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଗସ୍ତ କରି ସେଠାକାର ବିଭିନ୍ନ ବିଷୟରେ ସମୀକ୍ଷା ମଧ୍ୟ କରିଥିଲେ ଶ୍ରୀମତି ଝଡିଆ । ସୁଚନା ଥାଉକି ବହୁଦିନରୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟାଫ ନର୍ସ, ସ୍ଥାଇ ଲ୍ୟାବ ଟେକ୍ନିସିଆନ, ହାଉସ କିପିଙ୍ଗ, ଡେଲିଭେରୀ ପଏଣ୍ଟ, ଆମ୍ବୁଲାନ୍ସ ସେବା ଏବଂ ଆବଶ୍ୟକୀୟ ଓଷଧ ପତ୍ରର ଅଭାବ ରହିଛି | ଏନେଇ ଦିର୍ଘଦିନଧରି ସ୍ଥାନୀୟ ବଜରଙ୍ଗ ପରିବାର ସହ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ଏପର୍ୟ୍ଯନ୍ତ କୌଣସି ଦାବି ପୂରଣ ହୋଇନାହିଁ | ତେବେ ଆଜି ବିଡିଓ ଶ୍ରୀମତୀ ଝଡିଆ ପଦ୍ମଗିରି ଏବଂ ଉଡୁପା ପଞ୍ଚାୟତରେ ଜନଶୁନାଣୀ କାର୍ଯ୍ୟକ୍ରମରୁ ଫେରିବା ସମୟରେ ବଜରଙ୍ଗ ପରିବାର ସଦସ୍ୟମାନେ ବିଡିଓଙ୍କୁ ଭେଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଭାବ ଗୁଡିକୁ ପୂରଣ କରିବାପାଇଁ ନିବେଦନ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ | ଶ୍ରୀମତି ଝଡିଆ ମଧ୍ୟ ନିଜେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୁଲି ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ ।

Leave A Comment

All fields marked with an asterisk (*) are required