Search for:
  • Home/
  • ବିଜେଡି/
  • ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ

Spread the love

Loading

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ
ଭୁବନେଶ୍ୱର, ୩୦ା୮ : ନୀଳାଦ୍ରି ବିହାର ପେଟ୍ରୋଲ ପମ୍ପ ରାସ୍ତା ମଧ୍ୟରେ ଥିବା ବ୍ରିଜ୍‌ର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ
କର୍ପୋରେଟର ଲାଲ୍‌ମୋହନ ଟୁଡୁ, ମୋନାଲିସା ସାହୁ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ନୀଳାଦ୍ରି ବିହାରରୁ ନନ୍ଦନକାନନ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ଟି ନୀଳାଦ୍ରି ବିହାର ବାସିନ୍ଦାଙ୍କ ପାଇଁ ଲାଇଫ୍‌ ଲାଇନ୍‌ ଅଟେ । ଏହା ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର କିଛି ଅଂଶର ବାସିନ୍ଦାଙ୍କ ପାଇଁ ଗମନାଗମନର ଏକମାତ୍ର ମାଧ୍ୟମ ଅଟେ ।ବ୍ରିଜ୍‌ କାମ ଚାଲୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଜି ଏହାର ଶୁଭ ଉଦ୍‌ଘାଟନ ହେବା ପରେଲୋକମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ନିର୍ଦ୍ଧାରିତ ସମୟ
ପୂର୍ବରୁ ବ୍ରିଜ୍‌ର କାମ ସାରି ଥିବାରୁ ପୂର୍ତ୍ତବିଭାଗ ଯନ୍ତ୍ରୀ
ରାଜକିଶୋର ଜେନାଙ୍କୁ ବିଧାୟକ ଓ ମେୟର ସମ୍ମାନୀତ କରିଥିଲେ । ସମରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ସମସ୍ତ ସଂଗଠନର କର୍ମକର୍ତ୍ତା ଓ ବାସିନ୍ଦା,
ବରିଷ୍ଠ ନାଗରିକ, ବସ୍ତିବାସିନ୍ଦା ଓ ମହିଳାମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required