Search for:
  • Home/
  • ରାଜ୍ୟ/
  • ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ : ସୋନାଲୀ ସାହୁ

ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ : ସୋନାଲୀ ସାହୁ

Spread the love

Loading

ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ
: ସୋନାଲୀ ସାହୁ

 ଭିନ୍ନକ୍ଷମଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ଧ, ମୁକ, ବଧିର ନହୋଇ ସେମାନଙ୍କ ପାଇଁ ଉଚ୍ଚିତ ପଦକ୍ଷେପ ନିଅନ୍ତୁ
 ବିଜେଡି ସରକାର କୋର୍ଟର ଅର୍ଡରକୁ ଅବମାନନା କରିବାରେ ସାରା ବିଶ୍ୱରେ ଏକ ନମ୍ବର
 ରାଜ୍ୟ ସରକାରଙ୍କ ଡଷ୍ଟବିନ୍‌ରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ
 ରାଜ୍ୟ ସରକାର କମିଶନ ଗୁଡିକୁ କେବଳ ରାଜନୈତିକ ଥଇଥାନର କେନ୍ଦ୍ର ନକରି ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ କରନ୍ତୁ

ଭୁବନେଶ୍ୱର, ତା.୩୦/୦୯ : ଭିନ୍ନକ୍ଷମଙ୍କ ସାମାଜିକ, ଆର୍ôଥକ ସୁରକ୍ଷା ତଥା ସଶକ୍ତିକରଣ ନିମନ୍ତେ “ଭିନ୍ନକ୍ଷମ କମିଶନ” ଗଠନ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଦୀର୍ଘ ଦେଢ଼ବର୍ଷ ଧରି ଭିନ୍ନକ୍ଷମ କମିଶନ ପଦବୀ ପୂରଣ ନହେବା ଭିନ୍ନକ୍ଷମ ସମାଜ ପାଇଁ ରାଜ୍ୟ ସରକାରଙ୍କ ଦରଦ ନଥିବା ଦର୍ଶାଉଛି । ମେୟର ସୁଲଚନା ଦାସ ନିର୍ବାଚନ ଲଢ଼ିବା ନିମନ୍ତେ ଗତ ୨୦୨୨ ମାର୍ଚ୍ଚ ମାସରେ ଭିନ୍ନକ୍ଷମ କମିଶନ ପଦରୁ ଇସ୍ତଫା ଦେଇଥିଲେ, ସେବେଠାରୁ ଏପର୍ଯ୍ୟନ୍ତ ଏହି ପଦବୀ ଖାଲି ପଡିଛି । ଲମ୍ବାସମୟ ଧରି ଏହି ପଦବୀ ଖାଲି ପଡିବାକୁ ନେଇ ଭିନ୍ନକ୍ଷମ ସଂଘ ସାମାଜିକ ସୁରକ୍ଷା ଶାସନ ସଚିବଙ୍କୁ ଭେଟି ତୁରନ୍ତ କମିଶନ ପଦବୀ ପୂରଣ ନିମନ୍ତେ ଦାବି କରିଥିଲେ । ଏହାପରେ ୨୦୨୨ ଡିସେମ୍ବର ୧୨ତାରିଖରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କମିଶନ ପଦବୀ ପାଇଁ ଆବେଦନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯଦିଓ ଏହି ପଦ ମାର୍ଚ୍ଚ ୨୦୨୨ରୁ ଖାଲି ପଡିଛି କିନ୍ତୁ ବିଜ୍ଞପ୍ତିରେ ୨୦୨୨ ଅଗଷ୍ଟ ମାସ ୨୦ତାରିଖରୁ ଖାଲିଥିବା ନେଇ ସୂଚନା ଦିଆଯିବା ଦୁର୍ଭାଗ୍ୟଜନକ । ବିଜ୍ଞପ୍ତି ଜାରି କରି ରାଜ୍ୟ ସରକାର ନିଜର ଦାୟିତ୍ୱ ସରିଗଲା ଭାବିବା ଭିନ୍ନକ୍ଷମଙ୍କ ପ୍ରତି ଆଉ ଏକ ଅଟହାସ୍ୟ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ।
ଶ୍ରୀମତୀ ସାହୁ କହିଛନ୍ତି ଯେ, ଦୀର୍ଘ ସମୟ ଧରି କମିଶନ ପଦବୀ ଖାଲି ପଡିବା କାରଣ ଦର୍ଶାଇ ଗିରିଜା ଲାଲ ସୀମାଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଯାହାର ଶୁଣାଣି ଗତ ଜୁଲାଇ ମାସରେ ହୋଇସାରିଛି, ତଥାପି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଥିଲେ । ଭିନ୍ନକ୍ଷମଙ୍କ ଦୁଃଖ ସେତିକିରେ ସରିନଥିଲା, ପୁନଃର୍ବାର ଉତ୍କଳ ଦୃଷ୍ଟିହୀନ ସଂଘ ତରଫରୁ ଉଚ୍ଚ ନ୍ୟାୟଳୟରେ ଆଉ ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଥିଲା । ଗତ ମେ ମାସ ୨୯ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୂରଲୀଧରନ୍ ଏବଂ ଜି. ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଛଅ ସପ୍ତାହ ମଧ୍ୟରେ ଭିନ୍ନକ୍ଷମ ନିଯୁକ୍ତି କରିବାକୁ ସତ୍ୟପାଠ ଦାଖଲ ପାଇଁ ସାମାଜିକ ସୁରକ୍ଷା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନଥିଲେ ।
ବିଜୁ ଜନତା ଦଳର ସରକାର ଏଭଳି ଏକ ସରକାର ଯିଏ କୋର୍ଟର ଅର୍ଡରକୁ ଅବମାନନା କରିବାରେ ସାରା ବିଶ୍ୱରେ ଏକ ନମ୍ବର । ପାଖାପାଖି ଶହେରୁ ଊର୍ଦ୍ଧ୍ୱ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିଛି ବିଜୁ ଜନତା ଦଳ । ଲାଗୁଛି ରାଜ୍ୟ ସରକାରଙ୍କ ଡଷ୍ଟବିନ୍‌ରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପଡିରହିବା ଗଣତନ୍ତ୍ର ପ୍ରତି ବିପଦ । ରାଜ୍ୟ ସରକାର କମିଶନ ଗୁଡିକୁ କେବଳ ରାଜନୈତିକ ଥଇଥାନର କେନ୍ଦ୍ର ନକରି ଏହାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ କରନ୍ତୁ । ବିଶେଷ କରି ଭିନ୍ନକ୍ଷମଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ଧ, ମୁକ, ବଧିର ନହୋଇ ସେମାନଙ୍କ ପାଇଁ ଉଚ୍ଚିତ ପଦକ୍ଷେପ ନେବା ସହିତ ସରକାର ଦରଦୀହୀନ ଚିନ୍ତାଧାରାରୁ ମୁକ୍ତ ରୁହନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

(ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required