Search for:
  • Home/
  • ମହାନଗର/
  • ରାସ୍ତା ଉପରେ କୁଢ଼କୁଢ଼ ଅଳିଆ ସହ ରାସ୍ତାରେ ରେ ଖାଲ ।

ରାସ୍ତା ଉପରେ କୁଢ଼କୁଢ଼ ଅଳିଆ ସହ ରାସ୍ତାରେ ରେ ଖାଲ ।

Spread the love

Loading

ରାସ୍ତା ଉପରେ କୁଢ଼କୁଢ଼ ଅଳିଆ ସହ ରାସ୍ତାରେ ରେ ଖାଲ ।

ଭୁବନେଶ୍ୱର:୨୧.୦୭ ରାଜଧାନୀ ରାସ୍ତା ଉଅରେ ଅରିଆ ଗଦା ଗଦା ହାଟ ଭିତରକୁ ପ୍ରବେଶ କରୁ କରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ରାସ୍ତା ଉପରେ ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ। ବିକଳ୍ପ ରାସ୍ତା ନ ଥିବାରୁ ଗ୍ରାହକମାନେ ବାଧ୍ୟ ହୋଇ ନାକଚିପି ଆବର୍ଜନା ଉପରେ ଚାଲି ଚାଲି ଯାଉଛନ୍ତି। ସେପରିକି ବିଭିନ୍ନ ୱାର୍ଡ ରେ ଖାଲ ସହ ରାସ୍ତାରେ ପିଚୁ ଉଠିଯାଇଛି ବର୍ଷା ହେଲେ ଖାଲ ହୋଇ ଜମାଟ ବାନ୍ଧୁଛି।ଫଳରେ ଯିବା ଆସିବା ଲୋକ ଝୁଟୁକି ପଡି ମେଡ଼ିକାଲ ଯାଉଛଥି ।ରାଜରାସ୍ତା ରେ ବିଭିନ୍ନ କଲୋନୀ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ମଧ୍ୟ ଅଛି ଓ ରହିଯାଉଛି ଫଳରେ ଅସୁବିଧାରେ ସମ୍ମୁଖୀନ ହେଉଛଥି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ପ୍ରମୁଖ ଆମିଷ ବଜାର ୪ନମ୍ବର ମାର୍କେଟ ରାସ୍ତାରେ। ଅସରାଏ ବର୍ଷାରେ ଅଳିଆ ସବୁ ଚାରିଆଡ଼େ ଖେଳାଇ ହୋଇ ଯାଉଛି। ସେହିପରି। କାଦ ପଛ ପଛ ପୁରା ମାର୍କେଟ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ମାଛ ବ୍ୟବସାୟୀ, ୩୦ରୁ ଊର୍ଦ୍ଧ୍ବ ଚିକେନ୍‌‌ ଏବଂ ୨୦ରୁ ଊର୍ଦ୍ଧ୍ବ ମଟନ୍‌‌ ବ୍ୟବସାୟୀ ବ୍ୟବସାୟ
କରିଥାନ୍ତି।ସେହିପରି ୟୁନିଟ ୧ମାର୍କେଟ ଭିତରେ ଏବଂ ବାହାରେ ଗଦା ଗଦା ଅରିଆ ୱାର୍ଡ ୪୦ ରେ ବିଭିନ୍ନ ଜାଗା ରେ ଗଦା ଅରିଆ ଫୋନେ କରେ ଉଠୁନି ଅରିଆ ବିଏମ୍‌ସି ଦ୍ୱାରା ପରିଚାଳିତ ଏହି ଆମିଷ ହାଟରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ସରକାରଙ୍କ ନିର୍ଦ୍ଧାରିତ ଟିକସ ପ୍ରଦାନ କରୁଛନ୍ତି। ପ୍ରତି ଆମିଷ ବାରରେ ଏଠାକୁ ଶହ ଶହ ସଂଖ୍ୟାରେ ଗ୍ରାହକ ଆସୁଥିବା ବେଳେ ଏହି ପ୍ରମୁଖ ଆମିଷ ବଜାର ବିଏମ୍‌‌ସି ଆଖି ଆଢୁଆଳରେ ରହିଛି। ନିୟମିତ ଏଠାରେ ସଫେଇ କର୍ମଚାରୀଙ୍କ ଦ୍ୱାରା ସଫା କରାଯାଉ ନ ଥିବା ଏବଂ ବିଏମ୍‌‌ସି ପକ୍ଷରୁ ସୁପରଭାଇଜରମାନେ ଏହାକୁ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି। ବିଶେଷ କରି ମାଛ, ଚିକେନ୍‌‌ ଓ ମଟନ୍‌‌ରୁ ବାହାରୁଥିବା ବର୍ଯ୍ୟବସ୍ତୁ ଗୁଡ଼ିକ ଠିକ୍‌‌ ଭାବରେ ଉଠା ଯାଉ ନ ଥିବାରୁ ଅନେକ ସମୟରେ ବୁଲା କୁକୁର ବିଲେଇ ଓ କାଉମାନେ ତାହାକୁ ନେଇ ଚାରିଆଡ଼େ କରିଛନ୍ତି। ତେଣୁ ଏଠାରେ ପେଭରବ୍ଲକ ପକାଯିବାକୁ ଦାବି ହୋଇଛି।ଏନେଇ ୱାର୍ଡର କର୍ପୋରେଟର ଅଲିଅଳି ମଲ୍ଲିକ କହିଛନ୍ତି ଯେ, ୨୦ ବର୍ଷର ହେବ ସେଠାରେ ଡମ୍ପିଙ୍ଗ କରାଯାଉଥିବାରୁ ସନ୍ତସନ୍ତିଆ ହୋଇଛି। ସବୁଠୁ ବଡ଼କଥା ହେଉଛି ଯେଉଁ ଏନଜିଓ ସଫେଇ କାମ ନେଇଛନ୍ତି କର୍ମଚାରୀ ସଂଖ୍ୟା କମ୍‌‌ ଥିବା ବେଳେ ୱାର୍ଡର ପରିସୀମା ବଢ଼ି ଯାଇଛି। ପୂର୍ବରୁ ଗୋଟିଏ କିଲୋମିଟର ପିଛା ଜଣେ ସଫେଇ କର୍ମଚାରୀ ପଡୁଥିବା ବେଳେ ଏବେ ଜଣେ ୫କିଲୋମିଟର ସଫା କରୁଛି। ତେଣୁ ସମସ୍ୟା ହେଉଛି। ଏହାସହ ପାର୍କିଂ ସମସ୍ୟା ଦୂର କରାଯିବ। ମୁକ୍ତା ଯୋଜନାରେ ପାର୍କିଂ ପାଇଁ ଟେଣ୍ଡର ହୋଇଛି। ଦୁଇ ମାସ ମଧ୍ୟରେ କାମ ଶେଷ କରାଯିବାକୁ ଲକ୍ଷ୍ୟ ରହିଛି।

Leave A Comment

All fields marked with an asterisk (*) are required